ଫୁଲ ଗଛରେ ବିଦ୍ୟୁତ୍ ତାର ବିଛାଇଥିଲେ ଘରମାଲିକ, ଫୁଲ ତୋଳିବାକୁ ଆସି ଯୁବକ ମୃତ

Madhusudan Das Picture
Published On

ନୀଳଗିରି: ଫୁଲ ତୋଳିବାକୁ ଆସି ଯୁବକଙ୍କ ମୃତ୍ୟୁ । ନୀଳଗିରି ସାନଅତା ଗାଁରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଯୁବକ ହେଲେ ତାପସ ଦାସ । ଫୁଲ ତୋଳିବାକୁ ଆସିଥିବା ସମୟରେ ଚାଲିଗଲା ପଡୋଶୀଙ୍କ ଜୀବନ । ଫୁଲ ଚୋରି ରୋକିବାକୁ ବିଦ୍ୟୁତ୍ ତାର ବିଛାଇ ଥିଲେ ଘରମାଲିକ । ଯୁବକଙ୍କ ମୃତ୍ୟୁକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଥିବାବେଳେ ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି ରଖିଛି । 

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ଚାକିରି ଦେବାକୁ କହି ପାର୍ଲରରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ସୂଚନା ଅନୁସାରେ, ସାନଅତା ଗାଁର ଦୀପକ ରାଉତ ବାଲେଶ୍ୱରରେ ରହୁଥିବା ବେଳେ ତାଙ୍କ ମାଆ କୁନା ରାଉତ ବାଡ଼ିରେ ଥିବା ଫୁଲ ଗଛ ଓ ଚାଷର ଦେଖାଶୁଣା କରନ୍ତି । ବାଡ଼ିକୁ ସକାଳେ ସେହି ଗାଁର ତାପସ ଦାସ ନାମକ ଜଣେ ଯୁବକ ଫୁଲ ତୋଳିବା ପାଇଁ ଯାଇଥିଲେ । ସବୁଦିନ ପରି ସେ ଫୁଲ ତୋଳି ମନ୍ଦିରକୁ ଦେବା ଆଶାରେ ଯାଇଥିବା ବେଳେ ପୂର୍ବରୁ ଫୁଲ ଗଛରେ ବିଦ୍ୟୁତ ତାର ସଂଯୋଗ କରିଥିଲେ ଘର ମାଲିକ । ଫୁଲ ଗଛରେ ଲାଗିଥିବା ତାର ଧରି ଦେବାରୁ ସେହିଠାରେ ଟଳି ପଡିଥିଲେ ତାପସ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ତାପସଙ୍କ ସମ୍ପର୍କୀୟ । ଭେଣ୍ଡିଆ ପୁଅକୁ ହରାଇ ମା’ ଧୈର୍ଯ୍ୟ ହରା ହୋଇ କାନ୍ଦୁଥିବା ବେଳେ ଏଭଳି ଘଟଣାର ତଦନ୍ତ ପୂର୍ବକ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ହୋଇଛି ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ଧାମରୁ ହଟିବ 'ଧାମ' ଶବ୍ଦ; ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

21 Nov 2025 By Madhusudan Das

ଫୁଲ ଗଛରେ ବିଦ୍ୟୁତ୍ ତାର ବିଛାଇଥିଲେ ଘରମାଲିକ, ଫୁଲ ତୋଳିବାକୁ ଆସି ଯୁବକ ମୃତ

ନୀଳଗିରି: ଫୁଲ ତୋଳିବାକୁ ଆସି ଯୁବକଙ୍କ ମୃତ୍ୟୁ । ନୀଳଗିରି ସାନଅତା ଗାଁରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଯୁବକ ହେଲେ ତାପସ ଦାସ । ଫୁଲ ତୋଳିବାକୁ ଆସିଥିବା ସମୟରେ ଚାଲିଗଲା ପଡୋଶୀଙ୍କ ଜୀବନ । ଫୁଲ ଚୋରି ରୋକିବାକୁ ବିଦ୍ୟୁତ୍ ତାର ବିଛାଇ ଥିଲେ ଘରମାଲିକ । ଯୁବକଙ୍କ ମୃତ୍ୟୁକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଥିବାବେଳେ ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି ରଖିଛି । 

ସୂଚନା ଅନୁସାରେ, ସାନଅତା ଗାଁର ଦୀପକ ରାଉତ ବାଲେଶ୍ୱରରେ ରହୁଥିବା ବେଳେ ତାଙ୍କ ମାଆ କୁନା ରାଉତ ବାଡ଼ିରେ ଥିବା ଫୁଲ ଗଛ ଓ ଚାଷର ଦେଖାଶୁଣା କରନ୍ତି । ବାଡ଼ିକୁ ସକାଳେ ସେହି ଗାଁର ତାପସ ଦାସ ନାମକ ଜଣେ ଯୁବକ ଫୁଲ ତୋଳିବା ପାଇଁ ଯାଇଥିଲେ । ସବୁଦିନ ପରି ସେ ଫୁଲ ତୋଳି ମନ୍ଦିରକୁ ଦେବା ଆଶାରେ ଯାଇଥିବା ବେଳେ ପୂର୍ବରୁ ଫୁଲ ଗଛରେ ବିଦ୍ୟୁତ ତାର ସଂଯୋଗ କରିଥିଲେ ଘର ମାଲିକ । ଫୁଲ ଗଛରେ ଲାଗିଥିବା ତାର ଧରି ଦେବାରୁ ସେହିଠାରେ ଟଳି ପଡିଥିଲେ ତାପସ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ତାପସଙ୍କ ସମ୍ପର୍କୀୟ । ଭେଣ୍ଡିଆ ପୁଅକୁ ହରାଇ ମା’ ଧୈର୍ଯ୍ୟ ହରା ହୋଇ କାନ୍ଦୁଥିବା ବେଳେ ଏଭଳି ଘଟଣାର ତଦନ୍ତ ପୂର୍ବକ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର