ପଳାଶୁଣିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: କାର ଉପରେ ଚଢିଗଲା ଟ୍ରକ, ଚାଳକ ମୃତ

The Sakala Picture
Published On

ଭୁବନେଶ୍ବର: ପଳାଶୁଣିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ପଛରୁ ପିଟିଲା ଟ୍ରକ । ଏହି ଦୁର୍ଘଟଣାରେ କାର ଚାଳକଙ୍କର ମୃତ୍ୟୁ  ଘଟିଛି। ଘଟଣା ସ୍ଥଳରେ ଟ୍ରକ ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି।  ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ପଳାଶୁଣି ଛକରେ ଏହି ଦୁର୍ଘଟଣା ଘଟିଥିଲା। ଏକ ଟ୍ରକଟି ଭାରସାମ୍ୟ ହରାଇ ସିରିଜି୍‌ ଦୁର୍ଘଟଣା ଘଟାଇଥିଲା । […]

ଭୁବନେଶ୍ବର: ପଳାଶୁଣିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ପଛରୁ ପିଟିଲା ଟ୍ରକ । ଏହି ଦୁର୍ଘଟଣାରେ କାର ଚାଳକଙ୍କର ମୃତ୍ୟୁ  ଘଟିଛି। ଘଟଣା ସ୍ଥଳରେ ଟ୍ରକ ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି।  ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ପଳାଶୁଣି ଛକରେ ଏହି ଦୁର୍ଘଟଣା ଘଟିଥିଲା। ଏକ ଟ୍ରକଟି ଭାରସାମ୍ୟ ହରାଇ ସିରିଜି୍‌ ଦୁର୍ଘଟଣା ଘଟାଇଥିଲା । ଏକ କାର୍‌କୁ ପଛ ପଟୁ ଧକ୍କା ଦେଇଥିଲେ ଟ୍ରକ, ଏହାପରେ ଏକ ବାଇକ୍‌କୁ ସହିତ ମଧ୍ୟ ଧକ୍କା ଦେଇଥିଲା । ଏହି ସିରିଜ୍‌ ଦୁର୍ଘଟଣାରେ କାର୍‌ଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁର୍‌ମାର ହୋଇଯାଇଥିବା ବେଳେ ପଲ୍‌ସର ବାଇକ୍‌ ମଧ୍ୟ ଭାଙ୍ଗିଯାଇଛି । କାର୍ ଭିତରେ ଚାପି ହୋଇ ଚାଳକଙ୍କ ମୃତ୍ଯୁ ଘଟିଥିଲା।  ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହ ଚାଳକଙ୍କ ମୃତଦେହକୁ ଜବତ କରି ମେଡିକାଲକୁ ପଠାଇଛି। ଏହି ଦୁର୍ଘଟଣା ପରେ ଅନେକ ସମୟ ଧରି ରାସ୍ତାଘାଟ ଜାମ୍‌ ହୋଇଥିଲା । ଯାହାଫଳରେ ଲୋକମାନଙ୍କ ଯିବାଆସିବାରେ ଅସୁବିଧା ହୋଇଥିଲା ।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର