ମୁନିଗୁଡା ପୋଲିସ ଦ୍ୱାରା ୭ କୁଇଣ୍ଟାଲ ୮୦ କେଜି ଗଞ୍ଜେଇ ଜବତ, ୬ ଗିରଫ

The Sakala Picture
Published On

ମୁନିଗୁଡା: ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ପୁଣି ମୁନିଗୁଡା ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା l ଘଟଣାରୁ ପ୍ରକାଶ ଯେ, ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସ ଦ୍ୱାରା ମାଳିଢ଼େପାଗୁଡା ଗ୍ରାମ ନିକଟ ରେଳ ଲାଇନ ପାଖରୁ ଟ୍ରକ,ଟ୍ରାକ୍ଟର,ଅଟୋ ସହ ୭ କୁଇଣ୍ଟାଲ ୮୦ କେଜି ଗଞ୍ଜେଇ ଜବତ, ୬ ଜଣକୁ ଗିରଫ କରିବାରେ ସଫଳତା ହାସଲ କରିଛି ପୋଲିସ l ବିଶେଷ ସୂତ୍ରରୁ ଖବର ପାଇ ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁ ଓ ଆଇଆଇସି […]

ମୁନିଗୁଡା: ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ପୁଣି ମୁନିଗୁଡା ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା l ଘଟଣାରୁ ପ୍ରକାଶ ଯେ, ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସ ଦ୍ୱାରା ମାଳିଢ଼େପାଗୁଡା ଗ୍ରାମ ନିକଟ ରେଳ ଲାଇନ ପାଖରୁ ଟ୍ରକ,ଟ୍ରାକ୍ଟର,ଅଟୋ ସହ ୭ କୁଇଣ୍ଟାଲ ୮୦ କେଜି ଗଞ୍ଜେଇ ଜବତ, ୬ ଜଣକୁ ଗିରଫ କରିବାରେ ସଫଳତା ହାସଲ କରିଛି ପୋଲିସ l

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ବିଶେଷ ସୂତ୍ରରୁ ଖବର ପାଇ ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁ ଓ ଆଇଆଇସି ସୁଜ୍ଞାନୀ ସାହୁଙ୍କ ମିଳିତ ନେତୃତ୍ୱରେ ଏକ ପୋଲିସ ଟିମ ଗଠନ କରି ମୁନିଗୁଡା ଥାନା ଅନ୍ତର୍ଗତ ମାଳିଢ଼େପାଗୁଡା ଗ୍ରାମ ନିକଟ ରେଳ ଲାଇନ ପାଖରେ ଏକ ୧୮ ଚକିଆ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବବେଳେ ପୋଲିସ ଟିମ ପହଞ୍ଚି ଟ୍ରକ(RJ 19 GD 8823) ସହ ଏଥିରେ ସମ୍ପୃକ୍ତ ଥିବା ଟ୍ରାକ୍ଟର (OD 18 H 4740) ଓ ଅଟୋ(OD 18 7971) ସହ ଗଞ୍ଜେଇ ଜବତ କରି ଥାନାକୁ ଆଣିଥିଲେ l ଥାନାରେ ଗଞ୍ଜେଇ ଓଜନ ପରେ ୩୯ଟି ବସ୍ତାରେ ୭ କୁଇଣ୍ଟାଲ ୮୦ କେଜି ଗଞ୍ଜେଇ ଥିବା ଏବଂ ଉକ୍ତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଥିଲା l ଉକ୍ତ ଗଞେଇ ଚାଲାଣ ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଛି l ଉକ୍ତ ୬ ଜଣ ହେଲେ ମାଳିଢ଼େପଗୁଡ଼ାର କରୁଣା ହିଆଲ,ବୀରେନ୍ଦ୍ର ହିଆଲ, ଜିତେନ୍ଦ୍ର ହିଆଲ ଓ ମୁନିଗୁଡାର ବାବୁଲା ସେଠୀ ଏବଂ ଟ୍ରକ ମାଲିକ ନିମା ରାଓ ଓ ଡ୍ରାଇଭର ହେମା ରାଓ ବୋଲି ଜଣାପଡିଛି l

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

ତେବେ ଉକ୍ତ ଟ୍ରକଟି ଖଣିଜ ସମ୍ପଦ ଫେରୋ ନିକେଲ ବୋଝେଇ ହୋଇ ଅନ୍ଦ୍ରପ୍ରଦେଶର ବିଶାଖାପାଟଣାରୁ ରାଜସ୍ଥାନର ଆଜମେରକୁ ଯାଉଥିବା ବେଳେ ଉକ୍ତ ଗଞ୍ଜେଇ ରାଜସ୍ତାନକୁ ଯାଉଥିବା ସହ ଏନେଇ ମୁନିଗୁଡା ଥାନା କେଶ ନମ୍ବର 83/21 ରେ ମାମଲା ରୁଜୁ କରାଯାଇ ଗିରଫ ମାନଙ୍କୁ କୋଭିଡ ଟେଷ୍ଟ କରାଯାଇ କୋର୍ଟ ଚାଲାଣ କରାଯିବ l ଏଥିସହ ଗିରଫ ମାନଙ୍କ ଠାରୁ ଅନେକ ଗୁମର ପୋଲିସ ଆଦାୟ କରି ଅଧିକ ତଦନ୍ତ କରି ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ମାଫିଆ ମାନଙ୍କୁ ଆଗାମୀ ଦିନରେ ଗିରଫ କରିବ ବୋଲି ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର