ହାଇକୋର୍ଟରୁ ମିଳିଲା ଜାମିନ୍, ଜେଲରୁ ବାହାରିବେ ଅଭୟ ପାଠକ

The Sakala Picture
Published On

ଭୁବନେଶ୍ବର :ପୂର୍ବତନ IFS ଅଭୟ ପାଠକଙ୍କୁ ହାଇକୋର୍ଟରୁ ମିଳିଛି ଜାମିନ। ଜେଲରୁ ବାହାରିବେ ଆଇଏଫଏସ ଅଭୟ ପାଠକ । ବୈଦ୍ୟନାଥପୁର ଥାନା ମାମଲାରେ ଅଭୟ ପାଠକଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ମଂଜୁର ହୋଇଛି। ମୋଟ ୩ଟି ମାମଲାରୁ ପୂର୍ବରୁ ଅଭୟ ପାଠକଙ୍କୁ ୨ଟି ରେ ଜାମିନ ମିଳିଥିଲା । ଆଜି ଆଉ ଏକ ମାମଲାରେ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ସମସ୍ତ ମାମଲାରେ […]

ଭୁବନେଶ୍ବର :ପୂର୍ବତନ IFS ଅଭୟ ପାଠକଙ୍କୁ ହାଇକୋର୍ଟରୁ ମିଳିଛି ଜାମିନ। ଜେଲରୁ ବାହାରିବେ ଆଇଏଫଏସ ଅଭୟ ପାଠକ । ବୈଦ୍ୟନାଥପୁର ଥାନା ମାମଲାରେ ଅଭୟ ପାଠକଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ମଂଜୁର ହୋଇଛି। ମୋଟ ୩ଟି ମାମଲାରୁ ପୂର୍ବରୁ ଅଭୟ ପାଠକଙ୍କୁ ୨ଟି ରେ ଜାମିନ ମିଳିଥିଲା । ଆଜି ଆଉ ଏକ ମାମଲାରେ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ସମସ୍ତ ମାମଲାରେ ଜାମିନ୍ ମିଳିବା ପରେ ଅଭୟ ପାଠକ ଜେଲରୁ ମୁକୁଳିବା ସ୍ପଷ୍ଟ ହୋଇଛି ।

ଆହୁରି ପଢ଼ନ୍ତୁ: କରୁର ଦଳାଚକଟା ମାମଲା: ଅଭିନେତା ତଥା TVK ମୁଖ୍ୟ ବିଜୟଙ୍କୁ ସିବିଆଇ ସମନ

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ତଥା ଠକେଇ ମାମଲାରେ ଗତ ବର୍ଷ ଗିରଫ ହୋଇଥିଲେ ଅଭୟ ପାଠକ ଓ ପୁଅ ଆକାଶ ପାଠକ। ଟାଟା କମ୍ପାନୀରେ ଚାକିରି କରାଇଦେବା ନାଁରେ ହୋଇଥିବା ଠକେଇ ମାମଲାରେ ପୂର୍ବରୁ ତାଙ୍କୁ ଜାମିନ ମିଳିଥିଲା । ତେବେ ଅନ୍ୟ ମାମଲା ବିଚାରାଧୀନ ଥିବାରୁ ପାଠକ ବାପାପୁଅ ଜେଲରେ ଥିଲେ। ହେଲେ ଆଜି ଅଭୟ ପାଠକଙ୍କୁ ଜାମିନ ମିଳଥିବାରୁ ସେ ଜେଲରୁ ମୁକୁଳିବା ଏକପ୍ରକାର ନିଶ୍ଚିତ ବୋଲି ଜଣାପଡ଼ିଛି। ଠକେଇ ଅଭିଯୋଗ ଆସିବା ପରେ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

17 Jun 2021 By The Sakala

ହାଇକୋର୍ଟରୁ ମିଳିଲା ଜାମିନ୍, ଜେଲରୁ ବାହାରିବେ ଅଭୟ ପାଠକ

ଭୁବନେଶ୍ବର :ପୂର୍ବତନ IFS ଅଭୟ ପାଠକଙ୍କୁ ହାଇକୋର୍ଟରୁ ମିଳିଛି ଜାମିନ। ଜେଲରୁ ବାହାରିବେ ଆଇଏଫଏସ ଅଭୟ ପାଠକ । ବୈଦ୍ୟନାଥପୁର ଥାନା ମାମଲାରେ ଅଭୟ ପାଠକଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ମଂଜୁର ହୋଇଛି। ମୋଟ ୩ଟି ମାମଲାରୁ ପୂର୍ବରୁ ଅଭୟ ପାଠକଙ୍କୁ ୨ଟି ରେ ଜାମିନ ମିଳିଥିଲା । ଆଜି ଆଉ ଏକ ମାମଲାରେ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ସମସ୍ତ ମାମଲାରେ ଜାମିନ୍ ମିଳିବା ପରେ ଅଭୟ ପାଠକ ଜେଲରୁ ମୁକୁଳିବା ସ୍ପଷ୍ଟ ହୋଇଛି ।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ତଥା ଠକେଇ ମାମଲାରେ ଗତ ବର୍ଷ ଗିରଫ ହୋଇଥିଲେ ଅଭୟ ପାଠକ ଓ ପୁଅ ଆକାଶ ପାଠକ। ଟାଟା କମ୍ପାନୀରେ ଚାକିରି କରାଇଦେବା ନାଁରେ ହୋଇଥିବା ଠକେଇ ମାମଲାରେ ପୂର୍ବରୁ ତାଙ୍କୁ ଜାମିନ ମିଳିଥିଲା । ତେବେ ଅନ୍ୟ ମାମଲା ବିଚାରାଧୀନ ଥିବାରୁ ପାଠକ ବାପାପୁଅ ଜେଲରେ ଥିଲେ। ହେଲେ ଆଜି ଅଭୟ ପାଠକଙ୍କୁ ଜାମିନ ମିଳଥିବାରୁ ସେ ଜେଲରୁ ମୁକୁଳିବା ଏକପ୍ରକାର ନିଶ୍ଚିତ ବୋଲି ଜଣାପଡ଼ିଛି। ଠକେଇ ଅଭିଯୋଗ ଆସିବା ପରେ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର