ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ସ୍ତ୍ରୀ ବିଦ୍ୟାଭାରତୀ ହିଁ ଅଭିଯୁକ୍ତ, ଚାର୍ଜସିଟ୍‌ ଦାଖଲ କଲା କ୍ରାଇମବ୍ରାଞ୍ଚ

The Sakala Picture
Published On

ଭୁବନେଶ୍ବର : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତାଙ୍କ ସ୍ତ୍ରୀ ବିଦ୍ୟାଭାରତୀ ହିଁ ଅଭିଯୁକ୍ତ। ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଛି  । ଗତକାଲି ବିଳମ୍ବିତ ରାତିରେ ପାରଳାଖେମୁଣ୍ଡି କୋର୍ଟରେ ବିଦ୍ୟାଭାରତୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ତାଙ୍କ ବିରୋଧରେ ୫୦୦ରୁ ଅଧିକ ପୃଷ୍ଠାର ଚାର୍ଜସିଟ ଦାଖଲ ହୋଇଥିବା ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା। ଏଥି ସହିତ ଏସିଏଫ୍ […]

ଭୁବନେଶ୍ବର : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତାଙ୍କ ସ୍ତ୍ରୀ ବିଦ୍ୟାଭାରତୀ ହିଁ ଅଭିଯୁକ୍ତ। ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଛି  । ଗତକାଲି ବିଳମ୍ବିତ ରାତିରେ ପାରଳାଖେମୁଣ୍ଡି କୋର୍ଟରେ ବିଦ୍ୟାଭାରତୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ତାଙ୍କ ବିରୋଧରେ ୫୦୦ରୁ ଅଧିକ ପୃଷ୍ଠାର ଚାର୍ଜସିଟ ଦାଖଲ ହୋଇଥିବା ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା। ଏଥି ସହିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମକେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ କୌଣସି ସମ୍ପର୍କ ନାହିଁ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ସାମ୍ବାଦିକ ସମ୍ମିଳନୀରେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି ଯେ ସୌମ୍ୟଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ। ସୌମ୍ୟରଞ୍ଜନ କିଛି କାଗଜ କିରୋସିନ୍ ଢାଳି ପୋଡ଼ୁଥିବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା। ଗୋଡ଼ ଖସିଯିବାରୁ କିରୋସିନ୍ ତାଙ୍କ ଉପରେ ଢାଳି ହୋଇଯାଇଥିଲା ଏବଂ ସେ ନିଆଁରେ ଜଳି ଯାଇଥିଲେ। ତେବେ ସୌମ୍ୟ ନିଆଁରେ ଜଳିଯାଉଥିବା ସମୟରେ ବିଦ୍ୟାଭାରତୀ ସେଠାରେ ଉପସ୍ଥିତ ଥିବା ସତ୍ତ୍ବେ ତାଙ୍କୁ ଉଦ୍ଧାର କରିବାକୁ କୌଣସି ପ୍ରକାର ପଦକ୍ଷେପ ନେଇ ନଥିଲେ। ଏଥି ପାଇଁ ବିଦ୍ୟାଭାରତୀଙ୍କ ନାଁରେ ଦଫା ୨୮୫ ଓ ୩୦୪(ଏ)ରେ ଚାର୍ଜସିଟ ଦାଖଲ ହୋଇଛି। ସିଆରପିସି ୪୧ ଧାରାରେ ବିଦ୍ୟାଭାରତୀଙ୍କୁ ନୋଟିସ୍ କରାଯାଇଛି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

ଏଥିସହ ସେ କହିଥିଲେ, ସୌମ୍ୟରଞ୍ଜନଙ୍କ ସହିତ ବିଦ୍ୟାଭାରତୀ ପଣ୍ଡାଙ୍କ ବୈବାହିକ ସଂପର୍କ ଭଲ ନଥିଲା। ଏକଥା ତଦନ୍ତ ଏବଂ ବିଦ୍ୟାଭାରତୀ ପଣ୍ଡାଙ୍କ ପଲିଗ୍ରାଫ୍ ଟେଷ୍ଟ ବେଳେ ଜଣାପଡ଼ିଛି। ଘଟଣା ଦିନ ସୌମ୍ୟ ଜଳୁଥିଲେ ବି ବିଦ୍ୟାଭାରତୀ ନିଆଁ ଲିଭାଇବାକୁ ଚେଷ୍ଟା କରି ନଥିଲେ। ନିଜେ ନିଆଁ ଲିଭାଇ ନଥିଲେ କି ଲିଭାଇବାକୁ କାହାକୁ ଡାକି ନଥିଲେ। ତେଣୁ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଅବହେଳା କରିଛନ୍ତି ବୋଲି ତଦନ୍ତ ବେଳେ ଜଣାପଡ଼ିଛି। ଏନେଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

ତଦନ୍ତରେ ଯାହା କିଛି ପ୍ରମାଣ ମିଳିଥିଲା,‌ ସେହି ଅନୁସାରେ ଚାର୍ଜସିଟ କରାଯାଇଥିବା ସହ ୮୧ଜଣ ସାକ୍ଷୀ ମଧ୍ୟ ରହିଛନ୍ତି। ସାକ୍ଷୀମାନଙ୍କ ବୟାନ, ଟେଲିଫୋନର ସିଡିଆର୍ ଆନାଲିସିସ୍, ସୌମ୍ୟରଞ୍ଜନଙ୍କ ଡାଏରୀ, ସୌମ୍ୟରଞ୍ଜନଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ, ଡିଏଫଓ ସଂଗ୍ରାମ ଓ ବିଦ୍ୟାଭାରତୀଙ୍କ ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟକୁ ଅନୁଧ୍ୟାନ କଲା ପରେ ଡିଏଫଓଙ୍କର ବିଦ୍ୟାଭାରତୀଙ୍କ ସହିତ ଅନୈତିକ ସମ୍ପର୍କର କୌଣସି ପ୍ରମାଣ ମିଳିନାହିଁ। ସୌମ୍ୟରଞ୍ଜନଙ୍କ ପୋଡ଼ି ଘଟଣାରେ ତାଙ୍କର ସମ୍ପୃକ୍ତି ଥିବା ପ୍ରମାଣ ମିଳିନାହିଁ।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର