ମନୋରଞ୍ଜନ
ଓଡ଼ିଶା
ଜନହିତ ଟାଇମ୍ସର ପ୍ରାକ୍ ନିର୍ବାଚନୀ ସର୍ଭେ: ବିଜେଡିକୁ ମିଳିବ ୧୮ ଲୋକସଭା ଆସନ

ଭୁବନେଶ୍ୱର: ଆସନ୍ତା ଲୋକସଭା ନିର୍ବାଚନରେ ବିଜେଡିକୁ ମିଳିବ ଅକଳ୍ପନୀୟ ସଫଳତା। ଦଳ ବିଧାନସଭା ଓ ଲୋକସଭା ନିର୍ବାଚନରେ ଚମକପ୍ରଦ ବିଜୟ ହାସଲ କରିବ। ରାଜ୍ୟର ୨୧ ଲୋକସଭା ଆସନ ମଧ୍ୟରୁ ବିଜେଡିକୁ ୧୮ଟି ଆସନ ମିଳିବ। ସେହିପରି ବିଜେପିକୁ ମାତ୍ର ୨ଟି ଏବଂ ପୂର୍ବପରି କଂଗ୍ରେସକୁ ଗୋଟିଏ ଆସନ ମିଳିପାରେ। ଦେଶର ଅଗ୍ରଣୀ ଗଣମାଧ୍ୟମ ଜନହିତ ଟାଇମ୍ସ ପକ୍ଷରୁ କରାଯାଇଥିବା ଏକ ପ୍ରାକ୍ ନିର୍ବାଚନୀ ସର୍ଭେରେ ଏହା ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ ଗତ ୨୦୧୯ ସାଧାରଣ […]
ଭୁବନେଶ୍ୱର: ଆସନ୍ତା ଲୋକସଭା ନିର୍ବାଚନରେ ବିଜେଡିକୁ ମିଳିବ ଅକଳ୍ପନୀୟ ସଫଳତା। ଦଳ ବିଧାନସଭା ଓ ଲୋକସଭା ନିର୍ବାଚନରେ ଚମକପ୍ରଦ ବିଜୟ ହାସଲ କରିବ। ରାଜ୍ୟର ୨୧ ଲୋକସଭା ଆସନ ମଧ୍ୟରୁ ବିଜେଡିକୁ ୧୮ଟି ଆସନ ମିଳିବ। ସେହିପରି ବିଜେପିକୁ ମାତ୍ର ୨ଟି ଏବଂ ପୂର୍ବପରି କଂଗ୍ରେସକୁ ଗୋଟିଏ ଆସନ ମିଳିପାରେ। ଦେଶର ଅଗ୍ରଣୀ ଗଣମାଧ୍ୟମ ଜନହିତ ଟାଇମ୍ସ ପକ୍ଷରୁ କରାଯାଇଥିବା ଏକ ପ୍ରାକ୍ ନିର୍ବାଚନୀ ସର୍ଭେରେ ଏହା ପ୍ରକାଶ ପାଇଛି।
ରିପୋର୍ଟ ଅନୁଯାୟୀ ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ୧୨ଟି ଆସନ, ବିଜେପିକୁ ୮ଟି ଓ କଂଗ୍ରେସକୁ ୧ଟି ଆସନ ମିଳିଥିଲା। ତେବେ ଆସନ୍ତା ନିର୍ବାଚନରେ ବିଜେଡି ବିଜେପି ହାତରୁ ୫ଟି ଆସନ ଛଡ଼ାଇ ନେଇପାରେ। ଗତ ସାଧାରଣ ନିର୍ବାଚନରେ ବିଜେପି ଜିତିଥିବା ଭୁବନେଶ୍ୱର, ବାଲେଶ୍ୱର ଓ ମୟୂରଭଞ୍ଜ ସଂସଦୀୟ ଆସନକୁ ଏଥିର ବିଜେଡି ଛଡ଼ାଇ ନେବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି ପଷ୍ଟିମ ଓଡ଼ିଶାରେ ବିଜେପି ଗତଥର ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, କଳାହାଣ୍ଡି ଓ ବଲାଙ୍ଗୀର ଆସନ ଜିଣିବାରେ ସକ୍ଷମ ହୋଇଥିଲା। ଆସନ୍ତା ନିର୍ବାଚନରେ ଉପରୋକ୍ତ ୫ ଆସନରେ ବିଜେଡି-ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ଏବଂ ଉପରୋକ୍ତ ୫ ଆସନରୁ ବିଜେଡି ଅତିକମ୍ରେ ୨ ଆସନରେ ବିଜୟୀ ହେବାର ଯଥେଷ୍ଟ ସମ୍ଭାବନା ଥିବାବେଳେ ବିଜେପି ୨ଟି ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିପାରେ ବୋଲି ବୋଲି ଜନମତକୁ ଆଧାର କରି ଆକଳନ କରିଛି ଜନହିତ ଟାଇମ୍ସ। ଅନ୍ୟପକ୍ଷରେ ଗତଥର କଂଗ୍ରେସ ରାଜ୍ୟର ଏକମାତ୍ର ସଂସଦୀୟ ଆସନ ଜିଣିଥିବା କୋରାପୁଟ ଲୋକସଭା ଆସନ୍ତା ନିର୍ବାଚନରେ ବିଜେଡି ଖାତାକୁ ଯିବ ବୋଲି ସଂସ୍ଥା ପକ୍ଷରୁ ଆକଳନ କରାଯାଇଛି। ସେହିପରି ବିଧାନସଭା କ୍ଷେତ୍ରରେ ମଧ୍ୟ ବିଜେଡି ବିପୁଳ ସଫଳତା ହାସଲ କରିବ ଏବଂ ଆସନ ସଂଖ୍ୟା ୧୨୮ ଅତିକ୍ରମ କରିବ ବୋଲି ମଧ୍ୟ ଆକଳନ କରାଯାଇଛି।
‘ଜନହିତ’ର ଏହି ପ୍ରାକ୍ ନିର୍ବାଚନୀ ବିଶ୍ଲେଷଣ ଓ ଆକଳନ ପରେ ରାଜ୍ୟ ରାଜନୀତ ଅକସ୍ମାତ ସରଗରମ ହୋଇ ଉଠିଛି। ୫-ଟି ଉପକ୍ରମରେ ଲୋକମାନଙ୍କର ସମସ୍ୟାର ତ୍ୱରିତ୍ ସମାଧାନ, ରାଜ୍ୟବ୍ୟାପୀ ରୂପାନ୍ତରଣ କାର୍ଯ୍ୟକ୍ରମ ସର୍ବୋପରି ବ୍ୟାପକ ଜନମଙ୍ଗଳକାରୀ ଯୋଜନା ନବୀନଙ୍କ ପ୍ରତି ଭୋଟରଙ୍କ ଆସ୍ଥାକୁ ବହୁଗୁଣିତ କରିଛି। ବିଶେଷକରି ରାଜ୍ୟରେ ଚାଲିଥିବା ରୂପାନ୍ତରଣ ପର୍ବ ସାଧାରଣ ଜନମାନସକୁ ବେଶ୍ ଆକର୍ଷିତ କରିପାରିଛି। ବିଶେଷକରି ସ୍କୁଲ ଓ କଲେଜରେ ରୂପାନ୍ତରଣ ସହ ଉତ୍ତମ ଶୈକ୍ଷିକ ବାତାବରଣ, ବିଭିନ୍ନ ଧର୍ମାନୁଷ୍ଠାନର ରୂପରେଖରେ ପରିବର୍ତ୍ତନ, ବ୍ୟାପକ ଭିତ୍ତିଭୂମି ଉନ୍ନୟନ ସମ୍ପର୍କିତ ପ୍ରକଳ୍ପର କାର୍ଯ୍ୟନ୍ୱୟନ ସର୍ବୋପରି ‘୫-ଟି’ ଅଧ୍ୟକ୍ଷଙ୍କ ମାରାଥନ୍ ଜିଲ୍ଲା ଗସ୍ତ ଏବଂ ବିଭିନ୍ନ ସମସ୍ୟାର ତ୍ୱରିତ୍ ସମାଧାନ ଲୋକଙ୍କ ମନକୁ ବେଶ୍ ଛୁଇଁଛି। ସମାନ ସମୟରେ କିନ୍ତୁ ବିରୋଧୀଙ୍କ ପାଖରେ ସେଭଳି କୌଣସି ପ୍ରସଙ୍ଗ ନଥିବା ବେଳେ ସେମାନଙ୍କର ସାଂଗଠନିକ ଦୁର୍ବଳତା କ୍ରମଶଃ ସେମାନଙ୍କୁ ଲୋକଙ୍କଠାରୁ ଦୂରେଇ ନେଉଛି। ସେହିପରି ନିର୍ବାଚନ ଘୋଷଣାକୁ ଆଉ ମାତ୍ର ଦୁଇ ସପ୍ତାହ ବାକି ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ ଜନମଙ୍ଗଳକାରୀ ଯୋଜନାମାନ ଘୋଷଣା କରି ଚାଲିଛନ୍ତି। ଯାହା ବିଜେଡିକୁ ମହାବିଜୟ ପ୍ରଦାନ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିବ। କେବଳ ଲୋକସଭା ନୁହେଁ, ବିଧାନସଭାରେ ମଧ୍ୟ ବିଜେଡି ରେକର୍ଡ ବିଜୟ ହାସଲ କରିବ ବୋଲି ରାଜନୈତିକ ମହଲରେ ମତପ୍ରକାଶ ପାଇଛି।