୬୮ଏକର ସରକାରୀ ଜମି ବିକିଦେଲେ ଦଲାଲ, ଇଓଡବ୍ଲ୍ୟୁରେ ଏତଲା ଦେଲା ବିଡିଏ
ଭୁବନେଶ୍ୱର: ଏକର କି ଦୁଇ ଏକର ନୁହେଁ ପୁରା ୬୮ ଏକର ସରକାରୀ ଜମିକୁ ମାଡି ବସିଛନ୍ତି ଦଲାଲ। ଏପରିକି ୧୦ଜଣ ବ୍ୟକ୍ତିଙ୍କୁ ମଧ୍ୟ ନିଜ ମାଲିକାନା ସତ୍ତ୍ବା ଦେଖାଇ ବିକ୍ରି କରିଦେଇଛନ୍ତି। ଏମିତି ଘଟଣା ଘଟିଛି ସାମପୁର ମୌଜାରେ॥ଏନେଇ ମାନସ ନାୟକ ଓ ଅନ୍ୟ ଦୁଇଜଣ ବ୍ୟକ୍ତିଙ୍କ ନାଁରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ରେ ଏତଲା ଦେଇଛି ବିଡିଏ। ସାଧାରଣ ପ୍ରଶାସନ (ଜିଏ) ତରଫରୁ ସାମପୁର ମୌଜାରେ ୬୪.୭୫ଡିସିମିିଲି ଜମି ବିଡିଏକୁ ମିଳିଥିଲା । ଏହି […]
ଭୁବନେଶ୍ୱର: ଏକର କି ଦୁଇ ଏକର ନୁହେଁ ପୁରା ୬୮ ଏକର ସରକାରୀ ଜମିକୁ ମାଡି ବସିଛନ୍ତି ଦଲାଲ। ଏପରିକି ୧୦ଜଣ ବ୍ୟକ୍ତିଙ୍କୁ ମଧ୍ୟ ନିଜ ମାଲିକାନା ସତ୍ତ୍ବା ଦେଖାଇ ବିକ୍ରି କରିଦେଇଛନ୍ତି। ଏମିତି ଘଟଣା ଘଟିଛି ସାମପୁର ମୌଜାରେ॥ଏନେଇ ମାନସ ନାୟକ ଓ ଅନ୍ୟ ଦୁଇଜଣ ବ୍ୟକ୍ତିଙ୍କ ନାଁରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ରେ ଏତଲା ଦେଇଛି ବିଡିଏ।
ସାଧାରଣ ପ୍ରଶାସନ (ଜିଏ) ତରଫରୁ ସାମପୁର ମୌଜାରେ ୬୪.୭୫ଡିସିମିିଲି ଜମି ବିଡିଏକୁ ମିଳିଥିଲା । ଏହି ଜମିରେ ଆଫୋଡେବୁଲ୍ ହାଉସିଂ ପ୍ରୋଜେକ୍ଟ ଲାଗି ଅନୁମତି ମିଳିଛି। ତେବେ ଆଫୋଡେବୁଲ ପ୍ରୋଜେକ୍ଟ ହେବା ପୂର୍ବରୁ କେତେକ ଦଲାଲ ସେହି ଜମିକୁ ମାଡି ବସିଛନ୍ତି। ଏପରିକି ଜାଲ ଦସ୍ତାବିଜ୍ ପ୍ରସ୍ତୁତ କରି ମାଲିକାନା ସତ୍ତ୍ବ ବଳରେ ୧୦ଜଣଙ୍କୁ ଏହି ସରକାରୀ ଜମିର କିଛି ଅଂଶ ବିକି ଦେଇଥିବା ବିଡିଏ ତଦନ୍ତରୁ ଜଣାପଡିଛି। ଆଉ ବାକି ଜମିକୁ ବିକ୍ରି କରିବା ପାଇଁ ଦଲାଲ ମାନେ ମସୁଧା ଚଳାଇଛନ୍ତି ।ଏହି ଘଟଣା ବିଡିଏ ଜାଣିବା ପରେ ମାନସ ନାୟକ ଏବଂ ଅନ୍ୟ ଦୁଇଜଣ ବ୍ୟକ୍ତିଙ୍କ ବିରୋଧରେ ଇଓଡବ୍ଲ୍ୟୁରେ ଏତଲା ଦାୟର କରିଛି।