ରାଜ୍ୟର ୯୫ ପ୍ରତିଶତ ଲୋକେ ବିଭିନ୍ନ ସରକାରୀ ସ୍କିମ୍‌ ସୁବିଧା ଜାଣି ନାହାନ୍ତି: ରାଜ୍ୟପାଳ

The Sakala Picture
Published On

ଭୁବନେଶ୍ୱର: ସାମାଜିକ ସୁରକ୍ଷା ସଚେତନତା ଅଭାବ ନେଇ ରାଜ୍ୟପାଳ ହରିବାବୁ କମ୍ଭମ୍‌ପତି ଉଦ୍‌ବେଗ ପ୍ରକାଶ କରିଛନ୍ତି। ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ରାଜ୍ୟର ୫ ପ୍ରତିଶ୍ରତ ଲୋକ ବିଭିନ୍ନ ସାମାଜିକ ଯୋଜନା ଜାଣିଥିବାବେଳେ ବାକି ୯୫ ପ୍ରତିଶତ ଲୋକ ଏସବୁ ସରକାରୀ ଯୋଜନା ସମ୍ପର୍କରେ ଜାଣିନାହାନ୍ତି। ଜିଲାସ୍ତରୀୟ ବୈଠକରେ ଅନୁଧ୍ୟାନ କରି ବି ମୁଁ ଦେଖିଛି ଅଫିସର ଏହା ଜାଣିନାହାନ୍ତି। ଏପରିକି ଏଲିଟ ବର୍ଗର ଲୋକେ ବି ଜାଣି […]

ଭୁବନେଶ୍ୱର: ସାମାଜିକ ସୁରକ୍ଷା ସଚେତନତା ଅଭାବ ନେଇ ରାଜ୍ୟପାଳ ହରିବାବୁ କମ୍ଭମ୍‌ପତି ଉଦ୍‌ବେଗ ପ୍ରକାଶ କରିଛନ୍ତି। ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ରାଜ୍ୟର ୫ ପ୍ରତିଶ୍ରତ ଲୋକ ବିଭିନ୍ନ ସାମାଜିକ ଯୋଜନା ଜାଣିଥିବାବେଳେ ବାକି ୯୫ ପ୍ରତିଶତ ଲୋକ ଏସବୁ ସରକାରୀ ଯୋଜନା ସମ୍ପର୍କରେ ଜାଣିନାହାନ୍ତି। ଜିଲାସ୍ତରୀୟ ବୈଠକରେ ଅନୁଧ୍ୟାନ କରି ବି ମୁଁ ଦେଖିଛି ଅଫିସର ଏହା ଜାଣିନାହାନ୍ତି। ଏପରିକି ଏଲିଟ ବର୍ଗର ଲୋକେ ବି ଜାଣି ନାହାନ୍ତି ବୋଲି ରାଜ୍ୟପାଳ କ୍ଷୋଭ ପ୍ରକାଶ କରି କହିଛନ୍ତି।

ଆହୁରି ପଢ଼ନ୍ତୁ: ଜଙ୍ଗଲରୁ ନିଖୋଜ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ବୀମା ଯୋଜନାର ଉଦାହରଣ ଦେଇ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଓ ଅଟଳ ପେନସନ ଯୋଜନାରେ କେବଳ ଘରର ମୁଖିଆ ନୁହେଁ, ପରିବାରର ସବୁ ସଦସ୍ୟ ସାମିଲ ହୁଅନ୍ତୁ ବର୍ଷକୁ ୨୦ ଟଙ୍କା, ୪୩୬ ଟଙ୍କା ପ୍ରିମିୟମ୍‌ କିଏ ଦେଇ ନ ପାରିବ ବୋଲି କହିଛନ୍ତି ରାଜ୍ୟପାଳ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେବାର ଆଶଙ୍କା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର