ଆସୁଛି ଆଉ ଏକ ବାତ୍ୟା ! ନେଇପାରେ ଭୀଷଣରୁ ଅତିଭୀଷଣ ରୂପ

The Sakala Picture
Published On

ଭୁବନେଶ୍ବର: ୧୦ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଭୀଷଣ ବାତ୍ୟାରେ ପରିଣତ ହେବ। ସମ୍ଭବତଃ ଏହା ଆହୁରି ଅଧିକ ଶକ୍ତିଶାଳୀ ମଧ୍ୟ ହୋଇପାରେ। ବାତ୍ୟାକୁ ଶକ୍ତିଶାଳୀ କରିବା ପାଇଁ ସମସ୍ତ ପ୍ରକାର ପାଗ ଅନୁକୂଳ ରହିଛି । ବର୍ତ୍ତମାନ ଆଣ୍ଡାମାନ ସାଗରରେ ମେଘଖଣ୍ଡ ଏକାଠି ହୋଇ ଚାଲିଛି। ଏହାଦ୍ବାରା ଶୁକ୍ରବାର ସୁଦ୍ଧା ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହେବ ଏବଂ ଏହାର ପ୍ରଭାବରେ ହିଁ ୧୦ ତାରିଖରେ ଲଘୁଚାପ ସୃଷ୍ଟି ହେବ ବୋଲି ଆକଳନ […]

ଭୁବନେଶ୍ବର: ୧୦ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଭୀଷଣ ବାତ୍ୟାରେ ପରିଣତ ହେବ। ସମ୍ଭବତଃ ଏହା ଆହୁରି ଅଧିକ ଶକ୍ତିଶାଳୀ ମଧ୍ୟ ହୋଇପାରେ। ବାତ୍ୟାକୁ ଶକ୍ତିଶାଳୀ କରିବା ପାଇଁ ସମସ୍ତ ପ୍ରକାର ପାଗ ଅନୁକୂଳ ରହିଛି । ବର୍ତ୍ତମାନ ଆଣ୍ଡାମାନ ସାଗରରେ ମେଘଖଣ୍ଡ ଏକାଠି ହୋଇ ଚାଲିଛି। ଏହାଦ୍ବାରା ଶୁକ୍ରବାର ସୁଦ୍ଧା ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହେବ ଏବଂ ଏହାର ପ୍ରଭାବରେ ହିଁ ୧୦ ତାରିଖରେ ଲଘୁଚାପ ସୃଷ୍ଟି ହେବ ବୋଲି ଆକଳନ କରାଯାଉଛି। ଅନ୍ୟପଟେ ସମୟ ଗଡ଼ିବା ସହିତ ବାତ୍ୟା ହେବା ନେଇ ମଧ୍ୟ ଆଶଙ୍କା ଦୃଢ଼ୀଭୂତ ହେବାରେ ଲାଗିଛି। ଆଇଏମଡି ପକ୍ଷରୁ ଧୀରେ ଧୀରେ ବାତ୍ୟା ଆଶଙ୍କା ନେଇ ସ୍ପଷ୍ଟ କରିଛି । ଗୁରୁବାର ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିସ୍ତାରିତ ପରିସର ଆକଳନରେ ଦର୍ଶାଯାଇଛି ଯେ ୧୦ରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ୧୪ ତାରିଖରେ ଅବପାତର ରୂପ ନେବ। ଏହା ଆହୁରି ଘନୀଭୂତ ହେବାର ଶତ ପ୍ରତିଶତ ସମ୍ଭାବନା ରହିଛି ବୋଲି ବିଭାଗ ସ୍ପଷ୍ଟ କରିଛି।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ବାତ୍ୟା ହେବା ଏକ ପ୍ରକାର ନିଶ୍ଚିତ। ଏମିତି କି ବାତ୍ୟାଟି ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟା ( ସିଭିୟର ସାଇକ୍ଳୋନ୍) କିମ୍ବା ଏହାଠାରୁ ଅଧିକ ଶକ୍ତିଶାଳୀ ହୋଇପାରେ। ଏହା ସମ୍ଭବତଃ ୧୬ କିମ୍ବା ୧୭ ତାରିଖରେ ସ୍ଥଳଭାଗ ଅତିକ୍ରମ କରିପାରେ । ମାତ୍ର ଏହା କେଉଁଠାରେ ସ୍ଥଳଭାଗ ଅତିକ୍ରମ କରିବା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସଠିକ୍ କହିହେବ ନାହିଁ । ତାଙ୍କ କହିବା ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ମଡ଼େଲଗୁଡ଼ିକ ବାତ୍ୟାର ସ୍ଥଳଭାଗ ଅତିକ୍ରମ ନେଇ ଏକମତ ହେଉନାହାନ୍ତି । ତେବେ ବାତ୍ୟାର ବିପଦ ଓଡ଼ିଶା ଉପରେ ରହିବ ନାହିଁ ବୋଲି ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ସାଧାରଣତଃ ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେବା ସମୟରେ ଶକ୍ତିଶାଳୀ ହେଲେ ଏହା ପୂର୍ବ ଆକଳନ ଦିଗରେ ଗତି କରିଥାଏ। ମାତ୍ର ଯଦି ଏହା ଦୁର୍ବଳ ହୁଏ ତେବେ ଗତିପଥ ପରବର୍ତ୍ତନ କରିଥାଏ। ତେଣୁ ଲଘୁଚାପ ସୃଷ୍ଟି ପରେ ହିଁ ଅଧିକ ସଠିକ କହିହେବ ବୋଲି ଡ. ସାହୁ ମତ ଦେଇଛନ୍ତି |

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ଅନ୍ୟପଟେ ଭୀଷଣ ବାତ୍ୟା ହେଲେ ବପନର ବେଗ ୧୦୦-୧୧୦ କିମି ଛୁଇଁବ । ଏହାର ଝଟକା ବଢ଼ି ୧୨୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ। ସେହିପରି ଅତି ଭୀଷଣ ବାତ୍ୟାରେ ପରିଣତ ହେଲେ ପବନର ବଗେ ଆହୁରି ବୃଦ୍ଧି ହୋଇ ୧୫୦ କିମି ପର୍ଯ୍ୟନ୍ତ ଯାଇପାରେ । ଯାହାଦ୍ୱାରା ବାତ୍ୟା ମାଡ଼ ସମୟରେ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା କରାଯାଇଛି। ସେହିପରି ୧୦ ତାରିଖରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ପାଇଁ ସ୍ଥିତି ଅନୁକୂଳ ହେଉଥିବା ବେଳେ ଆଗାମୀ ୫ ଦିନ ମଧ୍ୟରେ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହିତ ୧୦ ତାରିଖରେ ଲଘୁଚାପ ପରେ ୧୪ ତାରିଖ ସୁଦ୍ଧା ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଅବପାତରେ ପରିଣତ ହେବ । ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର