ବନ୍ଧୁକ ଧରି ଆହାର କେନ୍ଦ୍ରକୁ ଆସିଥିଲା ଯୁବକ, ଦୌଡ଼ ପଳାଇବାବେଳେ କାବୁ କଲେ ସ୍ଥାନୀୟ ଲୋକେ

Madhusudan Das Picture
Published On

ସୋର: ସୋରରେ ବନ୍ଧୁକ ଆତଙ୍କ । ଆହାର କେନ୍ଦ୍ରରେ ବନ୍ଧୁକ ଧରି ବୁଲିଲା ଯୁବକ । ସୋର ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ରରେ ଜଣେ ଯୁବକ ବନ୍ଧୁକ ଧରି ବୁଲୁଥିଲେ । ଆହାର କର୍ମଚାରୀ ମେଡିକାଲରେ ଥିବା ସୁରକ୍ଷାକର୍ମୀକୁ ଖବର ଦେଇଥିଲେ, ସୁରକ୍ଷାକର୍ମୀଙ୍କୁ ଦେଖିବା ପରେ ଯୁବକ ଜଣକ ଭୟଭୀତ ହୋଇ ପାଚେରୀ ଡେଇଁ ଦୌଡ଼ ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକ କାବୁ କରିନେଇଥିଲେ । ପରେ ସୋର ପୋଲିସ ଘଟଣା ସ୍ଥଳରେ ପହଂଚି ଯୁବକ ଜଣକୁ ଥାନାକୁ ନେଇଛି । ତେବେ ଯୁବକ ଜଣକ କିଏ ଏବଂ ବନ୍ଧୁକ କେଉଁଠାରୁ ଆଣିଲା ସେ ନେଇ ସୋର ପୋଲିସ ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ବାର କମ୍ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟଣା; ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନ ଗୁଡିକ କେତେ ସୁରକ୍ଷିତ ବୋଲି ପ୍ରଶ୍ନକଲା ବିଜେଡି

Join Us @ WhatsApp

About The Author

Google News
Join Us @ WhatsApp