ଚିକିତ୍ସା ନପାଇ ଘରକୁ ଫେରିଥିଲେ ଚିନ୍ମୟୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶ ପରେ ହେଲା ଚିକିତ୍ସା ବ୍ୟବସ୍ଥା

The Sakala Picture
Published On

କଟକ: ଛାତିରେ ଯନ୍ତ୍ରଣା ଅନୁଭବ ହେଉଥିବାରୁ ଏସ୍‌‌ସିବି ମେଡିକାଲକୁ ଆସିଥିଲେ। ଏଠାରେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିଥିଲେ। ଏକାଧିକ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଡାକ୍ତର କହିଥିଲେ। ହେଲେ କେଉଁଠାରେ ସ୍ୱାସ୍ଥ୍ୟ ପରୀକ୍ଷା ସବୁ କରାଇବାକୁ ପଡ଼ିବ ତାହା ଜଣାନଥିଲା। ଏହାଛଡ଼ା ସ୍ୱାସ୍ଥ୍ୟ ପରୀକ୍ଷା ସବୁ ସମୟ ସାପେକ୍ଷ ବୋଲି ଜାଣିବା ପରେ ଘରକୁ ଫେରି ଯାଇଥିଲେ। ଏ ସଂକ୍ରାନ୍ତରେ ଜନୈକ ସମାଜସେବୀ ଟୁଇଟ୍‌‌ ଜରିଆରେ ଅଭିଯୋଗ କରିଥିଲେ। ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶ କ୍ରମେ ଉକ୍ତ ରୋଗୀଙ୍କୁ […]

କଟକ: ଛାତିରେ ଯନ୍ତ୍ରଣା ଅନୁଭବ ହେଉଥିବାରୁ ଏସ୍‌‌ସିବି ମେଡିକାଲକୁ ଆସିଥିଲେ। ଏଠାରେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିଥିଲେ। ଏକାଧିକ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଡାକ୍ତର କହିଥିଲେ। ହେଲେ କେଉଁଠାରେ ସ୍ୱାସ୍ଥ୍ୟ ପରୀକ୍ଷା ସବୁ କରାଇବାକୁ ପଡ଼ିବ ତାହା ଜଣାନଥିଲା। ଏହାଛଡ଼ା ସ୍ୱାସ୍ଥ୍ୟ ପରୀକ୍ଷା ସବୁ ସମୟ ସାପେକ୍ଷ ବୋଲି ଜାଣିବା ପରେ ଘରକୁ ଫେରି ଯାଇଥିଲେ। ଏ ସଂକ୍ରାନ୍ତରେ ଜନୈକ ସମାଜସେବୀ ଟୁଇଟ୍‌‌ ଜରିଆରେ ଅଭିଯୋଗ କରିଥିଲେ। ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶ କ୍ରମେ ଉକ୍ତ ରୋଗୀଙ୍କୁ ଏସସିବି ମେଡିକାଲରେ ଚିକିତ୍ସା ନିମନ୍ତେ ସମସ୍ତ ବନ୍ଦୋବସ୍ତ କରାଯାଇଛି।

ଆହୁରି ପଢ଼ନ୍ତୁ: ସାବଧାନ! ଶ୍ରୀମନ୍ଦିରରେ ନାହିଁ ‘ପେଡ୍‌ ଭିଆଇପି ଦର୍ଶନ’ ବ୍ୟବସ୍ଥା, ଜାଲ୍‌ ବିଜ୍ଞାପନ ବିରୋଧରେ ଏଫଆଇଆର

ଘଟଣାରୁ ପ୍ରକାଶ ଯେ, ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ଶଶିକାନ୍ତ ସେଠୀଙ୍କ ଝିଅ ଚିନ୍ମୟୀ(୧୧)। ପିଲାଦିନୁ ଚିନ୍ମୟୀଙ୍କର ହୃଦରୋଗ ରହିଛି। ପ୍ରାୟ ସମୟ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୁଏ। ୫ବର୍ଷ ପୂର୍ବେ ପରିବାର ଲୋକେ ତାଙ୍କୁ ଧରି ଏସ୍‌‌ସିବି ହୃଦରୋଗ ବିଭାଗକୁ ଆସିଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ, ସେତେବେଳେ ଏଠାରେ କୌଣସି ଚିକିତ୍ସା କରାଯାଇନଥିଲା। ବରଂ ଝିଅକୁ ଧରି ହାଇଦ୍ରାବାଦ ଚାଲିଯିବାକୁ ଜନୈକ ଡାକ୍ତର କହିଥିଲେ। ଏହା ପରେ ଚିନ୍ମୟୀ ନିୟମିତ ଔଷଧ ଖାଉଥିବା ହେତୁ ଛାତି ଯନ୍ତ୍ରଣା ଆଉ ଜଣା ପଡ଼ିନଥିଲା। କିଛି ଦିନ ପୂର୍ବେ ପୁଣି ଥରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଶୋଇଥିବା ବେଳେ ହେଉ କିମ୍ବା ବସିଥିବା ବେଳେ ହଠାତ ସେ ଧଇଁସଇଁ ହୋଇ ପଡନ୍ତି। ଛାତିକୁ ଜାବୁଡି ଧରି କାନ୍ଦିବାକୁ ଲାଗନ୍ତି। ପୁଣି ଥରେ ଛାତିର ସମସ୍ୟା ଦେଖା ଦେଇଥିବାରୁ ବାପା ଶଶିକାନ୍ତ ଝିଅକୁ ଧରି ବୁଧବାର ଦିନ ଏସ୍‌‌ସିବି ମେଡ଼ିକାଲକୁ ଆସିଥିଲେ। ହେଲେ ଏଠାକୁ ଆସି ହଡବଡେଇ ଯାଇଥିଲେ। କେଉଁଠାରେ ବିଭିନ୍ନ ପରୀକ୍ଷାନିରୀକ୍ଷା କରିବାକୁ ହୁଏ ଜାଣି ପାରିନଥିଲେ। ଝିଅ ଚିନ୍ମୟୀକୁ ଧରି ମେଡ଼ିକାଲ ଭିତରେ ବୁଲିବା ପରେ ଘରକୁ ଫେରି ଯାଇଥିଲେ। ଜନୈକ ସମାଜସେବୀ ଘଟଣା ସଂକ୍ରାନ୍ତରେ ଟୁଇଟ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଘଟଣା ସଂକ୍ରାନ୍ତରେ ଜାଣିପାରି ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଇବାକୁ ନିର୍ଦ୍ଦେଶ ଦେଇଛି। ଅନ୍ୟପକ୍ଷରେ ଚିନ୍ମୟୀଙ୍କୁ ଶନିବାର ଦିନ ଏସ୍‌‌ସିବି ମେଡ଼ିକାଲ ଆସିବାକୁ କୁହାଯାଇଛି ବୋଲି ପ୍ରଶାସନିକ ଅଧିକାରୀ ଡାକ୍ତର ଅବିନାଶ ରାଉତ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଝାଡ଼ାବାନ୍ତି ଆତଙ୍କ: ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ

ରୋଗୀଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାକୁ ଏସ୍‌‌ସିବି ମେଡିକାଲରେ ୪ଟି ହେଲ୍ପ ଡେସ୍କ କାର୍ଯ୍ୟ କରୁଛି। ତଥାପି ଜଣେ ରୋଗୀ ଏଭଳି ସମସ୍ୟାରେ ପଡ଼ି ଘରକୁ ଫେରିଯିବା ଘଟଣା ହେଲ୍ପ ଡେସ୍କର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରକାଶ ଯୋଗ୍ୟ, ବିଭିନ୍ନ କ୍ଷେତ୍ରରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଭୋଗୁଥିବା ସମସ୍ୟାକୁ ଦୂର କରିବା ପାଇଁ ମେଡିକାଲ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଭାବେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଗତ ମାସରେ ଏସ୍‌‌ସିବି ମେଡିକାଲରେ ସହାୟତା କେନ୍ଦ୍ର ଖୋଲିଥିଲା। ଏକ ସଙ୍ଗରେ ୪ଟି ସହାୟତା କେନ୍ଦ୍ର କାର୍ଯ୍ୟ କରିଥିଲା। ବଡ ମେଡିକାଲର ମଙ୍ଗଳାବାଗ ପାର୍ଶ୍ବ ମୁଖ୍ୟ ଫାଟକ, ରାଣୀହାଟ ପାର୍ଶ୍ବ ଫାଟକ, ନନଟ୍ରମା କାଜୁଆଲିଟି ସମ୍ମୁଖ ଏବଂ ମେଡ଼ିକାଲ ପରିସରସ୍ଥ ତାରିଣୀ ମନ୍ଦିର ନିକଟରେ ଗୋଟିଏ ଲେଖାଏ ସହାୟତା କେନ୍ଦ୍ର ଖୋଲାଯାଇଥିଲା। କେନ୍ଦ୍ର ପରିଚାଳନା ନିମନ୍ତେ ମିଶନ ଶକ୍ତି ଜରିଆରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ୧୭ଜଣ ମହିଳାଙ୍କୁ ସିଏମସି ପକ୍ଷରୁ ବଛାଯାଇ ଦାୟିତ୍ୱ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଅଗଷ୍ଟ ୧୬ରେ ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ ଅବସର ଗ୍ରହଣକୁ ସରକାରଙ୍କ ଅନୁମତି, ଅଗଷ୍ଟ ୭ରେ ନୂଆ ଡିଜିପି ଚୟନ ପାଇଁ ବୈଠକ

06 May 2023 By The Sakala

ଚିକିତ୍ସା ନପାଇ ଘରକୁ ଫେରିଥିଲେ ଚିନ୍ମୟୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶ ପରେ ହେଲା ଚିକିତ୍ସା ବ୍ୟବସ୍ଥା

କଟକ: ଛାତିରେ ଯନ୍ତ୍ରଣା ଅନୁଭବ ହେଉଥିବାରୁ ଏସ୍‌‌ସିବି ମେଡିକାଲକୁ ଆସିଥିଲେ। ଏଠାରେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିଥିଲେ। ଏକାଧିକ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଡାକ୍ତର କହିଥିଲେ। ହେଲେ କେଉଁଠାରେ ସ୍ୱାସ୍ଥ୍ୟ ପରୀକ୍ଷା ସବୁ କରାଇବାକୁ ପଡ଼ିବ ତାହା ଜଣାନଥିଲା। ଏହାଛଡ଼ା ସ୍ୱାସ୍ଥ୍ୟ ପରୀକ୍ଷା ସବୁ ସମୟ ସାପେକ୍ଷ ବୋଲି ଜାଣିବା ପରେ ଘରକୁ ଫେରି ଯାଇଥିଲେ। ଏ ସଂକ୍ରାନ୍ତରେ ଜନୈକ ସମାଜସେବୀ ଟୁଇଟ୍‌‌ ଜରିଆରେ ଅଭିଯୋଗ କରିଥିଲେ। ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶ କ୍ରମେ ଉକ୍ତ ରୋଗୀଙ୍କୁ ଏସସିବି ମେଡିକାଲରେ ଚିକିତ୍ସା ନିମନ୍ତେ ସମସ୍ତ ବନ୍ଦୋବସ୍ତ କରାଯାଇଛି।

ଘଟଣାରୁ ପ୍ରକାଶ ଯେ, ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ଶଶିକାନ୍ତ ସେଠୀଙ୍କ ଝିଅ ଚିନ୍ମୟୀ(୧୧)। ପିଲାଦିନୁ ଚିନ୍ମୟୀଙ୍କର ହୃଦରୋଗ ରହିଛି। ପ୍ରାୟ ସମୟ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୁଏ। ୫ବର୍ଷ ପୂର୍ବେ ପରିବାର ଲୋକେ ତାଙ୍କୁ ଧରି ଏସ୍‌‌ସିବି ହୃଦରୋଗ ବିଭାଗକୁ ଆସିଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ, ସେତେବେଳେ ଏଠାରେ କୌଣସି ଚିକିତ୍ସା କରାଯାଇନଥିଲା। ବରଂ ଝିଅକୁ ଧରି ହାଇଦ୍ରାବାଦ ଚାଲିଯିବାକୁ ଜନୈକ ଡାକ୍ତର କହିଥିଲେ। ଏହା ପରେ ଚିନ୍ମୟୀ ନିୟମିତ ଔଷଧ ଖାଉଥିବା ହେତୁ ଛାତି ଯନ୍ତ୍ରଣା ଆଉ ଜଣା ପଡ଼ିନଥିଲା। କିଛି ଦିନ ପୂର୍ବେ ପୁଣି ଥରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଶୋଇଥିବା ବେଳେ ହେଉ କିମ୍ବା ବସିଥିବା ବେଳେ ହଠାତ ସେ ଧଇଁସଇଁ ହୋଇ ପଡନ୍ତି। ଛାତିକୁ ଜାବୁଡି ଧରି କାନ୍ଦିବାକୁ ଲାଗନ୍ତି। ପୁଣି ଥରେ ଛାତିର ସମସ୍ୟା ଦେଖା ଦେଇଥିବାରୁ ବାପା ଶଶିକାନ୍ତ ଝିଅକୁ ଧରି ବୁଧବାର ଦିନ ଏସ୍‌‌ସିବି ମେଡ଼ିକାଲକୁ ଆସିଥିଲେ। ହେଲେ ଏଠାକୁ ଆସି ହଡବଡେଇ ଯାଇଥିଲେ। କେଉଁଠାରେ ବିଭିନ୍ନ ପରୀକ୍ଷାନିରୀକ୍ଷା କରିବାକୁ ହୁଏ ଜାଣି ପାରିନଥିଲେ। ଝିଅ ଚିନ୍ମୟୀକୁ ଧରି ମେଡ଼ିକାଲ ଭିତରେ ବୁଲିବା ପରେ ଘରକୁ ଫେରି ଯାଇଥିଲେ। ଜନୈକ ସମାଜସେବୀ ଘଟଣା ସଂକ୍ରାନ୍ତରେ ଟୁଇଟ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଘଟଣା ସଂକ୍ରାନ୍ତରେ ଜାଣିପାରି ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଇବାକୁ ନିର୍ଦ୍ଦେଶ ଦେଇଛି। ଅନ୍ୟପକ୍ଷରେ ଚିନ୍ମୟୀଙ୍କୁ ଶନିବାର ଦିନ ଏସ୍‌‌ସିବି ମେଡ଼ିକାଲ ଆସିବାକୁ କୁହାଯାଇଛି ବୋଲି ପ୍ରଶାସନିକ ଅଧିକାରୀ ଡାକ୍ତର ଅବିନାଶ ରାଉତ ଜଣାଇଛନ୍ତି।

ରୋଗୀଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାକୁ ଏସ୍‌‌ସିବି ମେଡିକାଲରେ ୪ଟି ହେଲ୍ପ ଡେସ୍କ କାର୍ଯ୍ୟ କରୁଛି। ତଥାପି ଜଣେ ରୋଗୀ ଏଭଳି ସମସ୍ୟାରେ ପଡ଼ି ଘରକୁ ଫେରିଯିବା ଘଟଣା ହେଲ୍ପ ଡେସ୍କର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରକାଶ ଯୋଗ୍ୟ, ବିଭିନ୍ନ କ୍ଷେତ୍ରରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଭୋଗୁଥିବା ସମସ୍ୟାକୁ ଦୂର କରିବା ପାଇଁ ମେଡିକାଲ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଭାବେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଗତ ମାସରେ ଏସ୍‌‌ସିବି ମେଡିକାଲରେ ସହାୟତା କେନ୍ଦ୍ର ଖୋଲିଥିଲା। ଏକ ସଙ୍ଗରେ ୪ଟି ସହାୟତା କେନ୍ଦ୍ର କାର୍ଯ୍ୟ କରିଥିଲା। ବଡ ମେଡିକାଲର ମଙ୍ଗଳାବାଗ ପାର୍ଶ୍ବ ମୁଖ୍ୟ ଫାଟକ, ରାଣୀହାଟ ପାର୍ଶ୍ବ ଫାଟକ, ନନଟ୍ରମା କାଜୁଆଲିଟି ସମ୍ମୁଖ ଏବଂ ମେଡ଼ିକାଲ ପରିସରସ୍ଥ ତାରିଣୀ ମନ୍ଦିର ନିକଟରେ ଗୋଟିଏ ଲେଖାଏ ସହାୟତା କେନ୍ଦ୍ର ଖୋଲାଯାଇଥିଲା। କେନ୍ଦ୍ର ପରିଚାଳନା ନିମନ୍ତେ ମିଶନ ଶକ୍ତି ଜରିଆରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ୧୭ଜଣ ମହିଳାଙ୍କୁ ସିଏମସି ପକ୍ଷରୁ ବଛାଯାଇ ଦାୟିତ୍ୱ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର