ଏମ୍‌ସ ଭୁବନେଶ୍ୱର ଶିଶୁ ବିଭାଗକୁ ଖ୍ୟାତିସମ୍ପନ୍ନ ଆରୋଗ୍ୟଭୂଷଣ ସମ୍ମାନ ପ୍ରଦାନ

The Sakala Picture
Published On

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱରର ଶିଶୁ ବିଭାଗ(ଶିଶୁରୋଗ ପଲ୍‌ମୋନୋଲୋଜି ଏବଂ ଆଇସିୟୁ ଦଳକୁ) ରିଥିଙ୍କ୍‌ ଇଣ୍ଡିଆ ଦ୍ୱାରା ଖ୍ୟାତିସମ୍ପନ୍ନ ଡକ୍ଟର କେଶବ ବଳିରାମ ହେଡ୍‌ଗେୟାର ଆରୋଗ୍ୟ ଭୂଷଣ ସମ୍ମାନ ପ୍ରଦାନ କରାଯାଇଛି। ଉଚ୍ଚଗୁଣବତ୍ତାପୂର୍ଣ୍ଣ ଚିକିତ୍ସା ସେବା ପ୍ରଦାନ ତଥା ନୂତନ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ ସ୍ବରୂପ ଏମ୍‌ସର ଶିଶୁରୋଗ ବିଭାଗକୁ ଏପରି ସମ୍ମାନ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀ ଇଣ୍ଡିଆ ଅନ୍ତର୍ଜାତୀୟ କେନ୍ଦ୍ରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ବିଭାଗ ତରଫରୁ ପ୍ରଫେସର(ଡ.) ରଶ୍ମୀ ରଂଜନ ଦାସ ଏବଂ ଅତିରିକ୍ତ […]

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱରର ଶିଶୁ ବିଭାଗ(ଶିଶୁରୋଗ ପଲ୍‌ମୋନୋଲୋଜି ଏବଂ ଆଇସିୟୁ ଦଳକୁ) ରିଥିଙ୍କ୍‌ ଇଣ୍ଡିଆ ଦ୍ୱାରା ଖ୍ୟାତିସମ୍ପନ୍ନ ଡକ୍ଟର କେଶବ ବଳିରାମ ହେଡ୍‌ଗେୟାର ଆରୋଗ୍ୟ ଭୂଷଣ ସମ୍ମାନ ପ୍ରଦାନ କରାଯାଇଛି। ଉଚ୍ଚଗୁଣବତ୍ତାପୂର୍ଣ୍ଣ ଚିକିତ୍ସା ସେବା ପ୍ରଦାନ ତଥା ନୂତନ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ ସ୍ବରୂପ ଏମ୍‌ସର ଶିଶୁରୋଗ ବିଭାଗକୁ ଏପରି ସମ୍ମାନ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀ ଇଣ୍ଡିଆ ଅନ୍ତର୍ଜାତୀୟ କେନ୍ଦ୍ରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ବିଭାଗ ତରଫରୁ ପ୍ରଫେସର(ଡ.) ରଶ୍ମୀ ରଂଜନ ଦାସ ଏବଂ ଅତିରିକ୍ତ ପ୍ରଫେସର୍‌ (ଡ.) କୃଷ୍ଣ ମୋହନ ଗୁଲା ଏହି ପୁରସ୍କାର ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସରକାରୀ ତଥା ବେସରକାରୀ କ୍ଷେତ୍ରରୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସେହିପରି ଏହି ସମାରୋହରେ ଦେଶର ବହୁ ସରକାରୀ ଏବଂ ଘରୋଇ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ମଧ୍ୟ ଅଂଶଗ୍ରହଣ କରିଥିଲେ।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ଏମ୍‌ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏହି ପୁରସ୍କାରକୁ ନେଇ ଖୁସି ବ୍ୟକ୍ତ କରିବା ସହିତ ଶିଶୁରୋଗ ବିଭାଗ ଏବଂ ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଭବିଷ୍ୟତରେ ଏହିପରି ଅଭିନବ ପ୍ରକ୍ରିୟା ଜାରି ରଖିବାକୁ ଉତ୍ସାହିତ କରିଛନ୍ତି ଡ. ବିଶ୍ବାସ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

ଏମ୍‌ସ ଭୁବନେଶ୍ୱର ଶିଶୁ ବିଭାଗର ଶିଶୁରୋଗ ପଲ୍‌ମୋନୋଲୋଜି ଏବଂ ଆଇସିୟୁ ଦଳ ନିକଟରେ ଅଭିନବ ବ୍ରୋଙ୍କୋସ୍କୋପିକ୍ ପ୍ରକ୍ରିୟା ଦ୍ବାରା ଜଣେ ୯ ବର୍ଷୀୟ ବାଳକର ଫୁସଫୁସ ବାମ ପାର୍ଶ୍ବରୁ ପ୍ରାୟ ୪ସେମି ଲମ୍ବାର ଏକ ତୀକ୍ଷ୍ଣ୍‌ ସିଲେଇ ଛୁଞ୍ଚିକୁ ସଫଳତାର ସହିତ ବାହାର କରିଥିଲେ। ଏହି ପଦ୍ଧତି ଫଳରେ ଉକ୍ତ ବାଳକକୁ ଏକ ଜଟିଳ ଅସ୍ତ୍ରୋପଚାରରୁ ମୁକ୍ତି ମିଳିବା ସହିତ ଜୀବନ ବଞ୍ଚାଇପାରିଥିଲେ ଡାକ୍ତରୀ ଟିମ୍‌। ସ୍ବାସ୍ଥ୍ୟସେବାରେ ଏପରି ଅଭିନବ ଜୀବନରକ୍ଷାକାରୀ ପ୍ରକ୍ରିୟା ପ୍ରୟୋଗ ସ୍ବରୂପ ଉପରୋକ୍ତ ସମ୍ମାନ ପ୍ରଦାନ କରାଯାଇଛି। ଉତ୍ସବରେ ଏମ୍‌ସ ଭୁବନେଶ୍ୱରକୁ ବେଶ ପ୍ରଶଂସା କରାଯାଇଥିଲା।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

ଉଲ୍ଲେଖଯୋଗ୍ୟଯେ ଏମ୍‌ସର ଶିଶୁ ବିଭାଗ ପକ୍ଷରୁ ରାଜ୍ୟ ତଥା ପଡ଼ୋଶୀ ରାଜ୍ୟବାସୀଙ୍କୁ ଏହିପରି ଉନ୍ନତ ଶିଶୁ ଚିକିତ୍ସା ସେବା ପ୍ରଦାନ କରାଯାଉଛି। ଏଥିସହିତ ଏହି ବିଭାଗ ଜାତୀୟ ସ୍ତରରେ ଉତ୍କର୍ଷତା ଯାତ୍ରା ଜାରି ରଖିଛି।

ଏମ୍‌ସ ଏବଂ ଆଇଆଇଟିର ପୂର୍ବତନ ଛାତ୍ରଛାତ୍ରୀଙ୍କ ଦ୍ବାରା ପରିଚାଳିତ ରିଥିଙ୍କ୍‌ ଇଣ୍ଡିଆ ସଂଗଠନ ସର୍ବଦା ଜାତୀୟ ଉତ୍କର୍ଷତାକୁ ପ୍ରାଧାନ୍ୟ ଦେଇ ଶ୍ରେଷ୍ଠତାକୁ ସମ୍ମାନ ପ୍ରଦାନ କରିଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର