ଦୀର୍ଘ ୨ବର୍ଷ ପରେ ଗଡିଲା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ, ମହାଆନନ୍ଦରେ ରଥ ଟାଣୁଛନ୍ତି ଭକ୍ତ

The Sakala Picture
Published On

ଭୁବନେଶ୍ବର : ଗଡିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ। ର୍ଦ୍ଧାରିତ ସମୟର ଘଣ୍ଟାଏ ବିଳମ୍ବରେ ରଥଟଣା ଆରମ୍ଭ ହୋଇଛି । ପୂର୍ବରୁ ଅପରାହ୍ଣ ସାଢେ ୩ଟାରେ ରଥଟଣା ହେବ ବୋଲି ନୀତିନିଘଣ୍ଟ କରାଯାଇଥିଲା । କିନ୍ତୁ ଆଜି ପ୍ରାୟ ସାଢେ ୪ଟା ବେଳେ ରଥଟଣା ଆରମ୍ଭ ହୋଇଥିଲା । ଆଜି ଦିନ ସାଢେ ୧ଟା ବେଳେ ଲିଙ୍ଗରାଜ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଠାକୁର ରଥାରୁଢ ହେବା ପରେ ରଥ ଉପରେ ପୂଜାର୍ଚ୍ଚନା ଓ ନୀତିକାନ୍ତି […]

ଭୁବନେଶ୍ବର : ଗଡିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ। ର୍ଦ୍ଧାରିତ ସମୟର ଘଣ୍ଟାଏ ବିଳମ୍ବରେ ରଥଟଣା ଆରମ୍ଭ ହୋଇଛି । ପୂର୍ବରୁ ଅପରାହ୍ଣ ସାଢେ ୩ଟାରେ ରଥଟଣା ହେବ ବୋଲି ନୀତିନିଘଣ୍ଟ କରାଯାଇଥିଲା । କିନ୍ତୁ ଆଜି ପ୍ରାୟ ସାଢେ ୪ଟା ବେଳେ ରଥଟଣା ଆରମ୍ଭ ହୋଇଥିଲା । ଆଜି ଦିନ ସାଢେ ୧ଟା ବେଳେ ଲିଙ୍ଗରାଜ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଠାକୁର ରଥାରୁଢ ହେବା ପରେ ରଥ ଉପରେ ପୂଜାର୍ଚ୍ଚନା ଓ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ଆଜି ରାମେଶ୍ବର ମନ୍ଦିରରେ ରଥ ଲାଗିବା ପରେ ଠାକୁର ବିଜେ କରି ଅନ୍ୟାନ୍ୟ ନୀତିକାନ୍ତି କରାଯିବ ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ହେଉଥିବା ବେଳେ  ଆସନ୍ତା ୧୩ ତାରିଖରେ ହେବ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। କରୋନା କଟକଣା ହଟିବା ପରେ ଚଳିତବର୍ଷ ଭକ୍ତଙ୍କ ଗହଣରେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେଉଛି। ଶ୍ରୀଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି। ରଥ ପ୍ରତିଷ୍ଠା ପାଇଁ ଗତକାଲି ରାତିରେ ମରିଚି କୁଣ୍ଡରୁ ପାଣି ଆସିଥିଲା। ଏହାସହିତ କ୍ଷେତ୍ରବାସୀ ନିଯୋଗ ଉପସ୍ଥିତ ରହି ରାତିରେ ରଥ ପ୍ରତିଷ୍ଠା କରିଥିଲେ। ରାତି ମଧ୍ୟରେ ରଥକାମ ଶେଷ ହେବାପରେ ଭୋର ୫ଟାରୁ ସାଢ଼େ ୫ଟା ମଧ୍ୟରେ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯାଇଥିଲା। ଏହାପରେ ସାଢ଼େ ୫ଟାରୁ ସାଢ଼େ ୬ଟା ପର୍ଯ୍ୟନ୍ତ ସାହାଣମେଳା ଦର୍ଶନ ହେବା ସହ ଭୋର୍‍ ସାଢ଼େ ୫ଟାରେ ରୋଷ ହୋମ ଓ ପାକ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ସକାଳ ୬ଟା ୩୦ରୁ ୭ଟା ପର୍ଯ୍ୟନ୍ତ ଛାମୁ ପରିଷ୍କାର ହେବାପରେ ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ମହାସ୍ନାନ, ବେଶ, ସୂର୍ଯ୍ୟପୂଜା ଓ ଦ୍ୱାର ପାଳ ପୂଜା କରାଯିବା ପରେ  ସକାଳ ୮ଟାରୁ ୮ଟା ୨୦ମିନିଟ୍‍ ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ବଲ୍ଲଭ, ୮ଟା ୨୦ରୁ ୮.୩୦ ମିନିଟ୍‍ ଶ୍ରୀ ଭୁବନେଶ୍ୱରୀଙ୍କ ବଲ୍ଲଭ ଏବଂ ସାଢ଼େ ୮ଟାରୁ ୯ଟା ୧୫ମିନିଟ୍‍ ଯାଏଁ ଶ୍ରୀଜିଉଙ୍କ ସକାଳ ଧୂପ ହୋଇଥିଲା।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଏହାପରେ ୯ଟା ୧୫ରୁ ୯ଟା ୪୫ ପର୍ଯ୍ୟନ୍ତ ଶ୍ରୀ ଭୁବନେଶ୍ୱରୀଙ୍କ ସକାଳ ଧୂପ ଏବଂ ସକାଳ ୯ଟା ୪୫ମିନିଟ୍‍ରୁ ୧୦ଟା ୪୫ ପର୍ଯ୍ୟନ୍ତ ଭୋଗ ମଣ୍ଡପରେ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ୧୦ଟା ୪୫ରୁ ୧୧ଟା ପର୍ଯ୍ୟନ୍ତ ସୂର୍ଯ୍ୟପୂଜା, ୧୧ଟାରୁ ୧୧ଟା ୧୫ ପର୍ଯ୍ୟନ୍ତ ଦ୍ୱାରପାଳ ପୂଜା, ୧୧ଟା ୧୫ରୁ ୧୧ଟା ୩୦ମିନିଟ୍‍ ପର୍ଯ୍ୟନ୍ତ ମହାସ୍ନାନ ଓ ୧୧ଟା ୩୦ରୁ ୧୨ଟା ପର୍ଯ୍ୟନ୍ତ ବେଶ ଅନୁଷ୍ଠିତ ହେବାପରେ ମଧ୍ୟାହ୍ନ ୧୨ଟାରୁ ୧୨ଟା ୩୦ ମିନିଟ୍‍ ପର୍ଯ୍ୟନ୍ତ ଯାତ୍ରା ପୂଜା, ଦିନ ୧୨ଟା ୩୦ରୁ ସାଢ଼େ ୧ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ପହଣ୍ଡି ଓ ପରେ ରଥାରୂଢ଼ ହୋଇଛନ୍ତି ମହାପ୍ରଭୁ। ଏହାପରେ ସାଢ଼େ ୧ଟାରୁ ସାଢ଼େ ୩ଟା ପର୍ଯ୍ୟନ୍ତ ରଥରେ ପୂଜା ହୋଇଥିଲା।  ସାଢ଼େ ୩ଟାରେ ଭକ୍ତଙ୍କ ଗହଣରେ ରଥଟଣା ଆରମ୍ଭ ହୋଇ ସନ୍ଧ୍ୟା ସାଢ଼େ ୭ଟାରେ ଶ୍ରୀରାମେଶ୍ୱର ମନ୍ଦିରକୁ ବିଜେ ହେବେ ଶ୍ରୀଲିଙ୍ଗରାଜ। ସନ୍ଧ୍ୟା ସାଢ଼େ ୭ଟାରୁ ଶ୍ରୀଜିଉଙ୍କ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ସେହିପରି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଆସନ୍ତା ୧୩ ତାରିଖ ବାହୁଡ଼ା ଯାତ୍ରା ନିମନ୍ତେ ନୀତିନିର୍ଘଣ୍ଟ ହୋଇଛି। ଭୋର ସାଢ଼େ ୬ଟାରେ ମଙ୍ଗଳ ଆଳତି ଓ ଅବକାଶ, ପରେ ସାଢ଼େ ୮ଟାରେ ରୋଷ ହୋମ ଓ ପାକ କାର୍ଯ୍ୟ ଅନୁଷ୍ଠିତ ହେବ। ସେହିପରି ଭୋର ୬ଟା୩୦ରୁ ପ୍ରାତଃ ସାଢ଼େ ୯ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ। ଏହାପରେ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ମହାସ୍ନାନ, ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା, ଶ୍ରୀଜିଉଙ୍କ ବଲ୍ଲଭ, ଶ୍ରୀଭୁବନେଶ୍ୱରୀଙ୍କ ବଲ୍ଲଭ ଓ ଶ୍ରୀଜିଉଙ୍କ ସକାଳ ଧୂପ ଅନୁଷ୍ଠିତ ହେବ। ୧୧ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ଭୋଗ ମଣ୍ଡପରେ ବିଭିନ୍ନ ନୀତି କରାଯିବା ପରେ ମଧ୍ୟାହ୍ନ ସାଢ଼େ ୧୨ଟାରୁ ସାଢ଼େ ୧ଟା ପର୍ଯ୍ୟନ୍ତ ଅଧର ପଣା ପୂଜା ହେବାପରେ ଦିନ ସାଢ଼େ ୧ଟାରୁ ୩ଟା ପର୍ଯ୍ୟନ୍ତ ପହଣ୍ଡି ବିଜେ କରାଯାଇ ସାଢ଼େ ୩ଟାରେ ରଥଟଣା ଆରମ୍ଭ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

09 Apr 2022 By The Sakala

ଦୀର୍ଘ ୨ବର୍ଷ ପରେ ଗଡିଲା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ, ମହାଆନନ୍ଦରେ ରଥ ଟାଣୁଛନ୍ତି ଭକ୍ତ

ଭୁବନେଶ୍ବର : ଗଡିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ। ର୍ଦ୍ଧାରିତ ସମୟର ଘଣ୍ଟାଏ ବିଳମ୍ବରେ ରଥଟଣା ଆରମ୍ଭ ହୋଇଛି । ପୂର୍ବରୁ ଅପରାହ୍ଣ ସାଢେ ୩ଟାରେ ରଥଟଣା ହେବ ବୋଲି ନୀତିନିଘଣ୍ଟ କରାଯାଇଥିଲା । କିନ୍ତୁ ଆଜି ପ୍ରାୟ ସାଢେ ୪ଟା ବେଳେ ରଥଟଣା ଆରମ୍ଭ ହୋଇଥିଲା । ଆଜି ଦିନ ସାଢେ ୧ଟା ବେଳେ ଲିଙ୍ଗରାଜ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଠାକୁର ରଥାରୁଢ ହେବା ପରେ ରଥ ଉପରେ ପୂଜାର୍ଚ୍ଚନା ଓ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ଆଜି ରାମେଶ୍ବର ମନ୍ଦିରରେ ରଥ ଲାଗିବା ପରେ ଠାକୁର ବିଜେ କରି ଅନ୍ୟାନ୍ୟ ନୀତିକାନ୍ତି କରାଯିବ ।

ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ହେଉଥିବା ବେଳେ  ଆସନ୍ତା ୧୩ ତାରିଖରେ ହେବ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। କରୋନା କଟକଣା ହଟିବା ପରେ ଚଳିତବର୍ଷ ଭକ୍ତଙ୍କ ଗହଣରେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେଉଛି। ଶ୍ରୀଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି। ରଥ ପ୍ରତିଷ୍ଠା ପାଇଁ ଗତକାଲି ରାତିରେ ମରିଚି କୁଣ୍ଡରୁ ପାଣି ଆସିଥିଲା। ଏହାସହିତ କ୍ଷେତ୍ରବାସୀ ନିଯୋଗ ଉପସ୍ଥିତ ରହି ରାତିରେ ରଥ ପ୍ରତିଷ୍ଠା କରିଥିଲେ। ରାତି ମଧ୍ୟରେ ରଥକାମ ଶେଷ ହେବାପରେ ଭୋର ୫ଟାରୁ ସାଢ଼େ ୫ଟା ମଧ୍ୟରେ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯାଇଥିଲା। ଏହାପରେ ସାଢ଼େ ୫ଟାରୁ ସାଢ଼େ ୬ଟା ପର୍ଯ୍ୟନ୍ତ ସାହାଣମେଳା ଦର୍ଶନ ହେବା ସହ ଭୋର୍‍ ସାଢ଼େ ୫ଟାରେ ରୋଷ ହୋମ ଓ ପାକ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ସକାଳ ୬ଟା ୩୦ରୁ ୭ଟା ପର୍ଯ୍ୟନ୍ତ ଛାମୁ ପରିଷ୍କାର ହେବାପରେ ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ମହାସ୍ନାନ, ବେଶ, ସୂର୍ଯ୍ୟପୂଜା ଓ ଦ୍ୱାର ପାଳ ପୂଜା କରାଯିବା ପରେ  ସକାଳ ୮ଟାରୁ ୮ଟା ୨୦ମିନିଟ୍‍ ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ବଲ୍ଲଭ, ୮ଟା ୨୦ରୁ ୮.୩୦ ମିନିଟ୍‍ ଶ୍ରୀ ଭୁବନେଶ୍ୱରୀଙ୍କ ବଲ୍ଲଭ ଏବଂ ସାଢ଼େ ୮ଟାରୁ ୯ଟା ୧୫ମିନିଟ୍‍ ଯାଏଁ ଶ୍ରୀଜିଉଙ୍କ ସକାଳ ଧୂପ ହୋଇଥିଲା।

ଏହାପରେ ୯ଟା ୧୫ରୁ ୯ଟା ୪୫ ପର୍ଯ୍ୟନ୍ତ ଶ୍ରୀ ଭୁବନେଶ୍ୱରୀଙ୍କ ସକାଳ ଧୂପ ଏବଂ ସକାଳ ୯ଟା ୪୫ମିନିଟ୍‍ରୁ ୧୦ଟା ୪୫ ପର୍ଯ୍ୟନ୍ତ ଭୋଗ ମଣ୍ଡପରେ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ୧୦ଟା ୪୫ରୁ ୧୧ଟା ପର୍ଯ୍ୟନ୍ତ ସୂର୍ଯ୍ୟପୂଜା, ୧୧ଟାରୁ ୧୧ଟା ୧୫ ପର୍ଯ୍ୟନ୍ତ ଦ୍ୱାରପାଳ ପୂଜା, ୧୧ଟା ୧୫ରୁ ୧୧ଟା ୩୦ମିନିଟ୍‍ ପର୍ଯ୍ୟନ୍ତ ମହାସ୍ନାନ ଓ ୧୧ଟା ୩୦ରୁ ୧୨ଟା ପର୍ଯ୍ୟନ୍ତ ବେଶ ଅନୁଷ୍ଠିତ ହେବାପରେ ମଧ୍ୟାହ୍ନ ୧୨ଟାରୁ ୧୨ଟା ୩୦ ମିନିଟ୍‍ ପର୍ଯ୍ୟନ୍ତ ଯାତ୍ରା ପୂଜା, ଦିନ ୧୨ଟା ୩୦ରୁ ସାଢ଼େ ୧ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ପହଣ୍ଡି ଓ ପରେ ରଥାରୂଢ଼ ହୋଇଛନ୍ତି ମହାପ୍ରଭୁ। ଏହାପରେ ସାଢ଼େ ୧ଟାରୁ ସାଢ଼େ ୩ଟା ପର୍ଯ୍ୟନ୍ତ ରଥରେ ପୂଜା ହୋଇଥିଲା।  ସାଢ଼େ ୩ଟାରେ ଭକ୍ତଙ୍କ ଗହଣରେ ରଥଟଣା ଆରମ୍ଭ ହୋଇ ସନ୍ଧ୍ୟା ସାଢ଼େ ୭ଟାରେ ଶ୍ରୀରାମେଶ୍ୱର ମନ୍ଦିରକୁ ବିଜେ ହେବେ ଶ୍ରୀଲିଙ୍ଗରାଜ। ସନ୍ଧ୍ୟା ସାଢ଼େ ୭ଟାରୁ ଶ୍ରୀଜିଉଙ୍କ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ।

ସେହିପରି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଆସନ୍ତା ୧୩ ତାରିଖ ବାହୁଡ଼ା ଯାତ୍ରା ନିମନ୍ତେ ନୀତିନିର୍ଘଣ୍ଟ ହୋଇଛି। ଭୋର ସାଢ଼େ ୬ଟାରେ ମଙ୍ଗଳ ଆଳତି ଓ ଅବକାଶ, ପରେ ସାଢ଼େ ୮ଟାରେ ରୋଷ ହୋମ ଓ ପାକ କାର୍ଯ୍ୟ ଅନୁଷ୍ଠିତ ହେବ। ସେହିପରି ଭୋର ୬ଟା୩୦ରୁ ପ୍ରାତଃ ସାଢ଼େ ୯ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ। ଏହାପରେ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ମହାସ୍ନାନ, ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା, ଶ୍ରୀଜିଉଙ୍କ ବଲ୍ଲଭ, ଶ୍ରୀଭୁବନେଶ୍ୱରୀଙ୍କ ବଲ୍ଲଭ ଓ ଶ୍ରୀଜିଉଙ୍କ ସକାଳ ଧୂପ ଅନୁଷ୍ଠିତ ହେବ। ୧୧ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ଭୋଗ ମଣ୍ଡପରେ ବିଭିନ୍ନ ନୀତି କରାଯିବା ପରେ ମଧ୍ୟାହ୍ନ ସାଢ଼େ ୧୨ଟାରୁ ସାଢ଼େ ୧ଟା ପର୍ଯ୍ୟନ୍ତ ଅଧର ପଣା ପୂଜା ହେବାପରେ ଦିନ ସାଢ଼େ ୧ଟାରୁ ୩ଟା ପର୍ଯ୍ୟନ୍ତ ପହଣ୍ଡି ବିଜେ କରାଯାଇ ସାଢ଼େ ୩ଟାରେ ରଥଟଣା ଆରମ୍ଭ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର