ପଞ୍ଚମ ଦିନ ନାମାଙ୍କନରେ ୯ ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ

The Sakala Picture
Published On

କେନ୍ଦ୍ରାପଡ଼ା : ପୌରପାଳିକା ନିର୍ବାଚନ ପାଇଁ ଆଜି ନାମାଙ୍କନର ପଞ୍ଚମ ଦିନ ରହିଥିଲା । ଚତୁର୍ଥ ଦିନ ପର୍ଯ୍ୟନ୍ତ ମାତ୍ର ଜଣେ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାବେଳେ ଏହି ପଞ୍ଚମ ଦିବସରେ ୮ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସମୁଦାୟ ଆଜି ପର୍ଯ୍ୟନ୍ତ ୯ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ପୈାରାଞ୍ଚଳର ୧ନମ୍ବର ୱାର୍ଡରୁ କଂଗ୍ରେସର ପଦ୍ମିନୀ ବେହେରା, ୩ନମ୍ବର ୱାର୍ଡରୁ ତୁଳସୀ ହେମ୍ବ୍ରମ, ୪ନମ୍ବର ୱାର୍ଡରୁ ସଶ୍ମିତା ପଣ୍ଡା, ୫ନମ୍ବର ୱାର୍ଡରୁ […]

କେନ୍ଦ୍ରାପଡ଼ା : ପୌରପାଳିକା ନିର୍ବାଚନ ପାଇଁ ଆଜି ନାମାଙ୍କନର ପଞ୍ଚମ ଦିନ ରହିଥିଲା । ଚତୁର୍ଥ ଦିନ ପର୍ଯ୍ୟନ୍ତ ମାତ୍ର ଜଣେ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାବେଳେ ଏହି ପଞ୍ଚମ ଦିବସରେ ୮ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସମୁଦାୟ ଆଜି ପର୍ଯ୍ୟନ୍ତ ୯ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ପୈାରାଞ୍ଚଳର ୧ନମ୍ବର ୱାର୍ଡରୁ କଂଗ୍ରେସର ପଦ୍ମିନୀ ବେହେରା, ୩ନମ୍ବର ୱାର୍ଡରୁ ତୁଳସୀ ହେମ୍ବ୍ରମ, ୪ନମ୍ବର ୱାର୍ଡରୁ ସଶ୍ମିତା ପଣ୍ଡା, ୫ନମ୍ବର ୱାର୍ଡରୁ ବୈଷ୍ଣବ ପଣ୍ଡା, ୭ନମ୍ବର ୱାର୍ଡରୁ ଜୟନ୍ତୀ ପାଣି ଓ ୧୬ନମ୍ବର ୱାର୍ଡରୁ ଫର୍ଜାନା ଖାତୁନ ପ୍ରମୁଖ ୬ଜଣ କାଉନସିଲର ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ସେହିଭଳି ୨୦ନମ୍ବର ୱାର୍ଡରୁ ବିଜେଡିର ଶରତ ଚନ୍ଦ୍ର ବେହୁରା, ୧୩ନମ୍ବର ୱାର୍ଡରୁ ବିଏସପିର ଅପୂର୍ବରଞ୍ଜନ ସେଠୀ, ୭ନମ୍ବର ୱାର୍ଡରୁ ବିଜେପିର ସୁଚିସ୍ମିତା ବସନ୍ତିଆ ଓ ୧୩ନମ୍ବର ୱାର୍ଡରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ମୀର ଅବଦୁଲ ସଲିମ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶ୍ରୀମତୀ ପାଣି ହେଉଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କାଉନସିଲର ସୌମେନ୍ଦ୍ର ପୃଷ୍ଟିଙ୍କ ଧର୍ମପତ୍ନୀ । ସେହିଭଳି ବୈଷ୍ଣବଙ୍କ ପତ୍ନୀ ଜଣେ ପୂର୍ବତନ କାଉନସିଲର ଥିଲେ । ଫର୍ଜାନାଙ୍କ ସ୍ୱାମୀ ହିବଜୁର ରହେମାନ ଜଣେ ପୂର୍ବତନ କାଉନସିଲର । ଶରତ ଜଣେ ପୂର୍ବତନ କାନସିଲର ହୋଇଥିବା ବେଳେ ଅପୂର୍ବ ପେଷାରେ ଜଣେ ଆଇନଜୀବୀ ଅଟନ୍ତି ।

ଆହୁରି ପଢ଼ନ୍ତୁ: ପୁଣି ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ଅଦାଲତ କାର୍ଯ୍ୟ ବାଧାପ୍ରାପ୍ତ

06 Mar 2022 By The Sakala

ପଞ୍ଚମ ଦିନ ନାମାଙ୍କନରେ ୯ ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ

କେନ୍ଦ୍ରାପଡ଼ା : ପୌରପାଳିକା ନିର୍ବାଚନ ପାଇଁ ଆଜି ନାମାଙ୍କନର ପଞ୍ଚମ ଦିନ ରହିଥିଲା । ଚତୁର୍ଥ ଦିନ ପର୍ଯ୍ୟନ୍ତ ମାତ୍ର ଜଣେ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାବେଳେ ଏହି ପଞ୍ଚମ ଦିବସରେ ୮ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସମୁଦାୟ ଆଜି ପର୍ଯ୍ୟନ୍ତ ୯ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ପୈାରାଞ୍ଚଳର ୧ନମ୍ବର ୱାର୍ଡରୁ କଂଗ୍ରେସର ପଦ୍ମିନୀ ବେହେରା, ୩ନମ୍ବର ୱାର୍ଡରୁ ତୁଳସୀ ହେମ୍ବ୍ରମ, ୪ନମ୍ବର ୱାର୍ଡରୁ ସଶ୍ମିତା ପଣ୍ଡା, ୫ନମ୍ବର ୱାର୍ଡରୁ ବୈଷ୍ଣବ ପଣ୍ଡା, ୭ନମ୍ବର ୱାର୍ଡରୁ ଜୟନ୍ତୀ ପାଣି ଓ ୧୬ନମ୍ବର ୱାର୍ଡରୁ ଫର୍ଜାନା ଖାତୁନ ପ୍ରମୁଖ ୬ଜଣ କାଉନସିଲର ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ସେହିଭଳି ୨୦ନମ୍ବର ୱାର୍ଡରୁ ବିଜେଡିର ଶରତ ଚନ୍ଦ୍ର ବେହୁରା, ୧୩ନମ୍ବର ୱାର୍ଡରୁ ବିଏସପିର ଅପୂର୍ବରଞ୍ଜନ ସେଠୀ, ୭ନମ୍ବର ୱାର୍ଡରୁ ବିଜେପିର ସୁଚିସ୍ମିତା ବସନ୍ତିଆ ଓ ୧୩ନମ୍ବର ୱାର୍ଡରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ମୀର ଅବଦୁଲ ସଲିମ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶ୍ରୀମତୀ ପାଣି ହେଉଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କାଉନସିଲର ସୌମେନ୍ଦ୍ର ପୃଷ୍ଟିଙ୍କ ଧର୍ମପତ୍ନୀ । ସେହିଭଳି ବୈଷ୍ଣବଙ୍କ ପତ୍ନୀ ଜଣେ ପୂର୍ବତନ କାଉନସିଲର ଥିଲେ । ଫର୍ଜାନାଙ୍କ ସ୍ୱାମୀ ହିବଜୁର ରହେମାନ ଜଣେ ପୂର୍ବତନ କାଉନସିଲର । ଶରତ ଜଣେ ପୂର୍ବତନ କାନସିଲର ହୋଇଥିବା ବେଳେ ଅପୂର୍ବ ପେଷାରେ ଜଣେ ଆଇନଜୀବୀ ଅଟନ୍ତି ।

https://www.thesakala.in/latest-odisha-news/9-candidates-filed-nominations-on-the-fifth-day/article-9747
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର