ସ୍ୱାସ୍ଥ୍ୟ ବିଭାଗର ସ୍ପଷ୍ଟୀକରଣ, ଓଡ଼ିଶାରେ ଚାଲୁ ରହିଛି BSKY

The Sakala Picture
Published On

ଭୁବନେଶ୍ବର: BSKY କାର୍ଡକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। BSKY ଚାଲୁ ରହିଛି ଏବଂ ଘରୋଇ ହସ୍ପିଟାଲ ସହ ହୋଇଥିବା ଚୁକ୍ତି ବା ଏମ୍‌ଓୟୁ ବଳବତ୍ତର ଥିବା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ। ଯେଉଁମାନଙ୍କର କାର୍ଡ ଅଛି, ସେମାନଙ୍କୁ ତାଲିକାଭୁକ୍ତ ହସ୍‌ପିଟାଲଗୁଡ଼ିକ ପୂର୍ବଭଳି  ଚିକିତ୍ସା ସେବା ଯୋଗାଇ ଦିଅନ୍ତୁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଚିକିତ୍ସା ବାବଦକୁ ହସ୍‌ପିଟାଲ୍‌ଗୁଡ଼ିକ ଯେଉଁ ବିଲ୍ ଦେବେ ପୂର୍ବଭଳି SHAS ମାଧ୍ୟମରେ ଅର୍ଥ ପାଇବେ। ରୋଗୀମାନେ ଯେପରି ଚିକିତ୍ସା […]

ଭୁବନେଶ୍ବର: BSKY କାର୍ଡକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। BSKY ଚାଲୁ ରହିଛି ଏବଂ ଘରୋଇ ହସ୍ପିଟାଲ ସହ ହୋଇଥିବା ଚୁକ୍ତି ବା ଏମ୍‌ଓୟୁ ବଳବତ୍ତର ଥିବା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ। ଯେଉଁମାନଙ୍କର କାର୍ଡ ଅଛି, ସେମାନଙ୍କୁ ତାଲିକାଭୁକ୍ତ ହସ୍‌ପିଟାଲଗୁଡ଼ିକ ପୂର୍ବଭଳି  ଚିକିତ୍ସା ସେବା ଯୋଗାଇ ଦିଅନ୍ତୁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଚିକିତ୍ସା ବାବଦକୁ ହସ୍‌ପିଟାଲ୍‌ଗୁଡ଼ିକ ଯେଉଁ ବିଲ୍ ଦେବେ ପୂର୍ବଭଳି SHAS ମାଧ୍ୟମରେ ଅର୍ଥ ପାଇବେ। ରୋଗୀମାନେ ଯେପରି ଚିକିତ୍ସା ସେବା ପାଇବାରେ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ନହେବେ, ତାହା ସୁନିଶ୍ଚିତ କରିବାକୁ ସ୍ୱାସ୍ଥ୍ୟ ବିଭାଗ ହସ୍ପିଟାଲଗୁଡ଼ିକୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ଭୀମଭୋଇ ମେଡିକାଲରେ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ପରିବାରର ପକ୍ଷରୁ ତୀବ୍ର ଉତ୍ତେଜନା

ରାଜ୍ୟରେ ସରକାର ବଦଳୁଥିବା ଦେଖି BSKY କାର୍ଡ କାମ କରିବନି କହି କିଛି ଘରୋଇ ହସ୍ପିଟାଲ ରୋଗୀମାନଙ୍କୁ ଫେରାଇ ଦେଉଥିବା ଅଭିଯୋଗ ହୋଇଥିଲା। ରୋଗୀମାନଙ୍କୁ ନିଜ ଖର୍ଚ୍ଚରେ ଚିକିତ୍ସା ପାଇଁ ଘରୋଇ ମେଡିକାଲଗୁଡ଼ିକ କହୁଥିବା କିଛି ରୋଗୀ ଅଭିଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: RBI ପ୍ରକଳ୍ପର କରିବେ ଉଦଘାଟନ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର