ଆଜି ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ, ଦିଲ୍ଲୀଠୁ ପଲ୍ଲୀ ସବୁଠି ଚଳଚଞ୍ଚଳ

Madhusudan Das Picture
Published On

ଭୁବନେଶ୍ବର: ଦେଶ ପାଳୁଛି ୭୭ ତମ ସାଧାରଣତନ୍ତ୍ର ଦିବସ ।  ତ୍ରିରଙ୍ଗା ରଙ୍ଗରେ ରଂଗୀନ ସାରା ଦେଶ ।  ଆଜି ଦୁନିଆ ଦେଖିବ ଭାରତର ଶକ୍ତି ।  କର୍ତ୍ତବ୍ୟ ପଥରେ ହେବ ଦମଦାର ଶକ୍ତିପ୍ରଦର୍ଶନ। ଝଲସୁଛି ଦିଲ୍ଲୀ କର୍ତ୍ତବ୍ୟ ପଥ ।  ବହୁ ଆଡ଼ମ୍ବରରେ ପାଳିତ ହେବ ସାଧାରଣତନ୍ତ୍ର ଦିବସ ।  ସାମରିକ ଶକ୍ତି ପ୍ରଦର୍ଶନ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବାୟୁସେନାର ଅଭୂତପୂର୍ବ ‘ଫ୍ଲାଇପାଷ୍ଟ୍’ ଦେଶର ଗର୍ବ, ପ୍ରଗତି ଓ ଏକତାର ପ୍ରତୀକ ସାଜିବ ।

ଆହୁରି ପଢ଼ନ୍ତୁ: ନିଜେ ଚାଲିଗଲେ, ହେଲେ ବଞ୍ଚାଇଦେଲେ ୧୮ ଜୀବନ: ହୃଦଘାତ ସତ୍ତ୍ୱେ ବସ୍ ଅଟକାଇ ମହାନତା ଦେଖାଇଲେ ଡ୍ରାଇଭର

ଚଳିତ ବର୍ଷ ଭାରତ-ୟୁରୋପୀୟ ସଂଘ ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ୟୁରୋପୀୟ କମିଶନର ସଭାପତି ଉର୍ସୁଲା ଭନ୍ ଡେର୍ ଲେୟେନ୍ ଏବଂ ୟୁରୋପୀୟ ପରିଷଦର ସଭାପତି ଆଣ୍ଟୋନିଓ କୋଷ୍ଟାଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି । ସକାଳ ୭ଟାରୁ ଦର୍ଶକ ଏବଂ ଅତିଥିମାନଙ୍କ ପାଇଁ ଗେଟ୍ ଖୋଲିବ ।  କଡ଼ା ସୁରକ୍ଷା ଯାଞ୍ଚ ପରେ ଲୋକଙ୍କୁ କର୍ତ୍ତବ୍ୟ ପଥରେ ନିଜ ନିଜ ଆସନକୁ ଯିବାକୁ ଅନୁମତି ମିଳିବ ।

ଆହୁରି ପଢ଼ନ୍ତୁ: ଜାଣନ୍ତୁ ବିମାନ ଇତିହାସର ସେହି ୧୩ଟି ଭୟଙ୍କର ଦୁର୍ଘଟଣା, ଯାହା ପରେ ସବୁଦିନ ପାଇଁ ବଦଳିଗଲା ବିମାନ ଯାତ୍ରା ଉଡ଼ାଣର ନିୟମ

ସକାଳ ୧୦ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ପରେଡ ।  ସେନା ବାହିନୀର ବିଭିନ୍ନ ବ୍ରିଗେଡ୍, ଯୁଦ୍ଧ ଟ୍ୟାଙ୍କ ଏବଂ ଓଟ ବାହିନୀ ଦ୍ୱାରା ମାର୍ଚ୍ଚ-ପାଷ୍ଟ୍ ।  ସାଂସ୍କୃତିକ ଝଲକରେ ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ମନ୍ତ୍ରଣାଳୟ ପକ୍ଷରୁ ସୁନ୍ଦର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେବ ।  ଏଥର ମୁଖ୍ୟ ଥିମ୍ ରହିଛି “ବନ୍ଦେ ମାତରମ୍ ର ୧୫୦ ବର୍ଷ” ଏବଂ “ଜନ ଭାଗିଦାରୀ”।  ବାୟୁସେନାର ଯୁଦ୍ଧ ବିମାନ ଓ ହେଲିକପ୍ଟର ଦ୍ୱାରା ଆକାଶରେ ଆକର୍ଷଣୀୟ ‘ଫ୍ଲାଇପାଷ୍ଟ୍’ ପ୍ରଦର୍ଶନ ହେବ ।  ଚିତ୍ତାକର୍ଷକ ହେବ ମୋଟରସାଇକେଲରେ ଯବାନମାନଙ୍କ ଦ୍ୱାରା ବିପଜ୍ଜନକ ଷ୍ଟଣ୍ଟ ପ୍ରଦର୍ଶନ ।

ଆହୁରି ପଢ଼ନ୍ତୁ: ବଢ଼ିଲା ଅଙ୍ଗନବାଡି ଶିଶୁଙ୍କ ପୋଷାକର ସରକାରୀ ମୂଲ୍ୟ, କେତେ ଟଙ୍କା ବଢ଼ିଲା ଜାଣନ୍ତୁ...

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp