ମୁଣ୍ଡଳୀ ବ୍ରିଜରୁ ଡେଇଁବା ମିଛ : ମହାନଦୀରେ ଖୋଜୁଛି ଅଗ୍ନିଶମ ଟିମ୍, ବାରଙ୍ଗ ପୁଲିସ ପାଖରେ ସରେଣ୍ଡର କଲା ନିଖୋଜ ରଘୁ

The Sakala Picture
Published On

ବାଙ୍କୀ : ଆଜି ସକାଳୁ ସକାଳୁ ମୁଣ୍ଡଳୀ ବ୍ରିଜରୁ ଜଣେ ଯୁବକ ଡେଇଁ ପଡିଥିବା ଖବର ସାମ୍ନାକୁ ଆସିଥିଲା। ବ୍ରିଜ୍‌ ଉପରେ ସ୍କୁଟି ରଖି କେହି ଜଣେ ନଦୀକୁ ଡେଇଁ ପଡିଥିବା ସନ୍ଦେହ କରାଯାଉଥିଲା। ରାତି ପ୍ରାୟ ସାଢେ ଗୋଟାଏ ସମୟରୁ ଏହି ସ୍କୁଟିଟି ରଖି କେହି ଜଣେ ଡେଇଁପଡିଥିବା ସ୍ଥାନୀୟ ଲୋକ କହିଥିଲେ। ଖବରପାଇ ବାରଙ୍ଗ ଗୋଡ଼ିସାହି ଫାଣ୍ଡି ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ। ସକାଳୁ ମଧ୍ୟାନ୍ନ ପର୍ଯ୍ୟନ୍ତ […]

ବାଙ୍କୀ : ଆଜି ସକାଳୁ ସକାଳୁ ମୁଣ୍ଡଳୀ ବ୍ରିଜରୁ ଜଣେ ଯୁବକ ଡେଇଁ ପଡିଥିବା ଖବର ସାମ୍ନାକୁ ଆସିଥିଲା। ବ୍ରିଜ୍‌ ଉପରେ ସ୍କୁଟି ରଖି କେହି ଜଣେ ନଦୀକୁ ଡେଇଁ ପଡିଥିବା ସନ୍ଦେହ କରାଯାଉଥିଲା। ରାତି ପ୍ରାୟ ସାଢେ ଗୋଟାଏ ସମୟରୁ ଏହି ସ୍କୁଟିଟି ରଖି କେହି ଜଣେ ଡେଇଁପଡିଥିବା ସ୍ଥାନୀୟ ଲୋକ କହିଥିଲେ। ଖବରପାଇ ବାରଙ୍ଗ ଗୋଡ଼ିସାହି ଫାଣ୍ଡି ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ। ସକାଳୁ ମଧ୍ୟାନ୍ନ ପର୍ଯ୍ୟନ୍ତ ଖୋଜାଖୋଜି କରିବା ପରେ ମଧ୍ୟ ନିଖୋଜ ବ୍ୟକ୍ତିଙ୍କ କିଛି ଖୋଜ ଖବର ମିଳିନଥିଲା। କିନ୍ତୁ ବର୍ତ୍ତମାନ ଉକ୍ତ ଘଟଣା ଏକ ରୋଚକ ମୋଡ ନେଇଛନ୍ତି। ସ୍କୁଟି ଥୋଇ କେହି ନଦୀକୁ ଡେଇଁ ଥିବା ଆଶଙ୍କାରେ ପୂର୍ଣ୍ଣଛେଦ ପଡିଛି।

ଆହୁରି ପଢ଼ନ୍ତୁ: ରାସ୍ତା ଉପରେ ଜଳିଗଲା କଣ୍ଟେନର୍, ଅଳ୍ପକେ ବର୍ତ୍ତିଲେ ଚାଳକ; ରୋଷେଇରୁ ନିଆଁ ଲାଗିଥିବା ସନ୍ଦେହ

ନଦୀରେ କେହି ବୁଡ଼ି ଯାଇଥିବା ଆଶଙ୍କାରେ ଅଗ୍ନିଶମ କର୍ମଚାରୀ ସକାଳୁ ଝାଳନାଳ ହୋଇଥିବା ବେଳେ ଉକ୍ତ ଯୁବକଙ୍କୁ ଠାବ କରିଛି ବାରଙ୍ଗ ପୁଲିସ୍‌। ଯୁବକଜଣକଙ୍କ ଘର ଅନୁଗୁଳ ସିମିଳିପଡ଼ାରେ ଓ ତାଙ୍କ ନାଁ ରଘୁରଞ୍ଜନ ମହାପାତ୍ର ବୋଲି ଜଣାପଡ଼ିଛି। ରଘୁରଞ୍ଜନ ନଦୀକୁ ଡେଇଁନଥିଲେ, ପରନ୍ତୁ ସ୍କୁଟି ଖରାପ ହେବାରୁ ଥୋଇ ପଳାଇଥିବା କଥା କହିଛନ୍ତି।

ଆହୁରି ପଢ଼ନ୍ତୁ: UPI ପ୍ରସଙ୍ଗରେ ନବୀନଙ୍କ ବଡ଼ ବୟାନ: 'ସାଧାରଣ ଲୋକ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ସ୍ୱାର୍ଥ ସୁରକ୍ଷିତ ରହିବା ଦରକାର'

ଏନେଇ ରଘୁରଞ୍ଜନ କହିଛନ୍ତି, ‘ପାରିବାରିକ କଳହ ହେତୁ ଗତ ରାତିରେ ଘରୁ ବାହାରି ସ୍କୁଟିରେ ପଳାଇ ଆସିଥିଲି। ସ୍କୁଟିରେ ଅନୁଗୋଳରୁ ଆସିବା ପରେ ମୁଣ୍ଡଳି ବ୍ରିଜ ନିକଟରେ ଗାଡ଼ିଟି ଖରାପ ହୋଇଗଲା। ଏହାପରେ ଗାଡ଼ିଟିକୁ ବ୍ରିଜ ଉପରକୁ ଆଣି ଥୋଇଥିଲି। ସେଠାରୁ ଏକ ଟ୍ରକ୍‌ରେ ଭୁବନେଶ୍ୱରସ୍ଥିତ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ପହଞ୍ଚିଥିଲି। ବସ୍‌ଷ୍ଟାଣ୍ଡରେ ପହଞ୍ଚିବା ପରେ ସେଠାରେ ଶୋଇ ପଡ଼ିଥିଲି। ସକାଳେ ଖବର ପାଇଲି ଗାଡ଼ିକୁ ପୁଲିସ୍‌ ନେଇ ଯାଇଛି। ଘଟଣା ଜାଣି ଗୋଡ଼ିପଡ଼ା ଫାଣ୍ଡିକୁ ଆସିଛି।’ ଗାଡ଼ି ନିକଟରେ ପଡ଼ିଥିବା ଚପଲ ସମ୍ପର୍କରେ ପଚରାଯିବାରୁ ଉକ୍ତ ଚପଲ ତାଙ୍କର ନୁହେଁ ବୋଲି ସଫା ସଫା କହିଛନ୍ତି ରଘୁରଞ୍ଜନ। ତେବେ ରଘୁ ରଞ୍ଜନ ଙ୍କୁ ଅଟକ ରଖି ଅଧିକ ପଚାରାଉଚର କରୁଛି ପୁଲିସ।

ଆହୁରି ପଢ଼ନ୍ତୁ: ବାତ୍ୟା ନୁହେଁ ଗଭୀର ଅବପାତର ରୂପ ନେବ ଲଘୁଚାପ, ରାଜ୍ୟର ୧୧ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର