ରାଜ୍ୟରେ ଆଇ.ଏ.ଏସ୍ ପରୀକ୍ଷାରେ ସଫଳତା ହାର ବଢ଼ାଇବା ପାଇଁ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ତରଫରୁ ସ୍ୱତନ୍ତ୍ର ପ୍ରୟାସ

The Sakala Picture
Published On

ଭୁବନେଶ୍ବର:  ଆଇ.ଏ.ଏସ୍. ପରୀକ୍ଷାରେ ରାଜ୍ୟର ସଫଳତା ହାର ବଢ଼ାଇବା ପାଇଁ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ତରଫରୁ ସ୍ୱତନ୍ତ୍ର ପ୍ରୟାସ । ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଆ ଯୁବକଯୁବତୀମାନଙ୍କର ସଫଳତା ହାର ବଢ଼ାଇବା ନିମନ୍ତେ ଓଡ଼ିଶା ସରକାରଙ୍କ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ତରଫରୁ ସ୍ୱତନ୍ତ୍ର ଉଦ୍ୟମ ଆରମ୍ଭ କରାଯାଇଛି । ଚଳିତ ୨୦୨୨ ବର୍ଷ ସଭିଲ୍ ସର୍ଭିସେସ୍ ମେନ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଓଡ଼ିଆ ଯୁବକଯୁବତୀମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟ ପରୀକ୍ଷା ନିମନ୍ତେ ଦିଗ୍ ଦର୍ଶନ ଓ ପରାମର୍ଶ […]

ଭୁବନେଶ୍ବର:  ଆଇ.ଏ.ଏସ୍. ପରୀକ୍ଷାରେ ରାଜ୍ୟର ସଫଳତା ହାର ବଢ଼ାଇବା ପାଇଁ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ତରଫରୁ ସ୍ୱତନ୍ତ୍ର ପ୍ରୟାସ । ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଆ ଯୁବକଯୁବତୀମାନଙ୍କର ସଫଳତା ହାର ବଢ଼ାଇବା ନିମନ୍ତେ ଓଡ଼ିଶା ସରକାରଙ୍କ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ତରଫରୁ ସ୍ୱତନ୍ତ୍ର ଉଦ୍ୟମ ଆରମ୍ଭ କରାଯାଇଛି । ଚଳିତ ୨୦୨୨ ବର୍ଷ ସଭିଲ୍ ସର୍ଭିସେସ୍ ମେନ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଓଡ଼ିଆ ଯୁବକଯୁବତୀମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟ ପରୀକ୍ଷା ନିମନ୍ତେ ଦିଗ୍ ଦର୍ଶନ ଓ ପରାମର୍ଶ ଦେବା ପାଇଁ ଏକ ସ୍ୱତନ୍ତ୍ର ସେଲ୍ ଖୋଲାଯାଇଛି।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ଏଥିପାଇଁ ଅନ୍ଲାଇନ୍ ରେଜିଷ୍ଟ୍ରେସନ ବ୍ୟବସ୍ଥା କରାଯାଇଛି। ସିଭିଲ୍ ସର୍ଭିସେସ୍ ମେନ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଏବଂ ଗୋପବନ୍ଧୁ ଏକାଡ଼େମୀର ଦିଗ୍ ଦର୍ଶନ ନେବାକୁ ଇଛୁକଥିବା ଆଶାୟୀ ପ୍ରାର୍ଥୀମାନେ ଚଳିତ ମାସ ଡ଼ିସେମ୍ବର ୧୬ ତାରିଖ ସୁଦ୍ଧା [email protected] ରେ ନିଜ ନିଜ ଇମେଲ୍ରୁ ଅନୁରୋଧ ପତ୍ର ପଠାଇବେ। ଇଛୁକ ପ୍ରାର୍ଥୀମାନଙ୍କଠାରୁ ଆଗ୍ରହ ପତ୍ର ମିଳିବା ପରେ ଏକାଡ଼େମୀ ତରଫରୁ ସେମାନଙ୍କୁ ତୁରନ୍ତ ଯୋଗାଯୋଗ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି  ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

 

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର