ବିଧାନସଭାରେ ଉପସ୍ଥାପିତ ହେଲା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ

The Sakala Picture
Published On

ଭୁବନେଶ୍ବର: ବିଧାନସଭାରେ ୨୦୨୨ – ୨୩ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପିତ କରାଯାଇଛି। ୧୬ ହଜାର ୮୦୦ କୋଟିର ଅତିରିକ୍ତ ବଜେଟ୍ ଉପସ୍ଥାପିତ କରାଯାଇଛି। ଗୃହରେ ବଜେଟ ଉଦପସ୍ଥାପନା କରିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ପ୍ରଶାସନିକ ଖର୍ଚ୍ଚ ପାଇଁ ୪ ହଜାର ୯ଶହ ୩୪ କୋଟି ଟଙ୍କା ବୟ ବରାଦ କରାଯାଇଛି। ଯୋଜନା ଖର୍ଚ୍ଚ ପାଇଁ ୯ ହଜାର ୨୦୦ କୋଟି ଟଙ୍କା ରହିଛି। ବିପର୍ଯ୍ଯୟ ପରିଚାଳନା ପାଣ୍ଠି ପାଇଁ […]

ଭୁବନେଶ୍ବର: ବିଧାନସଭାରେ ୨୦୨୨ – ୨୩ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପିତ କରାଯାଇଛି। ୧୬ ହଜାର ୮୦୦ କୋଟିର ଅତିରିକ୍ତ ବଜେଟ୍ ଉପସ୍ଥାପିତ କରାଯାଇଛି। ଗୃହରେ ବଜେଟ ଉଦପସ୍ଥାପନା କରିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

ପ୍ରଶାସନିକ ଖର୍ଚ୍ଚ ପାଇଁ ୪ ହଜାର ୯ଶହ ୩୪ କୋଟି ଟଙ୍କା ବୟ ବରାଦ କରାଯାଇଛି। ଯୋଜନା ଖର୍ଚ୍ଚ ପାଇଁ ୯ ହଜାର ୨୦୦ କୋଟି ଟଙ୍କା ରହିଛି। ବିପର୍ଯ୍ଯୟ ପରିଚାଳନା ପାଣ୍ଠି ପାଇଁ ୨ ହଜାର ୬୧୦.୪୬ କୋଟି ରହିଛି। କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ବାବଦ ଖର୍ଚ୍ଚ ୫୫.୫୪ କୋଟି ରହିଛି। ମହିଳା ସଶକ୍ତିକରଣ, ଗ୍ରାମୀଣ ସଂଯୋଗୀକରଣକୁ ଗୁରୁତ୍ବ ଦିଆଯାଇଛି। କୃଷି, ଜଳସେଚନ, ଶିଳ୍ପ, ଭିତ୍ତିଭୂମି, କ୍ରୀଡାକୁ ଅତିରିକ୍ତ ବଜେଟରେ ଫୋକସ କରାଯାଇଛି। ବଜେଟର ୫୫ ପ୍ରତିଶତ ଯୋଜନା ବାବଦ ଖର୍ଚ୍ଚ ରହିଛି।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

ସ୍ବାସ୍ଥ୍ୟ ଯୋଜନା ପାଇଁ ଅତିିରିକ୍ତ ୮୬୭ କୋଟି ଟଙ୍କା ବୟ ବରାଦ କରାଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ପାଇଁ ୫୨୩ କୋଟି ରହିଛି। ଖାଦ୍ୟ ସୁରକ୍ଷା ପାଇଁ ୧୬୬ କୋଟି ରହିଛି। ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧୫୭୬କୋଟି ରହିଛି। ଗ୍ରାମୀଣ ସଂଯେଗୀକରଣ ପାଇଁ ୫୫୨ କୋଟି ରହିଛି। ଜଳସେଚନ ଓ ଜଳ ସମ୍ପଦ ବିଭାଗ ପାଇଁ ୧୫୯୫.୫୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ମହିଳା ଓ ଶିଶୁ ବିକାଶ ପାଇଁ ୧୭୨ କଟ ରହିଛି। ଏସସି/ ଏସଟି ବିକାଶ ପାଇଁ ୪୩୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। କ୍ରୀଡା ଭିତ୍ତିଭୂମି ବିକାଶ ପାଇଁ ୫୦୮ କୋଟି ରହିଛି। ବଜେଟରେ ଗୃହ ବିଭାଗ ପାଇଁ ୩୦୫ କୋଟିର ବ୍ୟୟ ବରାଦ କରାଯାଇଥିବାବେଳେ ଗୃହ ନିର୍ମା ଓ ପୌର ଉନ୍ନୟନ ବିଭାଗ ଲାଗି ୭୮୨.୦୪ କୋଟି ଟଙ୍କା ବୟ ବରାଦ କରାଯାଇଛି।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ମହଙ୍ଗା ଭତ୍ତା, ଜୁଡିସିଆଲ ଅଧିକାରୀଙ୍କ ବକେୟା ଦରମା, ନିୟମିତ ହୋଇଥିବା କର୍ମଚାରୀଙ୍କ ଦରମା ପାଇଁ ଖର୍ଚ୍ଚ ଟଙ୍କାର ବ୍ୟୟ ବରାଦ କରାଯାଇଛି। ଖରିଫରେ କ୍ଷତି ସହିଥିବା ଚାଷୀଙ୍କ ପାଇଁ ୨୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ସ୍କୁଲ ବିଲ୍ଡିଂ, ସ୍ବାସ୍ଥ୍ୟ କ୍ଷେତ୍ର ରକ୍ଷଣାବେକ୍ଷଣ ପାଇଁ ୧୭୩ କୋଟି ବ୍ୟୟ ବରାଦ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର