୧୫ ତାରିଖ ପରେ ଗର୍ଭବତୀଙ୍କୁ ମିଳିବ କୋଭିଡ୍ ଟିକା, ଆଜି ଆସିବ ଗାଇଡଲାଇନ୍

The Sakala Picture
Published On

ଖୁବ୍ ଶୀଘ୍ର ଗର୍ଭବତୀଙ୍କୁ ମିଳିବ କରୋନା ଟିକା। ଜୁଲାଇ ୧୫ ତାରିଖ ପରେ ଗର୍ଭବତୀ ମାନଙ୍କୁ ଟିକାକରଣ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଆଜି ଏ ନେଇ ଜାରି ହେବ ଗାଇଡଲାଇନ୍ । ଯେଉଁ ଜିଲ୍ଲାରେ ପୂର୍ବରୁ ଯେଉଁ ଟିକା ଦିଆ ଯାଉଛି ସେହି ଟିକା ଦିଆଯିବ । ୧୫ ତାରିଖ ପୂର୍ବରୁ ଏଏନଏମ, ଆଶା, ଅଙ୍ଗନୱାଡି ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ତାଲିମ ଶେଷ କରିବା ପାଇଁ ନିର୍ଦ୍ଦେଶ […]

ଖୁବ୍ ଶୀଘ୍ର ଗର୍ଭବତୀଙ୍କୁ ମିଳିବ କରୋନା ଟିକା। ଜୁଲାଇ ୧୫ ତାରିଖ ପରେ ଗର୍ଭବତୀ ମାନଙ୍କୁ ଟିକାକରଣ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଆଜି ଏ ନେଇ ଜାରି ହେବ ଗାଇଡଲାଇନ୍ । ଯେଉଁ ଜିଲ୍ଲାରେ ପୂର୍ବରୁ ଯେଉଁ ଟିକା ଦିଆ ଯାଉଛି ସେହି ଟିକା ଦିଆଯିବ । ୧୫ ତାରିଖ ପୂର୍ବରୁ ଏଏନଏମ, ଆଶା, ଅଙ୍ଗନୱାଡି ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ତାଲିମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗର୍ଭବତୀଙ୍କୁ କୋଭିଡ୍‌ ହେଲେ, ଅଧିକ ବିପଦ ଆଶଙ୍କା ଥିବାରୁ ବିଶେଷଜ୍ଞମାନେ ଗର୍ଭବତୀଙ୍କୁ ଟିକା ଦେବାକୁ ପରାମର୍ଶ ଦେଇଛନ୍ତି । ଆଜି ସକାଳେ ୧ ଲକ୍ଷ ୭୩ ହଜାର କୋଭାକ୍ସିନ ଟିକା ପହଞ୍ଚିଛି । ଟିକା ଅଭାବରୁ ୫ ଜିଲ୍ଲାରେ ଆଜି ଟିକାକରଣ ବନ୍ଦ ରହିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ସେପଟେ ଯେଉଁଠି କରୋନା ଅଧିକ ପରିମାଣରେ ଚିହ୍ନଟ ହୋଇଛି, ତାକୁ ସ୍ୱତନ୍ତ୍ର ଫୋକସ୍ କରିଛନ୍ତି ସରକାର । ସଂକ୍ରମଣ ବଢ଼ିବା ଓ କମିବା ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି । ୫ଟି ଉପକୂଳ ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ୪ ମାସ ଧରି ଡୋର୍ ଟୁ ଡୋର୍ ସର୍ଭେ କରୁଛନ୍ତି ସରକାର । ରୋଗୀ ଚିହ୍ନଟ ସହ ସଂଗରୋଧର ବ୍ୟବସ୍ଥା କରାଯାଉଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର