ରାଜଧାନୀରେ ୱାନ୍ ମ୍ୟାନ ଆର୍ମି ଚୋର ଆତଙ୍କ; ଏକୁଟିଆ ଆସୁଛି ଆଉ ଘରେ ପଶି ଲୁଟି ନେଉଛି ଟଙ୍କା ଓ ସୁନା ଗହଣା
ଭୁବନେଶ୍ୱର: ରାଜଧାନୀରେ ୱାନ ମ୍ୟାନ ଆର୍ମି ଚୋର । ଏକୁଟିଆ ଆସୁଛି ଆଉ ଘରେ ପଶି ଲୁଟି ନେଉଛି ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା । ଖଣ୍ଡଗିରି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ୱାନ ମ୍ୟାନ ଆର୍ମି ଚୋରକୁ । ଯାହାର ସିସିଟିଭି ଭିଡିଓ ଭାଇରାଲ ହେଉଛି । ସିସିଟିଭିରେ ଚୋରର ରେକି ବେଳର ଦୃଶ୍ୟ କଏଦ ମଧ୍ୟ ହୋଇଛି । ପୂର୍ବ ପ୍ରସ୍ତୁତି ମୁତାବକ ଚୋର ଚୋରି କରି ଚମ୍ପଟ ମଧ୍ୟ ମାରୁଛି । ଘଟଣାଟି ଘଟିଛି ଡୁମୁଡୁମା ରଣସିଂପୁରରେ । ଗ୍ରାମ କି ଦୁଇ ଗ୍ରାମ ନୁହେଁ, ପ୍ରାୟ ୮୧ ଗ୍ରାମ ସୁନା ଅଳଙ୍କାର ଚୋରି ହୋଇଛି। କିଛି ନଗଦ ଟଙ୍କା ମଧ୍ୟ ଚୋରି କରିନେଇଥିବା ଥାନାରେ ଅଭିଯୋଗ ହୋଇଛି। ମାନବେନ୍ଦ୍ର ବିଶୋଇ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ଚୋରକୁ ଧରିବା ପାଇଁ ଛାନଭିନ୍ ଆରମ୍ଭ କରିଛି ପୋଲିସ ।





