କୋଭିଡ ପଜିଟିଭ୍ ପରେ ମଧ୍ଯ ରାଜଧାନୀରେ ଖୁଲମ ଖୁଲା ବୁଲୁଛନ୍ତି ସୁର ରାଉତରାୟ

The Sakala Picture
Published On

ଭୁବନେଶ୍ୱର: କରୋନା ପଜିଟିଭି ଚିହ୍ନଟପରେ ମଧ୍ଯ କଟକଣା ମାନୁ ନାହାଁନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । କୋଭିଡ୍ ସଂକ୍ରମିତ ହେଲା ପରେ ଆଇସୋଲେନ ତ ଦୂରର କଥା ରାଜଧାନୀରେ ଖୁଲମ ଖୁଲା ବୁଲୁଛନ୍ତି । କଂଗ୍ରେସ ଭବନ ବି ଯାଉଛନ୍ତି । କେବଳ ମୁହଁରେ ବାନ୍ଧିଛନ୍ତି ଗୋଟିଏ ଗାମୁଛା । କୋଭିଡ୍ ଭଳି ଭୟଙ୍କର ଭାଇରସକୁ ବେଖାତିର କରୁଥିବା ନଜରରେ ଆସିଛନ୍ତି ଜଟଣୀ ବିଧାୟକ । ସେ ଏବେ କରୋନା ଭାଇରସର ସୁପର ସ୍ପ୍ରେଡର୍ ପାଲଟିଛନ୍ତି […]

ଭୁବନେଶ୍ୱର: କରୋନା ପଜିଟିଭି ଚିହ୍ନଟପରେ ମଧ୍ଯ କଟକଣା ମାନୁ ନାହାଁନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । କୋଭିଡ୍ ସଂକ୍ରମିତ ହେଲା ପରେ ଆଇସୋଲେନ ତ ଦୂରର କଥା ରାଜଧାନୀରେ ଖୁଲମ ଖୁଲା ବୁଲୁଛନ୍ତି । କଂଗ୍ରେସ ଭବନ ବି ଯାଉଛନ୍ତି । କେବଳ ମୁହଁରେ ବାନ୍ଧିଛନ୍ତି ଗୋଟିଏ ଗାମୁଛା । କୋଭିଡ୍ ଭଳି ଭୟଙ୍କର ଭାଇରସକୁ ବେଖାତିର କରୁଥିବା ନଜରରେ ଆସିଛନ୍ତି ଜଟଣୀ ବିଧାୟକ ।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

ସେ ଏବେ କରୋନା ଭାଇରସର ସୁପର ସ୍ପ୍ରେଡର୍ ପାଲଟିଛନ୍ତି । ବୁଧବାର ବିଧାୟକ ଓ ତାଙ୍କ ପତ୍ନୀ ମାନୀ ରାଉତରାୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଏ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ବିଧାୟକ ସର୍ବଦା କରୋନାକୁ ଅଣଦେଖା କରୁଥିବା ନଜିର ରହିଥିଲା । ଏମିତିକି ମାସ୍କ ମଧ୍ୟ ପିନ୍ଧିବାକୁ ପସନ୍ଦ କରୁନଥିଲେ । ପ୍ରାୟତ ତାଙ୍କୁ ବିନା ମାସ୍କରେ ଦେଖିବାକୁ ମିଳୁଥିଲା । ଏବେ ସେ ପଜିଟିଭ୍ ଚିହ୍ନଟ ହେଲା ପରେ ଆହୁରି ବଢି ଯାଇଚି ଚିନ୍ତା । ନା ଆଇସୋଲେସନରେ ରହୁଛନ୍ତି ନା ଡାକ୍ତରଙ୍କ ପରାମର୍ଶ ମାନୁଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

 

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର