ସରିଲା ମହାପ୍ରଭୁଙ୍କ ଅଧରପଣା ନୀତି, ତୃପ୍ତ ହେଲେ ଚଣ୍ଡିଚାମୁଣ୍ଡା ଏବଂ ଅଶରୀରି

The Sakala Picture
Published On

ପୁରୀ: ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ତିନିରଥ ଉପରେ ସୋମବାର ଅଧରପଣା ନୀତି ସମ୍ପନ୍ନ ହୋଇଛି। ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କଠାରେ ଲାଗି ହୋଇଛି ସୁସ୍ୱାଦୁ ଓ ସୁବାସିତ ପଣା । ୩ପ୍ରତି ଠାକୁରଙ୍କ ପାଖରେ ୩ ହାଣ୍ଡି ଲେଖାଏ ପଣା ଭୋଗ ହୋଇଛି । ତେବେ ଏହି ପଣା ରଥ ଉପରେ ଲାଗି ପରେ ସେହିଠାରେ ହିଁ ହାଣ୍ଡିକୁ ଭାଙ୍ଗି ଦିଆଯାଇଥାଏ। ପଣା ହାଣ୍ଡି ଭାଙ୍ଗିଲେ ପଣା ସବୁ ରଥ ତଳକୁ ବୋହିଯାଏ । ଏହାକୁ ଦେବଦେବୀ, ଭୂତପ୍ରେତ, […]

ପୁରୀ: ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ତିନିରଥ ଉପରେ ସୋମବାର ଅଧରପଣା ନୀତି ସମ୍ପନ୍ନ ହୋଇଛି। ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କଠାରେ ଲାଗି ହୋଇଛି ସୁସ୍ୱାଦୁ ଓ ସୁବାସିତ ପଣା । ୩ପ୍ରତି ଠାକୁରଙ୍କ ପାଖରେ ୩ ହାଣ୍ଡି ଲେଖାଏ ପଣା ଭୋଗ ହୋଇଛି । ତେବେ ଏହି ପଣା ରଥ ଉପରେ ଲାଗି ପରେ ସେହିଠାରେ ହିଁ ହାଣ୍ଡିକୁ ଭାଙ୍ଗି ଦିଆଯାଇଥାଏ। ପଣା ହାଣ୍ଡି ଭାଙ୍ଗିଲେ ପଣା ସବୁ ରଥ ତଳକୁ ବୋହିଯାଏ । ଏହାକୁ ଦେବଦେବୀ, ଭୂତପ୍ରେତ, କିନ୍ନର ଓ ରାକ୍ଷସମାନେ ପାଇଥାନ୍ତି ବୋଲି ବିଶ୍ୱାସ ରହିଛି। ରଥରେ ଠାକୁରଙ୍କ ମଧ୍ୟାହ୍ନ ଧୂପ ନୀତି ବଢିବା ପରେ ଅଧରପଣା ନୀତି ହୋଇଥିଲା। । ଆଜିର ଅଧରପଣା ନୀତି ସମାପ୍ତ ପରେ ଆସନ୍ତାକାଲି ନବଦିନାତ୍ମକ ଯାତ୍ରା ସାରି ନିଳକନ୍ଦରକୁ ବାହୁଡିବେ ଚତୁର୍ଦ୍ଧାମୂରତି । ଅଧରପଣା ନୀତି ଦର୍ଶନ ପାଇଁ ସିଂହଦ୍ୱାର ସମ୍ମୁଖରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିିଲିଥିଲା। ହରିବୋଲ ଧ୍ୱନିରେ ବଡଦାଣ୍ଡ କମ୍ପି ଉଠିଥିଲା।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ସୂଚନାଯୋଗ୍ୟ, ବାହୁଡା ଯାତ୍ରା ପରେ ଅର୍ଥାତ ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ସିଂହଦ୍ୱାରଠାରେ ତିନି ରଥ ଉପରେ ସୁନାବେଶ ପରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଅଧର ପଣା ଭୋଗ ହୋଇଥାଏ । ରଥାରୂଢ଼ ଠାକୁରମାନଙ୍କ ଅଧର ଉଚ୍ଚ ପର୍ଯ୍ଯନ୍ତ ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ହେଉଥିବା ପଣା ଭୋଗକୁ ଅଧର ପଣା କୁହାଯାଏ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର