ରାଜଧାନୀ ଉପକଣ୍ଠସ୍ଥ ଧଉଳିରେ ଡେଲିଭରି ବୟକୁ ଅପହରଣ

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ନିକଟସ୍ଥ ଧଉଳି ଅଂଚଳରେ ଘଟିଛି ଏକ ଚାଂଚଲ୍ୟକର ଘଟଣା । ବିଳମ୍ବିତ ରାତିରେ ଜଣେ ଡେଲିଭରି ବୟକୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି । ଡେଲିଭରି ବୟଙ୍କ ନାମ ପତିତପାବନ ପୃଷ୍ଟି ବୋଲି ଜଣାପଡିଛି । ଅପହରଣ ନେଇ ପରିବାର ଲୋକଙ୍କୁ ଭଏସ ମେସେଜରେ ସୂଚନା ଦେଇଥିଲେ ପତିତପାବନ । ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଲିଙ୍ଗିପୁର ପାଖ ଦୟାନଦୀ ରାସ୍ତା ନିକଟରୁ ଡେଲିଭରି ବୟଙ୍କ ଚପଲ, […]

ଭୁବନେଶ୍ୱର: ଭୁବନେଶ୍ୱର ନିକଟସ୍ଥ ଧଉଳି ଅଂଚଳରେ ଘଟିଛି ଏକ ଚାଂଚଲ୍ୟକର ଘଟଣା । ବିଳମ୍ବିତ ରାତିରେ ଜଣେ ଡେଲିଭରି ବୟକୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି । ଡେଲିଭରି ବୟଙ୍କ ନାମ ପତିତପାବନ ପୃଷ୍ଟି ବୋଲି ଜଣାପଡିଛି । ଅପହରଣ ନେଇ ପରିବାର ଲୋକଙ୍କୁ ଭଏସ ମେସେଜରେ ସୂଚନା ଦେଇଥିଲେ ପତିତପାବନ । ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଲିଙ୍ଗିପୁର ପାଖ ଦୟାନଦୀ ରାସ୍ତା ନିକଟରୁ ଡେଲିଭରି ବୟଙ୍କ ଚପଲ, ବ୍ୟାଗ୍‌, ଗଞ୍ଜି ଓ ଏକ ଛୁରି ମିଳିଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ତେବେ କେଉଁ ପରିସ୍ଥିତିରେ ଓ କିଭଳି ଭାବେ ତାଙ୍କୁ ଅପହରଣ କରାଯାଇଛି, ସେ ନେଇ କିଛି ସ୍ପଷ୍ଟ ହୋଇନି । ଅପହରଣର କାରଣ ଅସ୍ପଷ୍ଟ ରହିଥିବା ଧଉଳି ଥାନା ପୋଲିସ ଘଟଣାର ତଦନ୍ତ କରୁଛି । ପତିତପାବନଙ୍କ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ, ସ୍ୱାମୀଙ୍କୁ କିଛି ନିଶାସକ୍ତ ଯୁବକ ଅପହରଣ କରି ନେଇଛନ୍ତି । ପତିତପାବନଙ୍କ ମୋବାଇଲ୍ ମଧ୍ୟ ସ୍ୱିଚ୍ ଅଫ୍ ରହିଛି ।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର