ଏସିଏଫ୍‍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଜଗୁଆଳିଙ୍କ ବୟାନକୁ ନେଇ ଚର୍ଚ୍ଚା

The Sakala Picture
Published On

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଏସିଏଫ୍‍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାର ୫୦ ଦିନ ପରେ ଡିଏଫ୍‍ଓ କାର୍ଯ୍ୟାଳୟର ପୂର୍ବତନ ରାତ୍ର ଜଗୁଆଳିଙ୍କ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସିଛି। ଡିଏଫ୍‍ଓଙ୍କ କାର୍ଯ୍ୟାଳୟରେ ରାତ୍ର ଜଗୁଆଳି ଭାବେ କାମ କରୁଥିବା ଗଙ୍ଗା ପ୍ରଧାନ ଡିଏଫ୍‍ଓଙ୍କୁ ଏସିଏଫ୍‍ଙ୍କ ବାସଭବନକୁ ରାତିରେ ଯାଉଥିବା ଦେଖିଥିବା କହିଛନ୍ତି। ଗଙ୍ଗା ଅସ୍ଥାୟୀ ଏଲିଫ୍ୟାଣ୍ଟ ସ୍କ୍ୱାଡ ଭାବେ ଗତ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ। ସେ ସେତେବେଳେ ରାତ୍ର ଜଗୁଆଳି ଭାବେ ଡ୍ୟୁଟି କରୁଥିବା […]

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଏସିଏଫ୍‍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାର ୫୦ ଦିନ ପରେ ଡିଏଫ୍‍ଓ କାର୍ଯ୍ୟାଳୟର ପୂର୍ବତନ ରାତ୍ର ଜଗୁଆଳିଙ୍କ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସିଛି। ଡିଏଫ୍‍ଓଙ୍କ କାର୍ଯ୍ୟାଳୟରେ ରାତ୍ର ଜଗୁଆଳି ଭାବେ କାମ କରୁଥିବା ଗଙ୍ଗା ପ୍ରଧାନ ଡିଏଫ୍‍ଓଙ୍କୁ ଏସିଏଫ୍‍ଙ୍କ ବାସଭବନକୁ ରାତିରେ ଯାଉଥିବା ଦେଖିଥିବା କହିଛନ୍ତି। ଗଙ୍ଗା ଅସ୍ଥାୟୀ ଏଲିଫ୍ୟାଣ୍ଟ ସ୍କ୍ୱାଡ ଭାବେ ଗତ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ। ସେ ସେତେବେଳେ ରାତ୍ର ଜଗୁଆଳି ଭାବେ ଡ୍ୟୁଟି କରୁଥିବା ସମୟରେ ଦିନେ ଡିଏଫ୍‍ଓ, ଏସିଏଫ୍‍ ସୌମ୍ୟରଞ୍ଜନଙ୍କ ସରକାରୀ ବାସଭବନକୁ ରାତ୍ର ସାଢେ ୧୨ଟାରେ ଯାଉଥିବା ନିଜେ ଦେଖିଥିବା ଗଣମାଧ୍ୟମ ଆଗରେ କହିଛନ୍ତି। ତେବେ ସେ କେଉଁ ପରିସ୍ଥିତିରେ ଏପରି ତଥ୍ୟ ପ୍ରକାଶ କରିଛନ୍ତି ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ। କିନ୍ତୁ ବର୍ତ୍ତମାନ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ନିଶ୍ଚିତ ରୂପେ ତଦନ୍ତକୁ ନୂଆ ରୂପ ଦେଇଛି। ହୁଏତ କ୍ରାଇମବ୍ରାଞ୍ଚ ମଧ୍ୟ ଅଧିକ ତଥ୍ୟ ପାଇଁ ତଦନ୍ତ ପରିସରଭୁକ୍ତ କରି ଆଗାମୀ ଦିନରେ ଗଙ୍ଗାଙ୍କ ବୟାନ ରେକର୍ଡ କରିପାରେ ଅଥବା ଜେରା କରିପାରେ ବୋଲି ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ଏ ପର୍ଯ୍ୟନ୍ତ ଗଙ୍ଗାଙ୍କୁ ପୁଲିସ୍‍ କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରିନାହାନ୍ତି। କେବଳ ଗଙ୍ଗା ନୁହଁନ୍ତି, ଆହୁରି ଅନେକ କର୍ମଚାରୀ ଅନେକ ତଥ୍ୟ ଦେଇପାରିବେ। କିନ୍ତୁ ଡିଏଫ୍‍ଓଙ୍କ ବଦଳି ନ ହେଲେ କେହି କର୍ମଚାରୀ ମୁହଁ ଖୋଲିବାକୁ ସାହାସ କରୁ ନ ଥିବା ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

05 Sep 2021 By The Sakala

ଏସିଏଫ୍‍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଜଗୁଆଳିଙ୍କ ବୟାନକୁ ନେଇ ଚର୍ଚ୍ଚା

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଏସିଏଫ୍‍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାର ୫୦ ଦିନ ପରେ ଡିଏଫ୍‍ଓ କାର୍ଯ୍ୟାଳୟର ପୂର୍ବତନ ରାତ୍ର ଜଗୁଆଳିଙ୍କ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସିଛି। ଡିଏଫ୍‍ଓଙ୍କ କାର୍ଯ୍ୟାଳୟରେ ରାତ୍ର ଜଗୁଆଳି ଭାବେ କାମ କରୁଥିବା ଗଙ୍ଗା ପ୍ରଧାନ ଡିଏଫ୍‍ଓଙ୍କୁ ଏସିଏଫ୍‍ଙ୍କ ବାସଭବନକୁ ରାତିରେ ଯାଉଥିବା ଦେଖିଥିବା କହିଛନ୍ତି। ଗଙ୍ଗା ଅସ୍ଥାୟୀ ଏଲିଫ୍ୟାଣ୍ଟ ସ୍କ୍ୱାଡ ଭାବେ ଗତ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ। ସେ ସେତେବେଳେ ରାତ୍ର ଜଗୁଆଳି ଭାବେ ଡ୍ୟୁଟି କରୁଥିବା ସମୟରେ ଦିନେ ଡିଏଫ୍‍ଓ, ଏସିଏଫ୍‍ ସୌମ୍ୟରଞ୍ଜନଙ୍କ ସରକାରୀ ବାସଭବନକୁ ରାତ୍ର ସାଢେ ୧୨ଟାରେ ଯାଉଥିବା ନିଜେ ଦେଖିଥିବା ଗଣମାଧ୍ୟମ ଆଗରେ କହିଛନ୍ତି। ତେବେ ସେ କେଉଁ ପରିସ୍ଥିତିରେ ଏପରି ତଥ୍ୟ ପ୍ରକାଶ କରିଛନ୍ତି ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ। କିନ୍ତୁ ବର୍ତ୍ତମାନ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ନିଶ୍ଚିତ ରୂପେ ତଦନ୍ତକୁ ନୂଆ ରୂପ ଦେଇଛି। ହୁଏତ କ୍ରାଇମବ୍ରାଞ୍ଚ ମଧ୍ୟ ଅଧିକ ତଥ୍ୟ ପାଇଁ ତଦନ୍ତ ପରିସରଭୁକ୍ତ କରି ଆଗାମୀ ଦିନରେ ଗଙ୍ଗାଙ୍କ ବୟାନ ରେକର୍ଡ କରିପାରେ ଅଥବା ଜେରା କରିପାରେ ବୋଲି ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ଏ ପର୍ଯ୍ୟନ୍ତ ଗଙ୍ଗାଙ୍କୁ ପୁଲିସ୍‍ କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରିନାହାନ୍ତି। କେବଳ ଗଙ୍ଗା ନୁହଁନ୍ତି, ଆହୁରି ଅନେକ କର୍ମଚାରୀ ଅନେକ ତଥ୍ୟ ଦେଇପାରିବେ। କିନ୍ତୁ ଡିଏଫ୍‍ଓଙ୍କ ବଦଳି ନ ହେଲେ କେହି କର୍ମଚାରୀ ମୁହଁ ଖୋଲିବାକୁ ସାହାସ କରୁ ନ ଥିବା ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

https://www.thesakala.in/latest-odisha-news/acf-soumya-ranjans-death-case-3/article-5186
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର