ସାଇବର ଠକଙ୍କ କବଳରେ ଯୁବତୀ; ଉପହାର ପଠାଇବା ବାହାନାରେ ଠକି ନେଲେ ୭ ଲକ୍ଷ ୯୫ ହଜାର ଟଙ୍କା
କଟକ: ସାଇବର ଠକଙ୍କ କବଳରେ ଯୁବତୀ। ସାଇବର ଠକ୍ ଗ୍ୟାଙ୍ଗ କବଳରେ ହନି ଟ୍ରାପର ଶିକାର ହେଲେ ଯୁବତୀ । ପ୍ରଥମେ ଫ୍ରେଣ୍ଡ୍ ଓ ପରେ ଉପହାର ପଠାଇବା ବାହାନାରେ ଯୁବତୀଙ୍କ ଠାରୁ ଠକି ନେଲେ ୭ ଲକ୍ଷ ୯୫ ହଜାର ଟଙ୍କା। କଟକ ସାଇବର ଥାନାରେ ଏନେଇ ମାମଲା ରୁଜୁ ହେବା ପରେ ତଦନ୍ତ ଆରମ୍ଭ । ସୂଚନା ଅନୁସାରେ, ପ୍ରଥମେ ଇନଷ୍ଟାଗ୍ରାମ ଜରିଆରେ ହୋଇଥିଲା ବନ୍ଧୁତା। ନିଜକୁ ସ୍କଟଲ୍ୟାଣ୍ଡ ବାସିନ୍ଦା ବୋଲି ପରିଚୟ ଦେଇ […]
କଟକ: ସାଇବର ଠକଙ୍କ କବଳରେ ଯୁବତୀ। ସାଇବର ଠକ୍ ଗ୍ୟାଙ୍ଗ କବଳରେ ହନି ଟ୍ରାପର ଶିକାର ହେଲେ ଯୁବତୀ । ପ୍ରଥମେ ଫ୍ରେଣ୍ଡ୍ ଓ ପରେ ଉପହାର ପଠାଇବା ବାହାନାରେ ଯୁବତୀଙ୍କ ଠାରୁ ଠକି ନେଲେ ୭ ଲକ୍ଷ ୯୫ ହଜାର ଟଙ୍କା। କଟକ ସାଇବର ଥାନାରେ ଏନେଇ ମାମଲା ରୁଜୁ ହେବା ପରେ ତଦନ୍ତ ଆରମ୍ଭ ।
ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି
ସୂଚନା ଅନୁସାରେ, ପ୍ରଥମେ ଇନଷ୍ଟାଗ୍ରାମ ଜରିଆରେ ହୋଇଥିଲା ବନ୍ଧୁତା। ନିଜକୁ ସ୍କଟଲ୍ୟାଣ୍ଡ ବାସିନ୍ଦା ବୋଲି ପରିଚୟ ଦେଇ ଚାଟ କରୁଥିଲା ସାଇବର ଠକ। ଇଞ୍ଜିନିୟର ବୋଲି ପରିଚୟ ଦେବା ସହ, ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା ଠକ। ୪ଟି ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି ଯୁବତୀ। ସାଇବର ଠକ ପଠାଇଥିବା ଗିଫ୍ଟ, ବିମାନବନ୍ଦର କଷ୍ଟମ ବିଭାଗରୁ ମୁକୁଳାଇବା ପାଇଁ ଟଙ୍କା ମାଗିଥିଲା ଠକ। ଠକେଇ ପଛରେ ନାଇଜେରିଆନ ବା ଜାମତରା ଗ୍ୟାଙ୍ଗ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି।






