ବ୍ୟାଙ୍କରେ ନକଲି ସୁନା ବନ୍ଧକ ଦେଇ ହଟହଟା ହେଲେ ଦୁଇ ଯୁବକଙ୍କ ସହ ଜଣେ ମହିଳା

The Sakala Picture
Published On

ଭଦ୍ରକ/ଚାନ୍ଦବାଲି: ନକଲି ସୁନା ବନ୍ଧକ ଦେଇ ଧରା ପଡିବା ପରେ ସ୍ଥାନୀୟ ଲୋକଙ୍କ ଠାରୁ ମାଡ଼ ଖାଇ ହଟହଟା ହେଲେ ଦୁଇ ଯୁବକଙ୍କ ସହ ଜଣେ ମହିଳା । ଏମିତି ଏକ ଘଟଣା ଘଟିଛି ଚାନ୍ଦବାଲି ବ୍ଳକ ଘଣ୍ଟେଶ୍ୱର ଅଞ୍ଚଳରେ । ସୂଚନା ମୁତାବକ, ତିହିଡି ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତର ସୁଦାମ ସାମଲ ଓ ତାଙ୍କର ଦୁଇ ସହଯୋଗୀ କିଛି ଦିନ ତଳେ ୧୦୦ଗ୍ରାମରୁ ଅଧିକ ନକଲି ସୁନା ଦେଇ ଘଣ୍ଟେଶ୍ୱର ୟୁକୋ ବ୍ୟାଙ୍କ ଶାଖାରୁ ସାଢେ […]

ଭଦ୍ରକ/ଚାନ୍ଦବାଲି: ନକଲି ସୁନା ବନ୍ଧକ ଦେଇ ଧରା ପଡିବା ପରେ ସ୍ଥାନୀୟ ଲୋକଙ୍କ ଠାରୁ ମାଡ଼ ଖାଇ ହଟହଟା ହେଲେ ଦୁଇ ଯୁବକଙ୍କ ସହ ଜଣେ ମହିଳା । ଏମିତି ଏକ ଘଟଣା ଘଟିଛି ଚାନ୍ଦବାଲି ବ୍ଳକ ଘଣ୍ଟେଶ୍ୱର ଅଞ୍ଚଳରେ ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ସୂଚନା ମୁତାବକ, ତିହିଡି ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତର ସୁଦାମ ସାମଲ ଓ ତାଙ୍କର ଦୁଇ ସହଯୋଗୀ କିଛି ଦିନ ତଳେ ୧୦୦ଗ୍ରାମରୁ ଅଧିକ ନକଲି ସୁନା ଦେଇ ଘଣ୍ଟେଶ୍ୱର ୟୁକୋ ବ୍ୟାଙ୍କ ଶାଖାରୁ ସାଢେ ପାଞ୍ଚ ଲକ୍ଷ ଟଙ୍କା ଋଣ ନେଇଥିଲେ । ଗତକାଲି ପୁଣି ଥରେ ୧୦୦ଗ୍ରାମରୁ ଉର୍ଦ୍ଧ୍ବ ସୁନା ନେଇ ଋଣ ନେବାକୁ ବ୍ୟାଙ୍କରେ ପହଞ୍ଚିଥିଲେ । ତାଙ୍କୁ ଦେଖି ବ୍ୟାଙ୍କ କର୍ମଚାରୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ସୁନା ଗୁଡିକୁ ଭଲ ଭାବରେ ତନଖି ଥିଲେ । ତନଖି ପରେ ତାହା ନକଲି ବୋଲି ଜଣା ପଡିଥିଲା । ଏହା ପରେ ପୂର୍ବରୁ ବନ୍ଧକ ଥିବା ସୁନାକୁ ପୁଣି ଥରେ ପରଖା ଯାଇଥିଲା, ତାହା ମଧ୍ୟ ନକଲି ବୋଲି ଜଣା ପଡିଥିଲା । ଏମାନେ ଠକ ବୋଲି ଜାଣିବା ପରେ ବ୍ୟାଙ୍କ କର୍ମଚାରୀ ସେମାନଙ୍କୁ ଅଟକ ରଖିଥିଲେ । ପୂର୍ବରୁ ଋଣ ନେଇଥିବା ଟଙ୍କା ଫେରାଇବାକୁ କହିଥିଲେ, ଟଙ୍କା ନ ଫେରାଇଲେ ପୋଲିସରେ ଅଭିଯୋଗ କରିବାକୁ ଧମକ ଦେଇଥିଲେ । କିଛି ଉପାୟ ନ ପାଇ ଟଙ୍କା ଫେରାଇବାକୁ ବାଧ୍ୟ ହୋଇ ଥିଲେ ଠକ । ଏମାନେ ଠକ ବୋଲି ଜାଣିବା ପରେ ସ୍ଥାନୀୟ ଲୋକମାନେ ସେମାନଙ୍କୁ ନିର୍ଧୂମ ଛେଚିଥିଲେ । ଖବରପାଇ ଘଣ୍ଟେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଠକମାନଙ୍କୁ ଉଦ୍ଧାର କରିଥିଲେ ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

26 Dec 2024 By The Sakala

ବ୍ୟାଙ୍କରେ ନକଲି ସୁନା ବନ୍ଧକ ଦେଇ ହଟହଟା ହେଲେ ଦୁଇ ଯୁବକଙ୍କ ସହ ଜଣେ ମହିଳା

ଭଦ୍ରକ/ଚାନ୍ଦବାଲି: ନକଲି ସୁନା ବନ୍ଧକ ଦେଇ ଧରା ପଡିବା ପରେ ସ୍ଥାନୀୟ ଲୋକଙ୍କ ଠାରୁ ମାଡ଼ ଖାଇ ହଟହଟା ହେଲେ ଦୁଇ ଯୁବକଙ୍କ ସହ ଜଣେ ମହିଳା । ଏମିତି ଏକ ଘଟଣା ଘଟିଛି ଚାନ୍ଦବାଲି ବ୍ଳକ ଘଣ୍ଟେଶ୍ୱର ଅଞ୍ଚଳରେ ।

ସୂଚନା ମୁତାବକ, ତିହିଡି ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତର ସୁଦାମ ସାମଲ ଓ ତାଙ୍କର ଦୁଇ ସହଯୋଗୀ କିଛି ଦିନ ତଳେ ୧୦୦ଗ୍ରାମରୁ ଅଧିକ ନକଲି ସୁନା ଦେଇ ଘଣ୍ଟେଶ୍ୱର ୟୁକୋ ବ୍ୟାଙ୍କ ଶାଖାରୁ ସାଢେ ପାଞ୍ଚ ଲକ୍ଷ ଟଙ୍କା ଋଣ ନେଇଥିଲେ । ଗତକାଲି ପୁଣି ଥରେ ୧୦୦ଗ୍ରାମରୁ ଉର୍ଦ୍ଧ୍ବ ସୁନା ନେଇ ଋଣ ନେବାକୁ ବ୍ୟାଙ୍କରେ ପହଞ୍ଚିଥିଲେ । ତାଙ୍କୁ ଦେଖି ବ୍ୟାଙ୍କ କର୍ମଚାରୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ସୁନା ଗୁଡିକୁ ଭଲ ଭାବରେ ତନଖି ଥିଲେ । ତନଖି ପରେ ତାହା ନକଲି ବୋଲି ଜଣା ପଡିଥିଲା । ଏହା ପରେ ପୂର୍ବରୁ ବନ୍ଧକ ଥିବା ସୁନାକୁ ପୁଣି ଥରେ ପରଖା ଯାଇଥିଲା, ତାହା ମଧ୍ୟ ନକଲି ବୋଲି ଜଣା ପଡିଥିଲା । ଏମାନେ ଠକ ବୋଲି ଜାଣିବା ପରେ ବ୍ୟାଙ୍କ କର୍ମଚାରୀ ସେମାନଙ୍କୁ ଅଟକ ରଖିଥିଲେ । ପୂର୍ବରୁ ଋଣ ନେଇଥିବା ଟଙ୍କା ଫେରାଇବାକୁ କହିଥିଲେ, ଟଙ୍କା ନ ଫେରାଇଲେ ପୋଲିସରେ ଅଭିଯୋଗ କରିବାକୁ ଧମକ ଦେଇଥିଲେ । କିଛି ଉପାୟ ନ ପାଇ ଟଙ୍କା ଫେରାଇବାକୁ ବାଧ୍ୟ ହୋଇ ଥିଲେ ଠକ । ଏମାନେ ଠକ ବୋଲି ଜାଣିବା ପରେ ସ୍ଥାନୀୟ ଲୋକମାନେ ସେମାନଙ୍କୁ ନିର୍ଧୂମ ଛେଚିଥିଲେ । ଖବରପାଇ ଘଣ୍ଟେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଠକମାନଙ୍କୁ ଉଦ୍ଧାର କରିଥିଲେ ।

https://www.thesakala.in/latest-odisha-news/a-woman-along-with-two-youths-were-beaten-up-by-giving-fake-gold-as-collateral-in-bank/article-37534
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp