ବଢ଼଼ିବ ଭୁବନେଶ୍ୱର ମହାନଗର ନିଗମ ପରିସୀମା, ବିଏମ୍‌‌ସିରେ ମିଶିବ ଉପକଣ୍ଠବର୍ତ୍ତୀ ୭୧ ଗାଁ

Madhusudan Das Picture
Published On

ଭୁବନେଶ୍ୱର: ବିଏମ୍‌‌ସିର ବଢ଼଼ିବ ପରିସୀମା। ରାଜଧାନୀ ଉପକଣ୍ଠରେ ଥିବା ୭୧ଟି ଗାଁ ଭୁବନେଶ୍ୱର ମହାନଗର ନିଗମରେ ମିଶିବେ। ଏନେଇ ବିଏମ୍‌‌ସି ପକ୍ଷରୁ ପକ୍ରିୟା ଆରମ୍ଭ ହୋଇଛି। ୩ ବ୍ଲକର ବିଡ଼ିଓ ପ୍ରାଥମିକ ଭାବେ ଗ୍ରାମସଭା ରିପୋର୍ଟ ଦାଖଲ କରିଛନ୍ତି। ଏହାକୁ ସରକାର ଅନୁମତି ଦେବା ପରେ ଏହା ପୁରା ବିଏମ୍‌‌ସି ମିଶିଯିବ ବୋଲି ଜଣାପଡ଼ିଛି। ଏହା ହେଲେ ବିଏମ୍‌‌ସି ଅଧୀନକୁ ୧୪ଟି ପଞ୍ଚାୟତ ଆସିବ। ସେଥିରେ ଭୁବନେଶ୍ୱରୀ ବ୍ଲକ ଅଧିନରେ ଥିବା ୧୨ଟି ପଞ୍ଚାୟତ ରହିଛି। ଏହା ମଧ୍ୟରେ ତମାଣ୍ଡୋ, ଧଉଳି, ଲିଙ୍ଗିପୁର, ଇଟିପୁର, ରଘୁନାଥପୁର, ଦାରୁଠେଙ୍ଗ, ଅନ୍ଧାରୁଆ, ଦାସପୁର, ଗୋଠପାଟଣା ଭଳି ଅଞ୍ଚଳ ରହିଛି। ବାଲିଅନ୍ତା ବ୍ଲକର ଅଣ୍ଡିଲୋ ଏବଂ ଜଟଣୀର ଗୋଟିଏ ପଞ୍ଚାୟତ ବିଏମ୍‌‌ସି ଅଧୀନକୁ ଆସିବ। 

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ବିଏମ୍‌‌ସିରେ ବର୍ତ୍ତମାନ ୬ଟି ୱାର୍ଡ ରହିଛି। ୩ଟି ଜୋନ ତଥା ଦକ୍ଷିଣ-ପୂର୍ବ, ଦକ୍ଷିଣ- ପଶ୍ଚିମ ଓ ଉତ୍ତର ଜୋନ୍‌‌ରେ ପ୍ରାୟ ୧୫ଲକ୍ଷରୁ ଅଧିକ ଲୋକ ରହୁଛନ୍ତି। ଦକ୍ଷିଣ-ର୍ବୂ ଜୋନ୍‌‌ରେ ୨୫ଟି ୱାର୍ଡ ରହିଛି। ଏଥିରେ ୧୨ଟି ଏକାମ୍ର ଏବଂ ୧୩ଟି ମଧ୍ୟ ନିର୍ବାଚନ ମଣ୍ଡଳୀର ୱାର୍ଡ ରହିଛି। ଏହିଭଳି ଉତ୍ତର ଜୋନ୍‌‌କୁ ଦୁଇ ଭାଗ କରିବ ଜୟଦେବ ବିହାର ନନ୍ଦନକାନନ ରାସ୍ତା। ଜିଏ ବିଭାଗକୁ ଜୋନ୍‌‌ ଅଫିସ୍‌‌ ପାଇଁ ଜାଗା ଦେବାକୁ ଚିଠି ଲେଖାଯାଇଛି। ବିଏମ୍‌‌ସି ଅଧୀନକୁ ଏହି ସବୁ ଗ୍ରାମ ଆସିବା ପରେ ଜୋନ୍‌‌ର ନାମ କରଣ କରାଯିବ। ଗୋଟିଏ ଗୋଟିଏ ଅଫିସ ଉପରେ ୨୪ରୁ ଅଧିକ ୱାର୍ଡ ରହୁଥିବାରୁ ଚାପ ପଡୁଥିଲା। ତେଣୁ ଏହାକୁ ଅଲଗା କରିବାକୁ ବିଏମ୍‌‌ସି ନିଷ୍ପତ୍ତି ନେଇଛି। ଆହୁରି ମଧ୍ୟ ବିଏମ୍‌‌ସି ତାରି କର୍ମଚାରୀ ସଂଖ୍ୟା ବୃଦ୍ଧି କରି କିଭଳି ସ୍ୱାଭାବିକ କରାଯିବ ତାହା ଉପରେ ଫୋକସ ଦେବ।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର