ପ୍ରକାଶ ପାଇଲା ଏକାଡେମିକ୍‌‌ କ୍ୟାଲେଣ୍ଡର, ମାର୍ଚ୍ଚ ୫ରୁ ହୋଇପାରେ ଯୁକ୍ତ ୨ ପରୀକ୍ଷା

The Sakala Picture
Published On

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନୂଆ ଶିକ୍ଷାବର୍ଷ ପାଇଁ ଏକାଡେମିକ୍‌‌ କ୍ୟାଲେଣ୍ଡର ପ୍ରସ୍ତୁତ କରିଛି। ଆସନ୍ତା ଅଗଷ୍ଟ ପହିଲାରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠପଢ଼଼ା ଆରମ୍ଭ ହେବାକୁ ଥିବା ବେଳେ ଏହା ପୂର୍ବରୁ ୫୦ଟି ସରକାରୀ ଉଚ୍ଚମାଧ୍ୟମିକ ସ୍କୁଲ ଅଧ୍ୟକ୍ଷମାନଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକାଡେମିକ୍‌‌ କ୍ୟାଲେଣ୍ଡର କାର୍ଯ୍ୟକାରିତା ନେଇ ଅଧ୍ୟକ୍ଷମାନଙ୍କ ମତାମତ ମଧ୍ୟ ନିଆଯାଇଛି। କ୍ୟାଲେଣ୍ଡର ଅନୁସାରେ କାମ କରିବା ସହ ପ୍ରୋକ୍ଟରିଆଲ କ୍ଲାସକୁ […]

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନୂଆ ଶିକ୍ଷାବର୍ଷ ପାଇଁ ଏକାଡେମିକ୍‌‌ କ୍ୟାଲେଣ୍ଡର ପ୍ରସ୍ତୁତ କରିଛି। ଆସନ୍ତା ଅଗଷ୍ଟ ପହିଲାରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠପଢ଼଼ା ଆରମ୍ଭ ହେବାକୁ ଥିବା ବେଳେ ଏହା ପୂର୍ବରୁ ୫୦ଟି ସରକାରୀ ଉଚ୍ଚମାଧ୍ୟମିକ ସ୍କୁଲ ଅଧ୍ୟକ୍ଷମାନଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକାଡେମିକ୍‌‌ କ୍ୟାଲେଣ୍ଡର କାର୍ଯ୍ୟକାରିତା ନେଇ ଅଧ୍ୟକ୍ଷମାନଙ୍କ ମତାମତ ମଧ୍ୟ ନିଆଯାଇଛି। କ୍ୟାଲେଣ୍ଡର ଅନୁସାରେ କାମ କରିବା ସହ ପ୍ରୋକ୍ଟରିଆଲ କ୍ଲାସକୁ ଫୋକସରେ ରଖାଯାଇଛି। ନୂଆ ଶିକ୍ଷା ବର୍ଷ ପାଇଁ ଏକାଡେମିକ୍‌‌ କ୍ୟାଲେଣ୍ଡର ଉଭୟ ପ୍ରଥମ ଓ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ କାର୍ଯ୍ୟକାରୀ କରାଯିବ। ଏଥିରେ ପୂଜା ଛୁଟି ପୂର୍ବରୁ ଦ୍ୱିତୀୟ ବର୍ଷର ଇଣ୍ଟରନାଲ ପରୀକ୍ଷା କରାଯିବ।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

ଯଦି ଏହି କ୍ୟାଲେଣ୍ଡରରେ କିଛି ପରିବର୍ତ୍ତନ ନ କରାଯାଏ, ତେବେ ଦ୍ୱିତୀୟ ବର୍ଷର ଆନୁଆଲ ପରୀକ୍ଷା ୨୦୨୪ ମାର୍ଚ୍ଚ ୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ ସୁଦ୍ଧା ସରିବ। ସେହିପରି ପ୍ରଥମ ବର୍ଷ ପରୀକ୍ଷା ଏପ୍ରିଲ ୨୫ରୁ ଆରମ୍ଭ କରି ମେ ୫ରେ ସାରି ଖରାଛୁଟି କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ମିଛ ଗୁଜବ ଶୁଣି ପୁଲିସ ନାକେଦମ୍‌‌; ଶବ ଖୋଜୁଖୋଜୁ ମିଳିଲା ଅଣ୍ଡା

+୨ ଦ୍ୱିତୀୟ ବର୍ଷର ପ୍ରୋକ୍ଟରିଆଲ କ୍ଲାସର ବି ସମୀକ୍ଷା କରାଯିବ। ଯେଉଁଥିରେ ପ୍ରତି ଶିକ୍ଷକଙ୍କୁ କିଛି ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ଦିଆଯାଇଥିଲା। ସେମାନଙ୍କ ପାଠପଢ଼଼ା, ଆବଶ୍ୟକତା ଓ ପ୍ରଦର୍ଶନର ଫିଡବ୍ୟାକ ଶିକ୍ଷକ ଦେବେ। ଏଥିପାଇଁ ଅଗଷ୍ଟ ୨୩ରେ ପ୍ରୋକ୍ଟରିଆଲ ମିଟିଂ ବସିବ। ସେହିପରି ନଭେମ୍ୱର ୨୧ରେ ପ୍ରଥମ ବର୍ଷ ଓ ଡିସେମ୍ୱର ୧୮ରେ ଦ୍ୱିତୀୟ ବର୍ଷର ଅଭିଭାବକ-ଶିକ୍ଷକ ବୈଠକ ବସିବ। ନଭେମ୍ୱର ୧୮ରେ ଜିଲ୍ଲାସ୍ତରୀୟ ହାକାଥନ୍‌‌ର ଆୟୋଜନ ହେବ। ଡିସେମ୍ୱର ୧୩ରୁ ୧୮ ଯାଏ କ୍ରୀଡ଼ା ସପ୍ତାହ ପାଳନ କରାଯିବ।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର