ସ୍ନାନମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନବେଳେ ଅସୁସ୍ଥ ହୋଇପଡିଲେ ଭକ୍ତ, ଡାକ୍ତରଖାନାରେ ମୃତ୍ୟୁ

The Sakala Picture
Published On

ପୁରୀ: ଶ୍ରୀମନ୍ଦିରରେ ଅଘଟଣ । ସ୍ନାନବେଦୀରେ ମହାପ୍ରଭୁଙ୍କ ଦର୍ଶନ କରି ଫେରିବାବେଳେ ଅଣନିଶ୍ୱାସୀ ହୋଇ ଟଳିପଡିଲେ ଜଣେ ଶ୍ରଦ୍ଧାଳୁ । ମୃତକ ଜଣକ ହେଲେ ରାଜସ୍ଥାନର ଅମ୍ବାଲାଲ ଭୋଇ( ୪୮) । ପରିବାର ସହ ଦର୍ଶନ କରିବାକୁ ଆସିଥିବା ବେଳେ ସ୍ନାନମଣ୍ଡପ ନିକଟରେ ସେ ଅସୁସ୍ଥ ଅନୁଭବ କରିଥିଲେ । ପରେ ପୁଲିସ ଅମ୍ବାଲାଲଙ୍କୁ ଉଦ୍ଧାର କରି ମେଡିକାଲ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅମ୍ବାଲାଲଙ୍କ ସହ ତାଙ୍କ ପତ୍ନୀ ଓ […]

ପୁରୀ: ଶ୍ରୀମନ୍ଦିରରେ ଅଘଟଣ । ସ୍ନାନବେଦୀରେ ମହାପ୍ରଭୁଙ୍କ ଦର୍ଶନ କରି ଫେରିବାବେଳେ ଅଣନିଶ୍ୱାସୀ ହୋଇ ଟଳିପଡିଲେ ଜଣେ ଶ୍ରଦ୍ଧାଳୁ । ମୃତକ ଜଣକ ହେଲେ ରାଜସ୍ଥାନର ଅମ୍ବାଲାଲ ଭୋଇ( ୪୮) । ପରିବାର ସହ ଦର୍ଶନ କରିବାକୁ ଆସିଥିବା ବେଳେ ସ୍ନାନମଣ୍ଡପ ନିକଟରେ ସେ ଅସୁସ୍ଥ ଅନୁଭବ କରିଥିଲେ । ପରେ ପୁଲିସ ଅମ୍ବାଲାଲଙ୍କୁ ଉଦ୍ଧାର କରି ମେଡିକାଲ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅମ୍ବାଲାଲଙ୍କ ସହ ତାଙ୍କ ପତ୍ନୀ ଓ ପରିବାରର ଅନ୍ଯ ସଦସ୍ଯ ଥିଲେ। ଅମ୍ବାଲାଲ ଏଲଆଇସିରେ ଏଲଡିସି ଭାବେ କାର୍ଯ୍ୟ କରୁଥିଲେ । ସିଂହଦ୍ୱାର ଥାନା ପୁଲିସ ଡାକ୍ତରଖାନାରୁ ଶବ ଜବତ କରିଛି।

ଆହୁରି ପଢ଼ନ୍ତୁ: ଏଣିକି ଯୋଜନା ବୋର୍ଡ ବଦଳରେ ହେବ SITI ଓଡ଼ିଶା, ସରକାରଙ୍କ ଥିଙ୍କ ଟ୍ୟାଙ୍କ ଭାବରେ କାର୍ଯ୍ୟ କରିବ

ଏହାସହିତ ଅନ୍ୟ ଦୁଇ ଜଣ ଶ୍ରଦ୍ଧାଳୁ ମଧ୍ୟ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୁରୀରେ ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି।

ଆହୁରି ପଢ଼ନ୍ତୁ: ପୀଡିତା ସମସ୍ତ ପ୍ରମାଣ ଦେଇସାରିଥିଲେ ମଧ୍ୟ ଖଣ୍ଡପଡ଼ା ଏସ୍‌ଡିପିଓ ଗିରଫ ହେଉନାହାନ୍ତି କାହିଁକି: ବିଜେଡି

04 Jun 2023 By The Sakala

ସ୍ନାନମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନବେଳେ ଅସୁସ୍ଥ ହୋଇପଡିଲେ ଭକ୍ତ, ଡାକ୍ତରଖାନାରେ ମୃତ୍ୟୁ

ପୁରୀ: ଶ୍ରୀମନ୍ଦିରରେ ଅଘଟଣ । ସ୍ନାନବେଦୀରେ ମହାପ୍ରଭୁଙ୍କ ଦର୍ଶନ କରି ଫେରିବାବେଳେ ଅଣନିଶ୍ୱାସୀ ହୋଇ ଟଳିପଡିଲେ ଜଣେ ଶ୍ରଦ୍ଧାଳୁ । ମୃତକ ଜଣକ ହେଲେ ରାଜସ୍ଥାନର ଅମ୍ବାଲାଲ ଭୋଇ( ୪୮) । ପରିବାର ସହ ଦର୍ଶନ କରିବାକୁ ଆସିଥିବା ବେଳେ ସ୍ନାନମଣ୍ଡପ ନିକଟରେ ସେ ଅସୁସ୍ଥ ଅନୁଭବ କରିଥିଲେ । ପରେ ପୁଲିସ ଅମ୍ବାଲାଲଙ୍କୁ ଉଦ୍ଧାର କରି ମେଡିକାଲ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅମ୍ବାଲାଲଙ୍କ ସହ ତାଙ୍କ ପତ୍ନୀ ଓ ପରିବାରର ଅନ୍ଯ ସଦସ୍ଯ ଥିଲେ। ଅମ୍ବାଲାଲ ଏଲଆଇସିରେ ଏଲଡିସି ଭାବେ କାର୍ଯ୍ୟ କରୁଥିଲେ । ସିଂହଦ୍ୱାର ଥାନା ପୁଲିସ ଡାକ୍ତରଖାନାରୁ ଶବ ଜବତ କରିଛି।

ଏହାସହିତ ଅନ୍ୟ ଦୁଇ ଜଣ ଶ୍ରଦ୍ଧାଳୁ ମଧ୍ୟ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୁରୀରେ ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର