କଟକରୁ ପୁଣି ଜବତ ହେଲା ନକଲି ମେଡିସିନ୍, ମାଲିକ ଗିରଫ

The Sakala Picture
Published On

କଟକ: ନକଲି ଟେଲ୍‌‌ମା-୪୦ ମେଡିସିନ୍‌‌ ଚଢ଼ଉ ପରେ ସହରରେ ପୁଣି ନକଲି ଔଷଧ ସୋମବାର ଜବତ କରାଯାଇଛି। ଡ୍ରଗ୍ସ କଣ୍ଟ୍ରୋଲର ଓ ପୁରୀଘାଟ ଥାନା ପୁଲିସ ଚୌଧୁରୀବଜାର ସ୍ଥିତ ଏକ ଔଷଧ ଗୋଦାମରେ ଚଢ଼ଉ କରିଥିଲା। ଉକ୍ତ ଗୋଦାମରୁ ଲକ୍ଷାଧିକ ଟଙ୍କାର ଏକ ନାମୀ କମ୍ପାନୀର ନକଲି ଆଣ୍ଟିବାୟୋଟିକ୍‌‌(ଓ-ଟୁ) ବଟିକା ଜବତ କରାଯାଇଛି। ଏହି ଘଟଣାରେ ଗୋଦାମ ମାଲିକ ବିଜୟ ଅଗ୍ରୱାଲଙ୍କୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଡ୍ରଗ୍ସ କଣ୍ଟ୍ରୋଲର […]

କଟକ: ନକଲି ଟେଲ୍‌‌ମା-୪୦ ମେଡିସିନ୍‌‌ ଚଢ଼ଉ ପରେ ସହରରେ ପୁଣି ନକଲି ଔଷଧ ସୋମବାର ଜବତ କରାଯାଇଛି। ଡ୍ରଗ୍ସ କଣ୍ଟ୍ରୋଲର ଓ ପୁରୀଘାଟ ଥାନା ପୁଲିସ ଚୌଧୁରୀବଜାର ସ୍ଥିତ ଏକ ଔଷଧ ଗୋଦାମରେ ଚଢ଼ଉ କରିଥିଲା। ଉକ୍ତ ଗୋଦାମରୁ ଲକ୍ଷାଧିକ ଟଙ୍କାର ଏକ ନାମୀ କମ୍ପାନୀର ନକଲି ଆଣ୍ଟିବାୟୋଟିକ୍‌‌(ଓ-ଟୁ) ବଟିକା ଜବତ କରାଯାଇଛି। ଏହି ଘଟଣାରେ ଗୋଦାମ ମାଲିକ ବିଜୟ ଅଗ୍ରୱାଲଙ୍କୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଡ୍ରଗ୍ସ କଣ୍ଟ୍ରୋଲର ଓ ପୁରୀଘାଟ ପୁଲିସ ନକଲି ଔଷଧ କାରବାରକୁ ନେଇ ତଦନ୍ତ ଜାରି ରଖିଥିଲା। ଏହା ଭିତରେ ଚୌଧୁରୀବଜାର ଟାଉନ୍‌‌ହଲ୍‌‌ ରୋଡ୍‌‌ ନିକଟସ୍ଥ ‘ଶ୍ରୀ ଡିଷ୍ଟ୍ରିବ୍ୟୁଟର’ ନାମକ ସଂସ୍ଥାରେ ନକଲି ଆଣ୍ଟିବାୟୋଟିକ୍‌‌ ଓ ଝାଡ଼ା ବଟିକା ବିକ୍ରି ହେଉଥିବା ନେଇ ସୂଚନା ମିଳିଥିଲା। ଏହି ଅନୁସାରେ ସୋମବାର ଡ୍ରଗ୍ସ ଏନ୍‌‌ଫୋର୍ସମେଣ୍ଟ ସ୍କ୍ୱାଡ୍‌‌ର ସ୍ୱତନ୍ତ୍ର ଟାସ୍କଫୋର୍ସ (ଏସ୍‌‌ଟିଏଫ୍‌‌) ଓ ପୁରୀଘାଟ ପୁଲିସ ମିଳିତ ଭାବେ ଉକ୍ତ ଗୋଦାମରେ ଚଢ଼ଉ କରିଥିଲେ। ଯାଞ୍ଚ ସମୟରେ ଗୋଦାମରୁ ମେଡ୍‌‌-ଲେ ଫାର୍ମା କମ୍ପାନୀର ଦୁଇ ପ୍ରକାର ଔଷଧ ଯଥା ‘ଓଫ୍ଲୋକ୍ସିନ’ ଓ ‘ଅର୍‌‌ନିଡାଜୋଲ’ ନାମକ ବଟିକା ମିଳିଥିଲା। ଅଧିକ ଯାଞ୍ଚ ପରେ ସେଗୁଡ଼ିକ ନକଲି ବୋଲି ଜଣାପଡ଼ିଛି। ଏନେଇ ଡ୍ରଗ୍ସ କଣ୍ଟ୍ରୋଲର ପକ୍ଷରୁ ମେଡ୍‌‌-ଲେ କମ୍ପାନୀକୁ ଯୋଗାଯୋଗ କରାଯାଇଥିଲା। ତେବେ କମ୍ପାନୀ କର୍ତ୍ତୃପକ୍ଷଙ୍କ ପ୍ରାଥମିକ ସୂଚନା ଆଧାରରେ ଉକ୍ତ ଔଷଧଗୁଡ଼ିକ ନକଲି ବୋଲି ଜଣାପଡ଼ିଥିଲା। ତେଣୁ ପୁଲିସ ଉକ୍ତ ଗୋଦାମରୁ ପ୍ରାୟ ୪ ପେଟି ନକଲି ଔଷଧ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ପୁଲିସ କହିଛି। ଏହାସହ ଉକ୍ତ ଔଷଧ କାରବାର ସମ୍ପର୍କିତ ବହୁ କାଗଜପତ୍ର ମଧ୍ୟ ଗୋଦାମରୁ ଜବତ ହୋଇଛି। ଏହି ଘଟଣାରେ ଗୋଦାମ ମାଲିକ ବିଜୟ ଅଗ୍ରୱାଲଙ୍କୁ ପୁଲିସ ଗିରଫ କରି ଜେରା କରୁଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଉକ୍ତ ଔଷଧ ସବୁ ଉତ୍ତରପ୍ରଦେଶର ଲକ୍ଷ୍ନୌ, ମଧ୍ୟପ୍ରଦେଶ ଓ ଦିଲ୍ଲୀରୁ ବିଜୟଙ୍କ ଗୋଦାମକୁ ଆସୁଥିଲା। ପରେ ବିଜୟ ଉକ୍ତ ଔଷଧଗୁଡ଼ିକୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଯୋଗାଣ କରୁଥିଲେ। ତେବେ ନକଲି ଔଷଧ କାରବାରକୁ ନେଇ ଲଗାତାର ଗିରଫଦାରୀ ସତ୍ତ୍ବେ ପୁଣି ନକଲି ଔଷଧ ଜବତ ହେବା ଘଟଣାକୁ ନେଇ ସନ୍ଦେହ ବଢ଼଼଼଼ିଛି। ଚଢ଼ଉରେ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର ଧର୍ମଦେବ ପୁହାଣ, ଇନ୍ସପେକ୍ଟର ତୁଷାରକାନ୍ତ ପାଣିଗ୍ରାହୀ, ହରିପ୍ରିୟ ମଲ୍ଲିକ ଓ ପୁରୀଘାଟ ଥାନା ଅଧିକାରୀ ଯତୀନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍‌‌ ସାମିଲ ହୋଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଢ଼ଉ ଚାଲିଥିବା ଜଣାପଡ଼ିଛି। ତେଣୁ ଘଟଣା ସମ୍ପର୍କିତ ଅଧିକ ତଥ୍ୟ ମିଳିପାରିନାହିଁ। ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବରରେ ଟେଲ୍‌‌ମା କମ୍ପାନୀର ନକଲି ରକ୍ତଚାପ ଔଷଧ ବିକ୍ରି ହେବା ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାରେ ଡ୍ରଗ୍ସ କଣ୍ଟ୍ରୋଲର ଏତଲା କ୍ରମେ ପୁରୀଘାଟ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପର୍ଯ୍ୟାୟ କ୍ରମେ ପୁଲିସ କଟକ ଓ ବିହାରର ଗୟା ଜିଲ୍ଲାରୁ ୭ ଜଣ ଔଷଧ ବ୍ୟବସାୟୀ, ଡିଷ୍ଟ୍ରିବ୍ୟୁଟରଙ୍କୁ ଗିରଫ କରିଥିଲା।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

28 Feb 2023 By The Sakala

କଟକରୁ ପୁଣି ଜବତ ହେଲା ନକଲି ମେଡିସିନ୍, ମାଲିକ ଗିରଫ

କଟକ: ନକଲି ଟେଲ୍‌‌ମା-୪୦ ମେଡିସିନ୍‌‌ ଚଢ଼ଉ ପରେ ସହରରେ ପୁଣି ନକଲି ଔଷଧ ସୋମବାର ଜବତ କରାଯାଇଛି। ଡ୍ରଗ୍ସ କଣ୍ଟ୍ରୋଲର ଓ ପୁରୀଘାଟ ଥାନା ପୁଲିସ ଚୌଧୁରୀବଜାର ସ୍ଥିତ ଏକ ଔଷଧ ଗୋଦାମରେ ଚଢ଼ଉ କରିଥିଲା। ଉକ୍ତ ଗୋଦାମରୁ ଲକ୍ଷାଧିକ ଟଙ୍କାର ଏକ ନାମୀ କମ୍ପାନୀର ନକଲି ଆଣ୍ଟିବାୟୋଟିକ୍‌‌(ଓ-ଟୁ) ବଟିକା ଜବତ କରାଯାଇଛି। ଏହି ଘଟଣାରେ ଗୋଦାମ ମାଲିକ ବିଜୟ ଅଗ୍ରୱାଲଙ୍କୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଡ୍ରଗ୍ସ କଣ୍ଟ୍ରୋଲର ଓ ପୁରୀଘାଟ ପୁଲିସ ନକଲି ଔଷଧ କାରବାରକୁ ନେଇ ତଦନ୍ତ ଜାରି ରଖିଥିଲା। ଏହା ଭିତରେ ଚୌଧୁରୀବଜାର ଟାଉନ୍‌‌ହଲ୍‌‌ ରୋଡ୍‌‌ ନିକଟସ୍ଥ ‘ଶ୍ରୀ ଡିଷ୍ଟ୍ରିବ୍ୟୁଟର’ ନାମକ ସଂସ୍ଥାରେ ନକଲି ଆଣ୍ଟିବାୟୋଟିକ୍‌‌ ଓ ଝାଡ଼ା ବଟିକା ବିକ୍ରି ହେଉଥିବା ନେଇ ସୂଚନା ମିଳିଥିଲା। ଏହି ଅନୁସାରେ ସୋମବାର ଡ୍ରଗ୍ସ ଏନ୍‌‌ଫୋର୍ସମେଣ୍ଟ ସ୍କ୍ୱାଡ୍‌‌ର ସ୍ୱତନ୍ତ୍ର ଟାସ୍କଫୋର୍ସ (ଏସ୍‌‌ଟିଏଫ୍‌‌) ଓ ପୁରୀଘାଟ ପୁଲିସ ମିଳିତ ଭାବେ ଉକ୍ତ ଗୋଦାମରେ ଚଢ଼ଉ କରିଥିଲେ। ଯାଞ୍ଚ ସମୟରେ ଗୋଦାମରୁ ମେଡ୍‌‌-ଲେ ଫାର୍ମା କମ୍ପାନୀର ଦୁଇ ପ୍ରକାର ଔଷଧ ଯଥା ‘ଓଫ୍ଲୋକ୍ସିନ’ ଓ ‘ଅର୍‌‌ନିଡାଜୋଲ’ ନାମକ ବଟିକା ମିଳିଥିଲା। ଅଧିକ ଯାଞ୍ଚ ପରେ ସେଗୁଡ଼ିକ ନକଲି ବୋଲି ଜଣାପଡ଼ିଛି। ଏନେଇ ଡ୍ରଗ୍ସ କଣ୍ଟ୍ରୋଲର ପକ୍ଷରୁ ମେଡ୍‌‌-ଲେ କମ୍ପାନୀକୁ ଯୋଗାଯୋଗ କରାଯାଇଥିଲା। ତେବେ କମ୍ପାନୀ କର୍ତ୍ତୃପକ୍ଷଙ୍କ ପ୍ରାଥମିକ ସୂଚନା ଆଧାରରେ ଉକ୍ତ ଔଷଧଗୁଡ଼ିକ ନକଲି ବୋଲି ଜଣାପଡ଼ିଥିଲା। ତେଣୁ ପୁଲିସ ଉକ୍ତ ଗୋଦାମରୁ ପ୍ରାୟ ୪ ପେଟି ନକଲି ଔଷଧ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ପୁଲିସ କହିଛି। ଏହାସହ ଉକ୍ତ ଔଷଧ କାରବାର ସମ୍ପର୍କିତ ବହୁ କାଗଜପତ୍ର ମଧ୍ୟ ଗୋଦାମରୁ ଜବତ ହୋଇଛି। ଏହି ଘଟଣାରେ ଗୋଦାମ ମାଲିକ ବିଜୟ ଅଗ୍ରୱାଲଙ୍କୁ ପୁଲିସ ଗିରଫ କରି ଜେରା କରୁଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଉକ୍ତ ଔଷଧ ସବୁ ଉତ୍ତରପ୍ରଦେଶର ଲକ୍ଷ୍ନୌ, ମଧ୍ୟପ୍ରଦେଶ ଓ ଦିଲ୍ଲୀରୁ ବିଜୟଙ୍କ ଗୋଦାମକୁ ଆସୁଥିଲା। ପରେ ବିଜୟ ଉକ୍ତ ଔଷଧଗୁଡ଼ିକୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଯୋଗାଣ କରୁଥିଲେ। ତେବେ ନକଲି ଔଷଧ କାରବାରକୁ ନେଇ ଲଗାତାର ଗିରଫଦାରୀ ସତ୍ତ୍ବେ ପୁଣି ନକଲି ଔଷଧ ଜବତ ହେବା ଘଟଣାକୁ ନେଇ ସନ୍ଦେହ ବଢ଼଼଼଼ିଛି। ଚଢ଼ଉରେ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର ଧର୍ମଦେବ ପୁହାଣ, ଇନ୍ସପେକ୍ଟର ତୁଷାରକାନ୍ତ ପାଣିଗ୍ରାହୀ, ହରିପ୍ରିୟ ମଲ୍ଲିକ ଓ ପୁରୀଘାଟ ଥାନା ଅଧିକାରୀ ଯତୀନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍‌‌ ସାମିଲ ହୋଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଢ଼ଉ ଚାଲିଥିବା ଜଣାପଡ଼ିଛି। ତେଣୁ ଘଟଣା ସମ୍ପର୍କିତ ଅଧିକ ତଥ୍ୟ ମିଳିପାରିନାହିଁ। ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବରରେ ଟେଲ୍‌‌ମା କମ୍ପାନୀର ନକଲି ରକ୍ତଚାପ ଔଷଧ ବିକ୍ରି ହେବା ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାରେ ଡ୍ରଗ୍ସ କଣ୍ଟ୍ରୋଲର ଏତଲା କ୍ରମେ ପୁରୀଘାଟ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପର୍ଯ୍ୟାୟ କ୍ରମେ ପୁଲିସ କଟକ ଓ ବିହାରର ଗୟା ଜିଲ୍ଲାରୁ ୭ ଜଣ ଔଷଧ ବ୍ୟବସାୟୀ, ଡିଷ୍ଟ୍ରିବ୍ୟୁଟରଙ୍କୁ ଗିରଫ କରିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର