୨୦୨୬ରୁ ଅଷ୍ଟମ ବେତନ ଆୟୋଗଙ୍କ ସୁପାରିସ ଲାଗୁ, ପୁରୁଣା ପେନ୍‌ସନ୍‌ ସ୍କିମ୍‌ କାର୍ଯ୍ୟକାରୀ କରିବାକୁ କର୍ମଚାରୀଙ୍କ ଦାବି

The Sakala Picture
Published On

ନୂଆଦିଲ୍ଲୀ: ୨୦୨୬ ଜାନୁଆରୀ ପହିଲାରୁ ଦେଶରେ ଲାଗୁ ହେବ ୮ମ ବେତନ ଆୟୋଗଙ୍କ ସୁପାରିସ। କେନ୍ଦ୍ର ସରକାର ୨୦୨୫ ଜାନୁଆରୀ ୧୬ରେ ବେତନ ଆୟୋଗ ଗଠନକୁ ମଞ୍ଜୁରୀ ଦେଇଥିଲେ। ଆୟୋଗ ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଦରମା ଏବଂ ଅନ୍ୟାନ୍ୟ ସୁବିଧାଗୁଡିକର ସମୀକ୍ଷା କରିବେ। ୮ମ ବେତନ ଆୟୋଗଙ୍କ ସୁପାରିସ କାର୍ଯ୍ୟକାରୀ ହେଲେ ପ୍ରତିରକ୍ଷା କର୍ମଚାରୀଙ୍କ ସମେତ ଦେଶର୫୦ ଲକ୍ଷରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ପ୍ରାୟ ୬୫ ଲକ୍ଷ ପେନସନଭୋଗୀ ଦରମା, […]

ନୂଆଦିଲ୍ଲୀ: ୨୦୨୬ ଜାନୁଆରୀ ପହିଲାରୁ ଦେଶରେ ଲାଗୁ ହେବ ୮ମ ବେତନ ଆୟୋଗଙ୍କ ସୁପାରିସ। କେନ୍ଦ୍ର ସରକାର ୨୦୨୫ ଜାନୁଆରୀ ୧୬ରେ ବେତନ ଆୟୋଗ ଗଠନକୁ ମଞ୍ଜୁରୀ ଦେଇଥିଲେ। ଆୟୋଗ ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଦରମା ଏବଂ ଅନ୍ୟାନ୍ୟ ସୁବିଧାଗୁଡିକର ସମୀକ୍ଷା କରିବେ।

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର ! ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହେଲା ମନ୍ଦିରର ଚୂଡା

୮ମ ବେତନ ଆୟୋଗଙ୍କ ସୁପାରିସ କାର୍ଯ୍ୟକାରୀ ହେଲେ ପ୍ରତିରକ୍ଷା କର୍ମଚାରୀଙ୍କ ସମେତ ଦେଶର୫୦ ଲକ୍ଷରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ପ୍ରାୟ ୬୫ ଲକ୍ଷ ପେନସନଭୋଗୀ ଦରମା, ପେନସନ ଏବଂ ଭତ୍ତା ସଂଶୋଧନରୁ ଉପକୃତ ହେବେ। ଆଶା କରାଯାଉଛି ଯେ ୮ମ ବେତନ ଆୟୋଗଙ୍କ ସୁପାରିସ ଲାଗୁ ହେବା ପରେ ଲେବଲ-୧ କେନ୍ଦ୍ରୀୟ କର୍ମଚାରୀଙ୍କ ମୂଳ ଦରମା ୧୮,୦୦୦ ଟଙ୍କାରୁ ୫୧,୦୦୦ ଟଙ୍କାକୁ ବୃଦ୍ଧି ପାଇପାରେ। ଆୟୋଗ ୨.୮୬ ପର୍ଯ୍ୟନ୍ତ ଫିଟମେଣ୍ଟ ଫ୍ୟାକ୍ଟର ଲାଗୁ କରିପାରିବେ। ଏହା ଦରମା ବୃଦ୍ଧିର କାରଣ। ସେହିପରି, ଅନ୍ୟ ସ୍ତରର କର୍ମଚାରୀଙ୍କ ଦରମା ମଧ୍ୟ ଫିଟମେଣ୍ଟ ଫ୍ୟାକ୍ଟର ଆଧାରରେ ବୃଦ୍ଧି ପାଇବ। କର୍ମଚାରୀଙ୍କ ସ୍ତର ମିଶ୍ରଣ କରିବାକୁ ସରକାରଙ୍କୁ ପରାମର୍ଶ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

ହେଲେ ୮ମ ବେତନ ଆୟୋଗଙ୍କ ସୁପାରିସକୁ ନେଇ ସରକାରୀ କର୍ମଚାରୀମାନେ ସେତେଟା ଖୁସିନାହାନ୍ତି। ସେମାନେ ପୁରୁଣା ପେନ୍‌ସନ୍‌ ସ୍କିମ୍‌ (ଓପିଏସ୍‌) କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି। ଏଥିରେ କର୍ମଚାରୀଙ୍କ ପାଇଁ ପୁରୁଣା ପେନ୍‌ସନ୍‌ ଯୋଜନା ପୁନଃସଂସ୍ଥାପିତ କରିବା ଏବଂ ସ୍ୱାସ୍ଥ୍ୟ-ଶିକ୍ଷା ସମ୍ବନ୍ଧୀୟ ସୁବିଧା ବୃଦ୍ଧି କରିବା ଭଳି ଦାବି ଅନ୍ତର୍ଭୁକ୍ତ। କର୍ମଚାରୀଙ୍କ ପ୍ରତିନିଧିମାନେ ୨୦୦୪ ପରେ ଚାକିରି ଆରମ୍ଭ କରିଥିବା ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନ୍‌ସନ୍‌ ଯୋଜନା ପୁନଃ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି। ଦୀର୍ଘ ସମୟ ଧରି କର୍ମଚାରୀଙ୍କ ପାଇଁ ଏହା ଏକ ପ୍ରମୁଖ ଚିନ୍ତାର ବିଷୟ ରହିଆସିଛି। ଏହାବ୍ୟତୀତ, କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ କ୍ୟାସ୍‌ଲେସ୍‌ ବା ନଗଦବିହୀନ ଚିକିତ୍ସା ସୁବିଧା କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ଏକ ପ୍ରସ୍ତାବ ଦିଆଯାଇଛି, ଯାହା କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ପାଇବା ଆହୁରି ସହଜ କରିବ ଏବଂ ପ୍ରଶାସନିକ ସମସ୍ୟା ହ୍ରାସ କରିବ। ପ୍ରତିନିଧିମାନେ କର୍ମଚାରୀଙ୍କ ପିଲାମାନଙ୍କ ଶିକ୍ଷା ପାଇଁ ଶିଶୁ ଶିକ୍ଷା ଭତ୍ତା ମଧ୍ୟ ଦାବି କରିଛନ୍ତି। ଉଚ୍ଚଶିକ୍ଷାର ବର୍ଦ୍ଧିତ ମୂଲ୍ୟକୁ ଦୃଷ୍ଟିରେ ରଖି କର୍ମଚାରୀମାନେ ଏହାଦ୍ବାରା ଆର୍ଥିକ ଆଶ୍ୱସ୍ତି ପାଇପାରିବେ ବୋଲି ଏକ ପ୍ରସ୍ତାବ ଦେଇଛନ୍ତି।
.

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର