ଏସିଏଫ ସୌମ୍ୟ ଡେଥ ମିଷ୍ଟ୍ରିର ଆଉ ଏକ ଭାଇରାଲ ଚିଠି – ‘ହେ ପ୍ରଭୁ, କିଛି ବି କରିକି ଡିଭୋର୍ସ କରାଇ ଦିଅ’

The Sakala Picture
Published On

ପାରଳାଖେମୁଣ୍ଡି: ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଆସିଛି ଆଉ ଏକ ଟ୍ଵିଷ୍ଟ । ପତ୍ନୀ ବିଦ୍ୟାଭାରତୀଙ୍କ ଆଉ ଏକ ହାତଲେଖା ଚିଠି ମିଳିଛି, ଯେଉଁଥିରେ ବିଦ୍ୟା ନିଜର ଭାବନାକୁ ଦୁଃଖରେ ପ୍ରକାଶ କରିଛନ୍ତି । ଚିଠିରେ ଲେଖିଛନ୍ତି କି, “ହେ ଭଗବାନ, କିଛି ବି କରିକି ଡିଭୋର୍ସ କରେଇ ଦିଅ। ପ୍ରଭୁ ତୁମ ପାଖରେ ଋଣୀ ରହିବି । ଯାଇକି ପୁରୀ ମନ୍ଦିରରେ ଦାସୀ ହୋଇ ସେବା କରିବି । ସାରା ଜୀବନ କିଛି ବି କରିବି […]

ପାରଳାଖେମୁଣ୍ଡି: ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଆସିଛି ଆଉ ଏକ ଟ୍ଵିଷ୍ଟ । ପତ୍ନୀ ବିଦ୍ୟାଭାରତୀଙ୍କ ଆଉ ଏକ ହାତଲେଖା ଚିଠି ମିଳିଛି, ଯେଉଁଥିରେ ବିଦ୍ୟା ନିଜର ଭାବନାକୁ ଦୁଃଖରେ ପ୍ରକାଶ କରିଛନ୍ତି । ଚିଠିରେ ଲେଖିଛନ୍ତି କି, “ହେ ଭଗବାନ, କିଛି ବି କରିକି ଡିଭୋର୍ସ କରେଇ ଦିଅ। ପ୍ରଭୁ ତୁମ ପାଖରେ ଋଣୀ ରହିବି । ଯାଇକି ପୁରୀ ମନ୍ଦିରରେ ଦାସୀ ହୋଇ ସେବା କରିବି । ସାରା ଜୀବନ କିଛି ବି କରିବି । ଡିଭୋର୍ସ କରାଇଦିଅ । ଏମିତି ମଣିଷ ମୁଁ ମୋ ଜୀବନରେ ଦେଖିନି । ଏତେ ଦୁଃଖରେ କହିଲି , ଆଖି ଲୁହ ବି ଗଡୁଛି ।” ଏମିତି ବହୁତ କୋହଭରା ଶବ୍ଦରେ ବିଦ୍ୟା ନିଜର ମନକଥା ଲେଖିଛନ୍ତି । ଚିଠିରେ ଏପରି କିଛି କଥା ମଧ୍ୟ ଅଛି ଯାହା ସାଧାରଣରେ କହି ହେବନି । ବେଶ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ମଧ୍ୟ ଲେଖିଛନ୍ତି । ଏଥିରୁ ଜଣାପଡୁଛି ଯେ ସ୍ୱାମୀ ସୌମ୍ୟଙ୍କ ପ୍ରତି ବିଦ୍ୟାଭାରତୀଙ୍କ କି ମାତ୍ରାରେ ଘୃଣାଭାବ ରହିଥିଲା । ସେହିପରି ଏପ୍ରିଲ ପହିଲା, ଦୁଇ ଏପ୍ରିଲରେ ଇଂରାଜୀରେ ହେଟ ଲେଖି ମଧ୍ୟ ନିଜର ମନ କଥା ଉଦଗାରିଥିଲେ । ଚିଠିରେ ଗାର କାଟି ହେଟ ଲେଖିଛନ୍ତି ।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ଗତ ମଙ୍ଗଳବାର ଦିନ ମଧ୍ୟ ଏପରି ଏକ ଚିଠି ତଦନ୍ତକାରୀ ସାଇଣ୍ଟିଫିକ୍ ଟିମ୍ ହାତରେ ଲାଗିଥିଲା । ଯେଉଁଥିରେ ବିଦ୍ୟା ତାଙ୍କ ମନର କଥାକୁ ବେଶ ଦୁଃଖ ସହକାରେ ପ୍ରକାଶ କରିଥିଲେ । ପୃଥିବୀରେ ମୁଁ ତମକୁ ସବୁଠାରୁ ଅଧିକ ଘୃଣା କରେ । ହେ ପ୍ରଭୁ ସବୁ ଭୁଲକୁ କ୍ଷମା କର । ମୋ ଜୀବନକୁ ନଷ୍ଟ ହେବାକୁ ଦିଅନାହିଁ । କେମିତି ଆଉ ୩ ଦିନ କଟିବ ୧୨ ତାରିଖରୁ ୧୫ ତାରିଖ ପରେ ଶାନ୍ତିରେ ରହିବି ବୋଲି ଚିଠିରେ ଲେଖାହୋଥିଲା । ମୁଁ ଏହି ଲୋକକୁ ସବୁଠାରୁ ଅଧିକ ଘୃଣା କରେ । ମୋ ନାଁକୁ ଏହି ଲୋକ ସହ ଯୋଡିବାକୁ ମଧ୍ୟ ମୋତେ ଖରାପ ଲାଗୁଛି । ଗୋଟିଏ ଭୁଲ ନିଷ୍ପତ୍ତି କେମିତି ଜୀବନ ନଷ୍ଟ କରିଦିଏ । ପ୍ଲିଜ ମୋତେ କ୍ଷମା କରିଦିଅ । ଜୀବନସାରା ପାଇଁ କଷ୍ଟ ଦେଖିପାରିବିନି । ମୁଁ କାହାର କେବେ କ୍ଷତି କରିନି । କେବେ କାହାର କ୍ଷତି କେବେ ଚାହିଁନି ବୋଲି ଚିଠିରେ ଲେଖାହୋଇଥିଲା

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ଅପରପକ୍ଷେ, ବିଦ୍ୟାଭାରତୀଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ସୌମ୍ୟଙ୍କ ପରିବାର ପକ୍ଷର ଓକିଲ ପାର୍ଥସାରଥି ନାୟକ। ଏଥିସହ ସେ କହିଛନ୍ତି, ବିଦ୍ୟାଭାରତୀଙ୍କୁ ଗିରଫ ପରେ ରିମାଣ୍ଡରେ ଆଣି ପୁଲିସ ପଚରାଉଚରା କରୁ। ପଚରାଉଚରା କଲେ ମାମଲାରେ ଡିଏଫ୍ଓଙ୍କ ସଂପୃକ୍ତି ସମ୍ପର୍କରେ ଜଣାପଡ଼ିବ। ବିଦ୍ୟାଭାରତୀଙ୍କୁ ଗିରଫ କରିବା ପାଇଁ ଅାଇନଗତ ପ୍ରତିବନ୍ଧକ ନାହିଁ। ବିଦ୍ୟାଭାରତୀ ଗିରଫ ହେଲେ ସବୁ କଥା ସ୍ପଷ୍ଟ ହେବ ବୋଲି କହିଛନ୍ତି ଆଇନଜୀବୀ ପାର୍ଥସାରଥି ନାୟକ ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର