ନାବାଳିକାକୁ ପ୍ରେମ ପାଇଁ ପ୍ରେମିକ ଦଣ୍ଡିତ; କଙ୍ଗାରୁ କୋର୍ଟରେ ଯୁବକଙ୍କୁ ଉଲଗ୍ନ କରି ମାଡ଼

Madhusudan Das Picture
Published On

ରାଇରଙ୍ଗପୁର: ନାବାଳିକା ସହ ଯୁବକଙ୍କ ପ୍ରେମ ସମ୍ପର୍କ ଘଟଣାକୁ ନେଇ କଙ୍ଗାରୁ କୋର୍ଟ ହୋଇଛି। ଲୋକେ ଆଇନକୁ ହାତକୁ ନେଇ ଜଣେ ଯୁବକଙ୍କୁ ଉଲଗ୍ନ କରି ମାଡ଼ମାରି ରକ୍ତାକ୍ତ କରିଛନ୍ତି। ଏହାପରେ ଦଉଡ଼ିରେ ହାତ ବାନ୍ଧି ରାସ୍ତାରେ ଉଲଗ୍ନ କରି ବୁଲାଇଛନ୍ତି। ଏଭଳି ଏକ ଘଟଣା ବହଳଦା ଥାନା ଅଞ୍ଚଳରେ ଘଟିଛି। 

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

ସୂଚନା ଅନୁଯାୟୀ, ଜନୈକା ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବତୀଙ୍କ ଜଣେ ଯୁବକଙ୍କ ସହିତ ପୂର୍ବରୁ ପ୍ରେମ ସମ୍ପର୍କ ରହିଥିଲା। ଯାହାକୁ ନେଇ ଗଣ୍ଡଗୋଳ ହୋଇଥିବାବେଳେ ଥାନାରେ ମାମଲା ହୋଇଥିଲା। ଗତ ଜାନୁଆରୀ ୨ ତାରିଖରେ ଉଭୟ ଯୁବକ ଓ ଯୁବତୀ ଭେଟ କରିବାକୁ ଆସିଥିବାବେଳେ ଯୁବତୀଙ୍କ ସମ୍ପର୍କୀୟମାନେ ଦେଖି ଅଟକାଇଥିଲେ। ଯୁବକଙ୍କ କାର୍‌କୁ ଭାଙ୍ଗିବା ସହ ମାଡ଼ ମାରି ରକ୍ତାକ୍ତ କରିଥିଲେ। ଉଲଗ୍ନ କରି ତାଙ୍କ ହାତକୁ ଦଉଡ଼ିରେ ବାନ୍ଧି ରାସ୍ତାରେ ଚଲାଇ ଚଲାଇ ବୁଲାଇଥିଲେ। ଯାହାର ଭିଡିଓ ମୋବାଇଲରେ ଉତ୍ତୋଳନ କରିଥିବାବେଳେ ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଛି। ଜଣେ ସଂଖ୍ୟାଲଘୁ ଯୁବକଙ୍କୁ ଏହିପରି ସର୍ବସାଧାରଣ ସମ୍ମୁଖରେ ଲଜ୍ଜିତ କରିବା ଘଟଣା ନେଇ ଯୁବକଙ୍କ ପରିବାର ଲୋକେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଏହାର ନକଲ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଅତିରିକ୍ତ ଏସ୍‌ପି, ଏସ୍‌ଡିପିଓ, ମାନବାଧିକାରୀ କମିଶନ ଓ ହାଇକୋର୍ଟ ବିଚାରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଉକ୍ତ ଘଟଣା ନେଇ ବହଳଦା ଥାନା ପୁଲିସ ପକ୍ଷରୁ ୨ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ରାଇରଙ୍ଗପୁର ଏସ୍‌ଡିପିଓ ଗୋକୁଳାନନ୍ଦ ସାହୁ କହିଛନ୍ତି। ତେବେ ଘଟଣାରେ ଅନ୍ୟ ସମସ୍ତ ସମ୍ପୃକ୍ତଙ୍କୁ ତୁରନ୍ତ ଗିରଫ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ ଦାବି କରିଛନ୍ତି। ଉକ୍ତ ଘଟଣାରେ ଲୋକେ ଆଇନ ହାତକୁ ନେଇ ଆକ୍ରମଣ କରିବା ଅତି ନିନ୍ଦନୀୟ ଅଟେ।

ଆହୁରି ପଢ଼ନ୍ତୁ: ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ଗୁରୁତର

08 Jan 2026 By Madhusudan Das

ନାବାଳିକାକୁ ପ୍ରେମ ପାଇଁ ପ୍ରେମିକ ଦଣ୍ଡିତ; କଙ୍ଗାରୁ କୋର୍ଟରେ ଯୁବକଙ୍କୁ ଉଲଗ୍ନ କରି ମାଡ଼

ରାଇରଙ୍ଗପୁର: ନାବାଳିକା ସହ ଯୁବକଙ୍କ ପ୍ରେମ ସମ୍ପର୍କ ଘଟଣାକୁ ନେଇ କଙ୍ଗାରୁ କୋର୍ଟ ହୋଇଛି। ଲୋକେ ଆଇନକୁ ହାତକୁ ନେଇ ଜଣେ ଯୁବକଙ୍କୁ ଉଲଗ୍ନ କରି ମାଡ଼ମାରି ରକ୍ତାକ୍ତ କରିଛନ୍ତି। ଏହାପରେ ଦଉଡ଼ିରେ ହାତ ବାନ୍ଧି ରାସ୍ତାରେ ଉଲଗ୍ନ କରି ବୁଲାଇଛନ୍ତି। ଏଭଳି ଏକ ଘଟଣା ବହଳଦା ଥାନା ଅଞ୍ଚଳରେ ଘଟିଛି। 

ସୂଚନା ଅନୁଯାୟୀ, ଜନୈକା ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବତୀଙ୍କ ଜଣେ ଯୁବକଙ୍କ ସହିତ ପୂର୍ବରୁ ପ୍ରେମ ସମ୍ପର୍କ ରହିଥିଲା। ଯାହାକୁ ନେଇ ଗଣ୍ଡଗୋଳ ହୋଇଥିବାବେଳେ ଥାନାରେ ମାମଲା ହୋଇଥିଲା। ଗତ ଜାନୁଆରୀ ୨ ତାରିଖରେ ଉଭୟ ଯୁବକ ଓ ଯୁବତୀ ଭେଟ କରିବାକୁ ଆସିଥିବାବେଳେ ଯୁବତୀଙ୍କ ସମ୍ପର୍କୀୟମାନେ ଦେଖି ଅଟକାଇଥିଲେ। ଯୁବକଙ୍କ କାର୍‌କୁ ଭାଙ୍ଗିବା ସହ ମାଡ଼ ମାରି ରକ୍ତାକ୍ତ କରିଥିଲେ। ଉଲଗ୍ନ କରି ତାଙ୍କ ହାତକୁ ଦଉଡ଼ିରେ ବାନ୍ଧି ରାସ୍ତାରେ ଚଲାଇ ଚଲାଇ ବୁଲାଇଥିଲେ। ଯାହାର ଭିଡିଓ ମୋବାଇଲରେ ଉତ୍ତୋଳନ କରିଥିବାବେଳେ ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଛି। ଜଣେ ସଂଖ୍ୟାଲଘୁ ଯୁବକଙ୍କୁ ଏହିପରି ସର୍ବସାଧାରଣ ସମ୍ମୁଖରେ ଲଜ୍ଜିତ କରିବା ଘଟଣା ନେଇ ଯୁବକଙ୍କ ପରିବାର ଲୋକେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଏହାର ନକଲ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଅତିରିକ୍ତ ଏସ୍‌ପି, ଏସ୍‌ଡିପିଓ, ମାନବାଧିକାରୀ କମିଶନ ଓ ହାଇକୋର୍ଟ ବିଚାରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଉକ୍ତ ଘଟଣା ନେଇ ବହଳଦା ଥାନା ପୁଲିସ ପକ୍ଷରୁ ୨ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ରାଇରଙ୍ଗପୁର ଏସ୍‌ଡିପିଓ ଗୋକୁଳାନନ୍ଦ ସାହୁ କହିଛନ୍ତି। ତେବେ ଘଟଣାରେ ଅନ୍ୟ ସମସ୍ତ ସମ୍ପୃକ୍ତଙ୍କୁ ତୁରନ୍ତ ଗିରଫ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ ଦାବି କରିଛନ୍ତି। ଉକ୍ତ ଘଟଣାରେ ଲୋକେ ଆଇନ ହାତକୁ ନେଇ ଆକ୍ରମଣ କରିବା ଅତି ନିନ୍ଦନୀୟ ଅଟେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର