ମନୋରଞ୍ଜନ
ଓଡ଼ିଶା
ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ଜାତୀୟ ମାନବାଧିକାର କମିଶନରଙ୍କ ନିର୍ଦ୍ଦେଶ, ‘୬ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦିଅ’
ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାର ସମସ୍ତ ତଦନ୍ତ ରିପୋର୍ଟକୁ ୬ ସପ୍ତାହ ମଧ୍ୟରେ ପ୍ରଦାନ କରିବା ପାଇଁ ଜାତୀୟ ମାନବାଧିକାର କମିଶନ (ଏନ୍ଏଚ୍ଆର୍ସି) ଗୁରୁତ୍ୱର ସହ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ରାଜ୍ୟ ପୁଲିସ ଡିଜିଙ୍କୁ ୬ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଥିବା ଏକ ନିର୍ଭର ଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ପ୍ରଥମେ ଏହି ମାମଲାର ତଦନ୍ତ ପାରଳାଖେମୁଣ୍ଡି […]
ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାର ସମସ୍ତ ତଦନ୍ତ ରିପୋର୍ଟକୁ ୬ ସପ୍ତାହ ମଧ୍ୟରେ ପ୍ରଦାନ କରିବା ପାଇଁ ଜାତୀୟ ମାନବାଧିକାର କମିଶନ (ଏନ୍ଏଚ୍ଆର୍ସି) ଗୁରୁତ୍ୱର ସହ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ରାଜ୍ୟ ପୁଲିସ ଡିଜିଙ୍କୁ ୬ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଥିବା ଏକ ନିର୍ଭର ଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।
ପ୍ରଥମେ ଏହି ମାମଲାର ତଦନ୍ତ ପାରଳାଖେମୁଣ୍ଡି ପୁଲିସ କରୁଥିବା ବେଳେ ପରବର୍ତ୍ତୀ ସମୟରେ ମାମଲାଟିର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। କ୍ରାଇମବ୍ରାଞ୍ଚ ପାରଳାଖେମୁଣ୍ଡିରେ ୮ଦିନ ଧରି ତଦନ୍ତ କରିବା ସହ ଡିଏଫ୍ଓ, ଦୁଇଜଣ ଡାକ୍ତର, ତହସିଲଦାର, ଗୁରାଣ୍ଡି ଥାନା ଅଧିକାରିଣୀ ପ୍ରମୁଖଙ୍କ ସହ ୧୪ଜଣଙ୍କୁ ଜେରା କରି ବୟାନ ରେକର୍ଡ କରିଛନ୍ତି। ଏହା ପରେ ପାରଳାରେ ତଦନ୍ତ କରୁଥିବା ୪ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ସମସ୍ତ ରିପୋର୍ଟ ପ୍ରଦାନ ପାଇଁ ମୁଖ୍ୟ କାର୍ଯ୍ୟାଳୟକୁ ଫେରିଯାଇଥିଲେ ମଧ୍ୟ ତଦନ୍ତ ଆଉ ଆଗେଇ ପାରିନି। ସୌମ୍ୟଙ୍କ ମୃତ୍ୟୁକୁ ୪୪ଦିନ ବିତିବାକୁ ଯାଉଥିଲେ ମଧ୍ୟ ଘଟଣାର ରହସ୍ୟ ଏ ପର୍ଯ୍ୟନ୍ତ ଉନ୍ମୋଚିତ ହୋଇପାରିନି। ତେଣୁ ଏହି ମାମଲାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମାନବାଧିକାର କର୍ମୀ ସୁବ୍ରତ ଦାସ ଏନ୍ଏଚ୍ଆର୍ସିଙ୍କ ଠାରେ ଗତ ୩ ତାରିଖରେ ଅଭିଯୋଗ କରିଥିଲେ। ଏଥିରେ ଜାତୀୟ ମାନବଧିକାର କମିଶନ ମାମଲା ରୁଜୁ କରି ଆକ୍ସନ ଟେକନ୍ ରିପୋର୍ଟ ମାଗିଛନ୍ତି। ୬ସପ୍ତାହ ମଧ୍ୟରେ ଘଟଣାର ସବିଶେଷ ରିପୋର୍ଟ ପ୍ରଦାନ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।






