ମ୍ୟୁଚୁଆଲ୍‌‌ ଫଣ୍ଡ୍‌‌ରେ ନିବେଶ ଆଳରେ ବରିଷ୍ଠ ନାଗରିକଙ୍କଠୁ ୭୦ଲକ୍ଷ ଟଙ୍କା ଠକିନେଲେ ଦୁର୍ବୃତ୍ତ

The Sakala Picture
Published On

ଭୁବନେଶ୍ୱର: ମ୍ୟୁଚୁଆଲ ଫଣ୍ଡରେ ଟଙ୍କା ନିବେଶ କରିବା ମହଙ୍ଗା ପଡ଼ିଛି। ଜଣେ ବରିଷ୍ଠ ନାଗରିକଙ୍କ ଆକାଉଣ୍ଟରୁ ୭୦ଲକ୍ଷ ଟଙ୍କା ଠକି ନେଇଛନ୍ତି ଦୁର୍ବୃତ୍ତ। ଏନେଇ ସମ୍ପୃକ୍ତ ବରିଷ୍ଠ ନାଗରିକ ସାଇବର୍‌‌ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁକରି ତଦନ୍ତ କରୁଛି। ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ବରିଷ୍ଠ ନାଗରିକ ମ୍ୟୁଚୁଆଲ ଫଣ୍ଡରେ ଟଙ୍କା ନିବେଶ ଲାଗି ସାମାଜିକ ଗଣମାଧ୍ୟମରେ ଏକ ସାଇଟ୍‌‌ ଦେଖିଥିଲେ। ଉକ୍ତ ସାଇଟ୍‌‌ରେ ଟଙ୍କା ନିବେଶ କଲେ ଭଲ ସୁଧରାଶି ମିଳିବ ବୋଲି […]

ଭୁବନେଶ୍ୱର: ମ୍ୟୁଚୁଆଲ ଫଣ୍ଡରେ ଟଙ୍କା ନିବେଶ କରିବା ମହଙ୍ଗା ପଡ଼ିଛି। ଜଣେ ବରିଷ୍ଠ ନାଗରିକଙ୍କ ଆକାଉଣ୍ଟରୁ ୭୦ଲକ୍ଷ ଟଙ୍କା ଠକି ନେଇଛନ୍ତି ଦୁର୍ବୃତ୍ତ। ଏନେଇ ସମ୍ପୃକ୍ତ ବରିଷ୍ଠ ନାଗରିକ ସାଇବର୍‌‌ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁକରି ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ବରିଷ୍ଠ ନାଗରିକ ମ୍ୟୁଚୁଆଲ ଫଣ୍ଡରେ ଟଙ୍କା ନିବେଶ ଲାଗି ସାମାଜିକ ଗଣମାଧ୍ୟମରେ ଏକ ସାଇଟ୍‌‌ ଦେଖିଥିଲେ। ଉକ୍ତ ସାଇଟ୍‌‌ରେ ଟଙ୍କା ନିବେଶ କଲେ ଭଲ ସୁଧରାଶି ମିଳିବ ବୋଲି ସମ୍ପୃକ୍ତ ସଂସ୍ଥା ପକ୍ଷରୁ କୁହାଯାଇଥିଲା। ପରେ ସମ୍ପୃକ୍ତ ବରିଷ୍ଠ ନାଗରିକ ମ୍ୟୁଚୁଆଲ ଫଣ୍ଡରେ ୨୭ହଜାର ଟଙ୍କା ନିବେଶ କରିଥିଲେ। କିଛି ଦିନ ଭିତରେ ମୂଳଧନ ସହ ସୁଧ ଅଧିକ ମିଳିବାର ପ୍ରଲୋଭନରେ ବରିଷ୍ଠ ନାଗରିକ ଫସି ଯାଇଥିଲେ। ସେଇ ମ୍ୟୁଚୁଆଲ ଫଣ୍ଡରେ ୨୭ହଜାର ଟଙ୍କା ନିବେଶ କରି ଦେଇଥିଲେ। କିନ୍ତୁ ଟଙ୍କା ନିବେଶର ଦୁଇ ଦିନ ଭିତରେ ତାଙ୍କ ଆକାଉଣ୍ଟରେ ଥିବା ୭୦ ଲକ୍ଷ ଟଙ୍କା କଟି ଯାଇଥିବା ସେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର