ଏୟାରଲିଫ୍ଟ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

The Sakala Picture
Published On

ଭୁବନେଶ୍ବର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଏୟାରଲିଫ୍ଟ କରାଯାଇଛି। ଭୁବନେଶ୍ୱରର ଆପୋଲୋ ହସ୍ପିଟାଲକୁ ଅଣାଯାଉଛି। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବାରୁ ଅଧିକ ଚିକିତ୍ସା ପାଇଁ  ଝାରସୁଗୁଡା ହସ୍ପିଟାଲରୁ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରକୁ ଅଣାଯାଉଛି। ଭୁବନେଶ୍ବର ବିମାନ ବନ୍ଦରରରୁ ସ୍ବତନ୍ତ୍ର ଗ୍ରୀନ କରିଡର ବ୍ୟବସ୍ଥା କରାଯାଇଛି। ଏପଟେ ଆପୋଲରେ ଡାକ୍ତରୀ ଟିମ ସମ୍ପୂର୍ଣ୍ଣ ସଜାଗ ହୋଇ ରହିଛି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପୁଲିସ କର୍ମୀ ଗୁଳିମାଡ କରିଛନ୍ତି । ଗୁଳିମାଡ ନେଇ ଏସଡିପିଓ ସ୍ପଷ୍ଟ କରିଛନ୍ତି । ବ୍ରଜରାଜନଗର ଏସଡିପିଓ କହିଥିଲେ […]

ଭୁବନେଶ୍ବର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଏୟାରଲିଫ୍ଟ କରାଯାଇଛି। ଭୁବନେଶ୍ୱରର ଆପୋଲୋ ହସ୍ପିଟାଲକୁ ଅଣାଯାଉଛି। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବାରୁ ଅଧିକ ଚିକିତ୍ସା ପାଇଁ  ଝାରସୁଗୁଡା ହସ୍ପିଟାଲରୁ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରକୁ ଅଣାଯାଉଛି। ଭୁବନେଶ୍ବର ବିମାନ ବନ୍ଦରରରୁ ସ୍ବତନ୍ତ୍ର ଗ୍ରୀନ କରିଡର ବ୍ୟବସ୍ଥା କରାଯାଇଛି। ଏପଟେ ଆପୋଲରେ ଡାକ୍ତରୀ ଟିମ ସମ୍ପୂର୍ଣ୍ଣ ସଜାଗ ହୋଇ ରହିଛି।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପୁଲିସ କର୍ମୀ ଗୁଳିମାଡ କରିଛନ୍ତି । ଗୁଳିମାଡ ନେଇ ଏସଡିପିଓ ସ୍ପଷ୍ଟ କରିଛନ୍ତି । ବ୍ରଜରାଜନଗର ଏସଡିପିଓ କହିଥିଲେ ଯେ, ଗାନ୍ଧୀଛକ ଫାଣ୍ଡିରେ ପୁଲିସ କର୍ମୀ ଗୋପାଳ ଦାସ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିମାଡ଼ କରିଛନ୍ତି। ଅଭିଯୁକ୍ତଙ୍କୁ କାବୁ କରାଯାଇଛି। କିନ୍ତୁ କାହିଁକି ମନ୍ତ୍ରୀଙ୍କୁ ଗୁଳିମାଡ କଲା ତାହା ଜଣାପଡିନାହିଁ  ।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

ସୂଚନା ଅନୁଯାୟୀ, ନବ ଦାସ ସାଧାରଣ ସଭାରେ ଯୋଗଦେବାକୁ ଯାଇଥିବା ବେଳେ ଏହି ଗୁଳିମାଡ ହୋଇଥିଲା । ବ୍ରଜରାଜନଗର ଗାନ୍ଧି ଛକରେ ଏହି ଗୁଳିମାଡ ହୋଇଥିଲା। ତାଙ୍କ ଉପରକୁ ୫ ରାଉଣ୍ଡ ଗୁଳିମାଡ କରାଯାଇଥିବା ଜଣାପଡିଥିଲା। ଗୁଳିମାଡ ପରେ ସେ ଅଚେତ ହୋଇପଡିଥିଲେ। ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ରହିଛି। ତାଙ୍କ ଅବସ୍ଥା ଗରୁତର ରହିଥିବାରୁ ଅଧିକ ଚିକିତ୍ସା ପାଇଁ ଝାରସୁଗୁଡାରୁ ଭୁବନେଶ୍ବରକୁ ଏୟାରଲିଫ୍ଟ କରାଯାଉଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର