ଦୋକାନ ଭିତରେ ଗ୍ୟାସ୍‌ ସିଲିଣ୍ଡର ଫାଟି ନାବାଳକ ଜୀବନ୍ତ ଦଗ୍ଧ !

Madhusudan Das Picture
Published On

ଭଞ୍ଜନଗର: ଗ୍ୟାସ୍‌ ସିଲିଣ୍ଡର ଫାଟି ନାବାଳକ ଜୀବନ୍ତ ଦଗ୍ଧ । ଦୋକାନ ଭିତରେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର । ଜୀବନ୍ତ ଜଳିଗଲେ ଦୋକାନ ଭିତରେ ଥିବା ନାବାଳକ ଜଣକ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ସୋରଡ଼ା ଥାନା ଅନ୍ତର୍ଗତ ସାମନ୍ତରାଘାଇ ଛକଠାରେ। ମୃତକ ହେଲେ ଦୁଲାଡ଼ ଗ୍ରାମର ବାଦଲ ମୂଳି । ମୃତ ନାବାଳକ ଜଣକ ନିଜ ମାମୁଘରକୁ ବୁଲିବାକୁ ଆସିଥିବାବେଳେ ଏଭଳି ଘଟଣା ଘଟିଛି। 

ଆହୁରି ପଢ଼ନ୍ତୁ: ବାଲିଅନ୍ତାରେ ପୁଣି ବର୍ବରତା ! ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଲୁହା ରଡ୍‌ରେ ପିଟିପିଟି ହତ୍ୟା

ସୂଚନା ଅନୁସାରେ, ଦୁଲାଡ଼ ଗ୍ରାମର ବାଦଲ ମୂଳି (୧୩) ଖରାଛୁଟି ଥିବାରୁ ସାମନ୍ତରାଘାଇରେ ଥିବା ନିଜ ମାମୁଘରକୁ ବୁଲିବାକୁ ଆସିଥିଲେ। ମଙ୍ଗଳବାର ଖରାବେଳେ ସାମନ୍ତରାଘାଇରେ ଥିବା ମାମୁଙ୍କ ତେଜରାତି ଦୋକାନକୁ ଯାଇଥିଲେ। ହେଲେ ଦୁର୍ଭାଗ୍ୟ ଯେ, ଦୋକାନରେ କୌଣସି କାରଣରୁ ନିଆଁଲାଗିଯାଇଥିଲା। ଫଳରେ ସେଠାରେ ଥିବା ଏକ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଫାଟିଯାଇଥିଲା । ସିଲିଣ୍ଡର ଫାଟିବା ପରେ ନିଆଁ ଆହୁରି କରାଳ ରୂପ ନେଇଥିଲା। ବାଦଲ ନିଆଁ ଭିତରୁ ବାହାରି ନପାରି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ତେବେ ନିଆଁ କେମିତି ଲାଗିଲା, ତାହା ସ୍ପଷ୍ଟ ହୋଇନି। 

ଆହୁରି ପଢ଼ନ୍ତୁ: OUSSSC ପକ୍ଷରୁ ୭୨୬୮ କନେଷ୍ଟବଳ ଏବଂ ଅଗ୍ନିଶମ କର୍ମଚାରୀ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର