୩ ଦିନ ଖାଡା ଉପାସ ରହିବା ପରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପାଖରେ ଲାଗି ହେଲା ଭୋଗ, ସ୍ୱାଭାବିକ ହେଲା ନୀତିକାନ୍ତି

The Sakala Picture
Published On

ଭୁବନେଶ୍ୱର: ସ୍ୱାଭାବିକ ହେଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ୩ ଦିନ ଖାଡା ଉପାସ ରହିବା ପରେ ଶ୍ରୀଲିଙ୍ଗରାଜଙ୍କ ପାଖରେ ଲାଗି ହେଲା ଭୋଗ । ଟ୍ରଷ୍ଟ ବୋର୍ଡରୁ ପୂଜାପଣ୍ଡା ନିଯୋଗ ଓ ବ୍ରାହ୍ମଣ ନିଯୋଗ ଇସ୍ତଫା ଦେବା ପରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ପ୍ରଭୁ ଲିଙ୍ଗରାଜଙ୍କ ଜମି ଉପରେ ‘ବଡ଼ୁ ନିଯୋଗ’ ବେଆଇନ ନିର୍ମାଣ କରୁଥିବା ଅଭିଯୋଗ କରି ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ଠାକୁରଙ୍କ ନୀତିରୁ […]

ଭୁବନେଶ୍ୱର: ସ୍ୱାଭାବିକ ହେଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ୩ ଦିନ ଖାଡା ଉପାସ ରହିବା ପରେ ଶ୍ରୀଲିଙ୍ଗରାଜଙ୍କ ପାଖରେ ଲାଗି ହେଲା ଭୋଗ । ଟ୍ରଷ୍ଟ ବୋର୍ଡରୁ ପୂଜାପଣ୍ଡା ନିଯୋଗ ଓ ବ୍ରାହ୍ମଣ ନିଯୋଗ ଇସ୍ତଫା ଦେବା ପରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ ହୋଇଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ସୂଚନାଯୋଗ୍ୟ, ପ୍ରଭୁ ଲିଙ୍ଗରାଜଙ୍କ ଜମି ଉପରେ ‘ବଡ଼ୁ ନିଯୋଗ’ ବେଆଇନ ନିର୍ମାଣ କରୁଥିବା ଅଭିଯୋଗ କରି ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ଠାକୁରଙ୍କ ନୀତିରୁ ଦୂରେଇ ରହିଥିଲେ । ଫଳରେ ଶ୍ରୀଲିଙ୍ଗରାଜଙ୍କ ନୀତି ବନ୍ଦ କରିଦେଇଥିଲେ ସେବାୟତ । ସେବାୟତଙ୍କ ମଧ୍ୟରେ ଚାଲିଥିବା ବିବାଦ ପାଇଁ ତିନି ଦିନ ଧରି ଖାଡା ଉପବାସରେ ଥିଲେ ମହାପ୍ରଭୁ ଲିଙ୍ଗରାଜ। ଆଜି ଏହା ସ୍ୱାଭାବିକ ହେବା ସହ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ପୁନର୍ବାର ଆରମ୍ଭ ହୋଇଛି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର