ଭୁବନେଶ୍ୱର ଏମ୍ସରୁ ପରୀକ୍ଷାମୂଳକ ଡ୍ରୋନ ସେବା ଆରମ୍ଭ

The Sakala Picture
Published On

ଭୁବନେଶ୍ୱର: ଡ୍ରୋନ୍ ଯୋଗେ ମେଡିକାଲରେ ପହଞ୍ଚିଲା ରକ୍ତ। ଭୁବନେଶ୍ୱରଏମ୍ସରୁ ପରୀକ୍ଷାମୂଳକ ଡ୍ରୋନ ସେବା ଆରମ୍ଭ ହୋଇଛି । ଏମ୍ସରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଛି ଡ୍ରୋନ୍‌ । ଗୁରୁତର ରୋଗୀଙ୍କୁ ରକ୍ତ ଯୋଗାଣ ସହ ରକ୍ତ ନମୁନା ସଂଗ୍ରହ କରି ଅଣାଯାଇଛି। ଡ୍ରୋନ୍ ଯୋଗେ ଅତି ଜରୁରୀ ଇଞ୍ଜେକ୍ସନ ଏବଂ ଔଷଧ ଯୋଗାଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏମ୍ସ ପକ୍ଷରୁ ଓଡ଼ିଶାରେ ଏହି ସେବା ପ୍ରଥମ । ୭୦ କିଲୋମିଟର ଦୂରକୁ ୩୫ […]

ଭୁବନେଶ୍ୱର: ଡ୍ରୋନ୍ ଯୋଗେ ମେଡିକାଲରେ ପହଞ୍ଚିଲା ରକ୍ତ। ଭୁବନେଶ୍ୱରଏମ୍ସରୁ ପରୀକ୍ଷାମୂଳକ ଡ୍ରୋନ ସେବା ଆରମ୍ଭ ହୋଇଛି । ଏମ୍ସରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଛି ଡ୍ରୋନ୍‌ । ଗୁରୁତର ରୋଗୀଙ୍କୁ ରକ୍ତ ଯୋଗାଣ ସହ ରକ୍ତ ନମୁନା ସଂଗ୍ରହ କରି ଅଣାଯାଇଛି। ଡ୍ରୋନ୍ ଯୋଗେ ଅତି ଜରୁରୀ ଇଞ୍ଜେକ୍ସନ ଏବଂ ଔଷଧ ଯୋଗାଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏମ୍ସ ପକ୍ଷରୁ ଓଡ଼ିଶାରେ ଏହି ସେବା ପ୍ରଥମ । ୭୦ କିଲୋମିଟର ଦୂରକୁ ୩୫ ମିନଟ ସମୟ ଲାଗିଛି । ଦିନ ୧୨ଟାରେ ଏମ୍‌ସରୁ ବାହାରି ୧୨ଟା ୩୫ ମିନିଟରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡ୍ରୋନ୍‌ ପହଞ୍ଚିଥିଲା ।

Join Us @ WhatsApp

About The Author

Google News
Join Us @ WhatsApp

ରାଶିଫଳ