‘ଉତ୍କଳ’ରେ ନାମଲେଖା ଜାଲିଆତି: ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ ସହ ଅଣ୍ଡାମାଡ଼ କଲା ଛାତ୍ର କଂଗ୍ରେସ

The Sakala Picture
Published On

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ପଟ୍‌‌ ନାମଲେଖାରେ ଜାଲିଆତି ଅଭିଯୋଗରେ ଆଜି ଛାତ୍ର କଂଗ୍ରେସ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ ବାସଭବନ ଘେରାଉ କରିଛି। ପ୍ରତିବାଦ ସହ ଘର ଉପରକୁ ଅଣ୍ଡା ମାଡ଼ କରିଛନ୍ତି କଂଗ୍ରେସ କର୍ମୀ । ରାଙ୍କ୍ ଆଧାରରେ ଛାତ୍ରଛାତ୍ରୀଙ୍କୁ ଆଡ଼ମିଶନ ଦେବା ପାଇଁ ଦାବି ରଖିଛି ଛାତ୍ର କଂଗ୍ରେସ । ସୂଚନା ଅନୁଯାୟୀ, ଲାଇବ୍ରେରୀ ଆଣ୍ଡ ଇନ୍‌‌ଫର୍‌‌ମେସନ୍‌‌ ସାଇନ୍ସ ବିଭାଗରେ ସ୍ପଟ୍‌‌ ନାମଲେଖା ପାଇଁ ୯ମ ସ୍ଥାନରେ ଥିବା ବିଜୟ କୁମାର ସାହୁଙ୍କୁ ବାଦ୍‌‌ […]

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ପଟ୍‌‌ ନାମଲେଖାରେ ଜାଲିଆତି ଅଭିଯୋଗରେ ଆଜି ଛାତ୍ର କଂଗ୍ରେସ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ ବାସଭବନ ଘେରାଉ କରିଛି। ପ୍ରତିବାଦ ସହ ଘର ଉପରକୁ ଅଣ୍ଡା ମାଡ଼ କରିଛନ୍ତି କଂଗ୍ରେସ କର୍ମୀ । ରାଙ୍କ୍ ଆଧାରରେ ଛାତ୍ରଛାତ୍ରୀଙ୍କୁ ଆଡ଼ମିଶନ ଦେବା ପାଇଁ ଦାବି ରଖିଛି ଛାତ୍ର କଂଗ୍ରେସ ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

ସୂଚନା ଅନୁଯାୟୀ, ଲାଇବ୍ରେରୀ ଆଣ୍ଡ ଇନ୍‌‌ଫର୍‌‌ମେସନ୍‌‌ ସାଇନ୍ସ ବିଭାଗରେ ସ୍ପଟ୍‌‌ ନାମଲେଖା ପାଇଁ ୯ମ ସ୍ଥାନରେ ଥିବା ବିଜୟ କୁମାର ସାହୁଙ୍କୁ ବାଦ୍‌‌ ଦେଇ ୧୧ତମ ସ୍ଥାନରେ ଥିବା ଅନ୍ୟଜଣେ ଛାତ୍ରଙ୍କ ନାମଲେଖାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ବିରୋଧ କରି ପୂର୍ବରୁ ବିଶ୍ୱବିଦ୍ୟାଳୟରେ ଧାରଣା ଦେବା ସହ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ଛାତ୍ର କଂଗ୍ରେସ। ଏପରିକି କୁଳପତିଙ୍କ ନାମରେ ଥାନାରେ ଏତଲା ମଧ୍ୟ ଦିଆଯାଇଥିଲା। ପରେ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କୁ ଭେଟିଥିଲା ରାଜ୍ୟ ଛାତ୍ର କଂଗ୍ରେସ । ହେଲେ କୌଣସି ତ୍ୱରିତ ପଦକ୍ଷେପ ନିଆଯାଉ ନ ଥିବାରୁ ସମ୍ପୃକ୍ତ ଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇପଡୁଥିବା ଛାତ୍ର କଂଗ୍ରେସ ଅଭିଯୋଗ କରିଛି। ଏହି ଅନିୟମିତତାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ପୀଡ଼ିତ ଛାତ୍ରଙ୍କ ତୁରନ୍ତ ନାମ ଲେଖାଇବାକୁ ଛାତ୍ର କଂଗ୍ରେସ ଦାବି କରିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର