ସମସ୍ୟା ଘେରରେ ଭୁବନେଶ୍ବର ଏମ୍‌ସ, ଖାଲି ପଡିଛି ୧୫୦୦ ପଦବୀ

The Sakala Picture
Published On

ଭୁବନେଶ୍ୱର : ଏମ୍‌ସ ଭୁବନେଶ୍ୱର ହେଉଛି ରାଜ୍ୟର ପ୍ରମୁଖ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ। ଏହା ଉପରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ହଜାର ହଜାର ରୋଗୀ ନିର୍ଭର କରୁଛନ୍ତି। କିନ୍ତୁ ଏହି ଖ୍ୟାତନାମା ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଏବେ କର୍ମଚାରୀ ମରୁଡ଼ି ସହିତ ସଂଘର୍ଷ କରୁଛି। ଏହା ଏବେକାର କଥା ନୁହେଁ। ବରଂ ବର୍ଷ ବର୍ଷ ଧରି ଏମ୍ସରେ ହଜାର ହଜାର ପଦବୀ ଖାଲି ରହିଥିଲେ ସୁଦ୍ଧା ଏହାକୁ ପୂରଣ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦୃଷ୍ଟି ଦେଉ ନାହାନ୍ତି। […]

ଭୁବନେଶ୍ୱର : ଏମ୍‌ସ ଭୁବନେଶ୍ୱର ହେଉଛି ରାଜ୍ୟର ପ୍ରମୁଖ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ। ଏହା ଉପରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ହଜାର ହଜାର ରୋଗୀ ନିର୍ଭର କରୁଛନ୍ତି। କିନ୍ତୁ ଏହି ଖ୍ୟାତନାମା ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଏବେ କର୍ମଚାରୀ ମରୁଡ଼ି ସହିତ ସଂଘର୍ଷ କରୁଛି। ଏହା ଏବେକାର କଥା ନୁହେଁ। ବରଂ ବର୍ଷ ବର୍ଷ ଧରି ଏମ୍ସରେ ହଜାର ହଜାର ପଦବୀ ଖାଲି ରହିଥିଲେ ସୁଦ୍ଧା ଏହାକୁ ପୂରଣ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦୃଷ୍ଟି ଦେଉ ନାହାନ୍ତି। ଏମ୍‌ସ ଭୁବନେଶ୍ୱରରେ ଏବେ ବିଭିନ୍ନ ବିଭାଗରେ ୧୪୯୩ଟି ପଦବୀ ଖାଲି ଅଛି। ଉଭୟ ଶିକ୍ଷକ ଏବଂ ଅଣ ଶିକ୍ଷକ ବର୍ଗରେ ଏହି ସଂଖ୍ୟକ ପଦବୀରେ ନିଯୁକ୍ତି ମିଳିନାହିଁ। ସୂଚନା ଅଧିକାର କର୍ମୀ ଶ୍ରୀ ଅଖଣ୍ଡ ସୂଚନା ଅଧିକାର ବଳରେ ଏହି ତଥ୍ୟ ହାସଲ କରିଛନ୍ତି।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ଏମ୍‌ସ ପକ୍ଷରୁ ଦିଆଯାଇଥିବା ତଥ୍ୟରେ କୁହାଯାଇଛି ଯେ ୨୦୨୨, ଏପ୍ରିଲ ୩୦ ତାରିଖ ସୁଦ୍ଧା ମଞ୍ଜୁରୀପ୍ରାପ୍ତ ୩୦୫ ଶିକ୍ଷକ ପଦବୀରୁ ୭୯ ପଦବୀ ଖାଲି ଅଛି। ସେହିପରି ମଞ୍ଜୁରୀପ୍ରାପ୍ତ ୩୮୭୬ ଅଣ ଶିକ୍ଷକ ପଦବୀରୁ ମୋଯ ୧୪୧୪ ପଦବୀ ଖାଲି ଅଛି। ଅଣ ଶିକ୍ଷକ ବର୍ଗରେ ସିନିୟର୍‍ ରେସିଡେଣ୍ଟ, ଜୁନିଅର ରେସିଡେଣ୍ଟ, ରେଗୁଲାର, ଡେପୁଟେସନ୍‍, ଠିକା ଏବଂ ଆଉଟସୋର୍ସିଂ କର୍ମଚାରୀ ଅନ୍ତର୍ଭୁକ୍ତ। ଏମ୍ସ ପକ୍ଷରୁ ଦିଆଯାଇ ଥିବା ଉତ୍ତରରେ କୁହାଯାଇଛି ଯେ ପିଜି ପାଠ୍ୟକ୍ରମ ପାଇଁ ନିୟମିତ ବ୍ୟବଧାନରେ ସିନିୟର ରେସିଡେଣ୍ଟ ଏବଂ ଜୁନିଅର ରେସିଡେଣ୍ଟ ବର୍ଗରେ ମୁକ୍ତ ବିଜ୍ଞାପନ ମାଧ୍ୟମରେ ଦୁଇ ଥର ପୂରଣ କରାଯାଇଥାଏ। ତେବେ ଅନ୍ୟ ଅଣ ଶିକ୍ଷକ ବର୍ଗରେ ନିୟମିତ ପଦ ପଦୋନ୍ନତି ଭିତ୍ତିରେ ପୂରଣ କରାଯାଏ। ତେବେ ଉପଯୁକ୍ତ ଅଧିକାରୀଙ୍କ ଅଭାବରେ ଏହି ପଦବ ଗୁଡ଼ିକ ପୂରଣ ହୋଇପାରି ନାହିଁ।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷା ଜରିଆରେ ସିଧାସଳଖ ନିଯୁକ୍ତି କୋଟା ପୂରଣ କରାଯାଇଥାଏ ବୋଲି କୁହାଯାଇଛି। ସୂଚନା ଅଧିକାରୀ କର୍ମୀ ଶ୍ରୀ ଅଖଣ୍ଡ କହିଛନ୍ତି ଯେ ରାଜ୍ୟର ଏକ ପ୍ରମୁକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଉପରେ ଲକ୍ଷାଧିକ ରୋଗୀ ନିର୍ଭର କରୁଛନ୍ତି। ପ୍ରତି ଦିନ ହଜାର ହଜାର ସଂଖ୍ୟାରେ ରୋଗୀ ଚିକିତ୍ସା ସେବା ପାଇବା ଆଶାରେ ଏମ୍‌ସ ଭୁବନେଶ୍ୱରକୁ ଆସୁଛନ୍ତି। ତେବେ ସେଠାରେ ମୌଳିକ ଭିତ୍ତିଭୂମିର ଅଭାବ ରହିଥିବା ବେଳେ ଏତେ ସଂଖ୍ୟକ କର୍ମଚାରୀ ଅଭାବ ଅତ୍ୟନ୍ତ ଚିନ୍ତାର ବିଷୟ। ଏତିକି ନୁହେଁ ୨୦୨୦ ଜୁଲାଇ ମାସରେ ଏମ୍ସ କର୍ତ୍ତୃପକ୍ଷ ଦେଇଥିବା ତଥ୍ୟରୁ ଜଣାପଡ଼ିଥିଲା ଯେ ସେତେବେଳେ ମଧ୍ୟ ଏଠାରେ ୧୯୭୮ ପଦବୀ ଖାଲି ପଡ଼ିଥିଲା। ୧୧୪ ଶିକ୍ଷକ ଏବଂ ଅଣ ଶିକ୍ଷକ ବର୍ଗରେ ୧୮୬୪ ପଦବୀ ଖାଲି ଥିଲା। ଏଥିରୁ ଜଣା ପଡୁଛି ବର୍ଷ ବର୍ଷ ଧରି ଜରୁରୀ ପଦବୀ ଖାଲି ରହୁଥିଲେ ସୁଦ୍ଧା ପୂରଣ ପାଇଁ ପଦକ୍ଷେପ ନିଆଯାଉ ନାହିଁ। ଏ ଦିଗ ପ୍ରତି କେନ୍ଦ୍ର ସରକାର ତୁରନ୍ତ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଶ୍ରୀ ଅଖଣ୍ଡ କହିଛନ୍ତି।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର