ବଣଭୋଜି କରୁଥିଲେ ସାବଧାନ, ପ୍ରଦୂଷଣ କଲେ ହେବ କାର୍ଯ୍ୟାନୁଷ୍ଠାନ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

Madhusudan Das Picture
Published On

ଭୁବନେଶ୍ଵର: ବଣ ଭୋଜି କରୁଥିଲେ ସାବଧାନ, ପ୍ରଦୂଷଣ କଲେ ହେବ କଡା କାର୍ଯ୍ୟାନୁଷ୍ଠାନ। ବଣଭୋଜି ଉପରେ ପଲ୍ୟୁସନ୍ କଣ୍ଟ୍ରୋଲବୋର୍ଡ ନଜର ରଖିଥିବା ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି କି, ଭୁବନେଶ୍ଵର ପ୍ରଦୂଷଣ ମାତ୍ରା ଡେଞ୍ଜର ଲେବୁଲ ଉପରେ ରହିବା ଚିନ୍ତାଜନକ। ସମସ୍ତେ ଏଥିପାଇଁ ସତର୍କ ରହିବା ଆବଶ୍ୟକ। ବଣଭୋଜି କରିବାକୁ ଯାଉଥିଲେ ସତର୍କ ରୁହନ୍ତୁ । ବଣଭୋଜି ନାଁରେ ପ୍ରଦୂଷଣ କଲେ ହେବ କାର୍ଯ୍ୟାନୁଷ୍ଠାନ । ପଲ୍ୟୁସନ୍ କଣ୍ଟ୍ରୋଲବୋର୍ଡ ନଜର ରଖିଛି। ଇକୋ ଟୁରିଜିମ ସ୍ଥାନରେ ନଜର ରଖିଛି ପଲ୍ୟୁସନ୍ କଣ୍ଟ୍ରୋଲବୋର୍ଡ। 

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ଓଡ଼ିଶାରେ ପ୍ରଦୂଷଣ ବଢୁଛି । ଅନୁଗୁଳ,ବାଲେଶ୍ବର, ତାଳଚେର ଭୁବନେଶ୍ଵର ରେ AQI ଅଧିକ ରହୁଛି। ଭୁବନେଶ୍ୱର ଅବସ୍ଥା ବିପଦଜନକ। ଲୋକେ ସଚେତନ ହେବା ଆବଶ୍ୟକ। ରାଜ୍ୟରେ ପ୍ରଦୂଷଣ ବଢିବା ପରେ ପରିବହନ ବିଭାଗକୁ ଅନୁରୋଧ କରାଯାଇଥିଲା ପଦକ୍ଷେପ ନେବାକୁ। କିନ୍ତୁ ଏତିକି ପଦକ୍ଷେପ ବି ଯଥେଷ୍ଟ ନୁହେଁ। ଲୋକେ ସତର୍କ ରହିବାକୁ ପଡିବ। ଖୁବଶୀଘ୍ର ଅର୍ବାନ, ଇଣ୍ଡଷ୍ଟ୍ରି, ପରିବହନ ବିଭାଗ, ଶିଳ୍ପ ବିଭାଗ ସହ ସମନ୍ୱୟ ବୈଠକ ବସିବ। ମାଇନ୍ସ ଏରିଆରେ ୱାଟର ସ୍ପ୍ରୀଙ୍କଲାର ସଠିକ ଭାବେ କାମ କରୁଛି ନା ନାହିଁ ତଦନ୍ତ ହେବା ଆବଶ୍ୟକ ରହିଛି। ସଠିକ ଭାବେ sop ପାଳନ ହେଉଛି ନା ନାହିଁ ତର୍ଜମା କରିବାକୁ ନିର୍ଦ୍ଦେଶ ରହିଛି।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର