୭ ଦିନର ଶିଶୁକୁ ନୂଆ ଜୀବନ ଦେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ

The Sakala Picture
Published On

ଭୁବନେଶ୍ବର : ଜଣେ ୭ ଦିନର ନବଜାତକୁ ନୂଆ ଜୀବନ ଦେଇଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ। ରାଜ୍ୟ ସରକାରଙ୍କ ସହାୟତାରେ ଏହି ଶିଶୁଟି ଏବେ ସମ୍ପୂର୍ଣ ସୁସ୍ଥ ହୋଇ ଘରକୁ ଫେରିଛି। ହସ୍ତଗତ ସୂଚନା ଅନୁସାରେ ପୁରୀ ଜିଲ୍ଲା କଞ୍ଜିଶାସନ ଗ୍ରାମର ମୋହନ ଦାଦଙ୍କ ପତ୍ନୀ କୁନିମଣି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। କିନ୍ତୁ ଜନ୍ମ ସମୟରୁ ହିଁ ପିଲାଟିର ପିଠିରେ ଏକ ରକ୍ତ ପିଣ୍ଡୁଳା ରହିଥିଲା। ଏକ ହଜାର ନବଜାତକଙ୍କ ମଧ୍ୟରୁ ଶହେ ଶିଶୁଙ୍କ […]

ଭୁବନେଶ୍ବର : ଜଣେ ୭ ଦିନର ନବଜାତକୁ ନୂଆ ଜୀବନ ଦେଇଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ। ରାଜ୍ୟ ସରକାରଙ୍କ ସହାୟତାରେ ଏହି ଶିଶୁଟି ଏବେ ସମ୍ପୂର୍ଣ ସୁସ୍ଥ ହୋଇ ଘରକୁ ଫେରିଛି। ହସ୍ତଗତ ସୂଚନା ଅନୁସାରେ ପୁରୀ ଜିଲ୍ଲା କଞ୍ଜିଶାସନ ଗ୍ରାମର ମୋହନ ଦାଦଙ୍କ ପତ୍ନୀ କୁନିମଣି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। କିନ୍ତୁ ଜନ୍ମ ସମୟରୁ ହିଁ ପିଲାଟିର ପିଠିରେ ଏକ ରକ୍ତ ପିଣ୍ଡୁଳା ରହିଥିଲା। ଏକ ହଜାର ନବଜାତକଙ୍କ ମଧ୍ୟରୁ ଶହେ ଶିଶୁଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖା ଦେଇଥାଏ। ପିଲାଟିର ଅସ୍ତ୍ରୋପଚାର ପାଇଁ କିନ୍ତୁ ତିନି ଲକ୍ଷ ଟଙ୍କା ଦରକାର ଥିଲା । କିନ୍ତୁ ଦିନ ମଜୁରିଆ ଭାବେ କାମ କରୁଥିବା ମୋହନଙ୍କ ପକ୍ଷରେ ଏତେ ଟଙ୍କା ଯୋଗାଡ଼ କରିବା ସମ୍ଭବ ନଥିଲା । ତେବେ ଏହି ସମୟରେ ବରଦାନ ସାଜିଥିଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ।

ଆହୁରି ପଢ଼ନ୍ତୁ: ନୟାଗଡ଼ ଖଣ୍ଡପଡ଼ା ଏସ୍‌ଡିପିଓଙ୍କ ନାଁରେ ସାଂଘାତିକ ଅଭିଯୋଗ: ମାମଲା ରଫାଦଫା ପାଇଁ ମହିଳାଙ୍କୁ ଅଶ୍ଳୀଳ ବାର୍ତ୍ତା ଓ ଧମକ

ସେପ୍ଟେମ୍ବର ୨୨ ତାରିଖରେ ସମ୍ ହସ୍ପିଟାଲରେ ମୋହନ ନିଜ ପୁଅକୁ ଭର୍ତ୍ତି କରିଥିଲେ। ମୋହନଙ୍କ ପାଖରେ ବିଏସ୍‌ୱାଇ ସ୍ମାର୍ଟ କାର୍ଡ ନଥିବା ସତ୍ତ୍ବେ ରାସନ କାର୍ଡ ସହାୟତାରେ ସେ ନିଜ ପୁଅକୁ ସମ୍ ହସ୍ପିଟାଲରେ ଭର୍ତି କରିପାରିଥିଲେ। ପରେ ସୋଆ କୁଳପତି ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ବରେ ପିଲାଟିର ସଫଳ ଅସ୍ତ୍ରୋପଚାର ସମ୍ପୂର୍ଣ ମାଗଣାରେ ସମ୍ଭବ ହୋଇପାରିଛି। ଦୁଇ ସପ୍ତାହ ଧରି ଚିକିତ୍ସାଧୀନ ରହିବା ପରେ ପୁଅ ସହ ଦମ୍ପରି ଘରକୁ ଫେରିଛନ୍ତି । ମୋହନ କହିଛନ୍ତି, ଏତେ ଟଙ୍କା ଖର୍ଚ୍ଚ କରିବା ମୋ ପକ୍ଷରେ ଅସମ୍ଭବ ଥିଲା। କିନ୍ତୁ ବରଦାନ ଭଳି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ଆମକୁ ସାହା ହୋଇଛି।

ଆହୁରି ପଢ଼ନ୍ତୁ: ଅକ୍ଷୟ ତୃତୀୟା ୨୦୨୬: ୧୯ ନା ୨୦ ଏପ୍ରିଲ? ଜାଣନ୍ତୁ ଶ୍ରୀମନ୍ଦିର ପାଞ୍ଜି ଅନୁସାରେ ସଠିକ୍ ତାରିଖ ଓ ଶୁଭ ମୁହୂର୍ତ୍ତ

03 Oct 2021 By The Sakala

୭ ଦିନର ଶିଶୁକୁ ନୂଆ ଜୀବନ ଦେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ

ଭୁବନେଶ୍ବର : ଜଣେ ୭ ଦିନର ନବଜାତକୁ ନୂଆ ଜୀବନ ଦେଇଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ। ରାଜ୍ୟ ସରକାରଙ୍କ ସହାୟତାରେ ଏହି ଶିଶୁଟି ଏବେ ସମ୍ପୂର୍ଣ ସୁସ୍ଥ ହୋଇ ଘରକୁ ଫେରିଛି। ହସ୍ତଗତ ସୂଚନା ଅନୁସାରେ ପୁରୀ ଜିଲ୍ଲା କଞ୍ଜିଶାସନ ଗ୍ରାମର ମୋହନ ଦାଦଙ୍କ ପତ୍ନୀ କୁନିମଣି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। କିନ୍ତୁ ଜନ୍ମ ସମୟରୁ ହିଁ ପିଲାଟିର ପିଠିରେ ଏକ ରକ୍ତ ପିଣ୍ଡୁଳା ରହିଥିଲା। ଏକ ହଜାର ନବଜାତକଙ୍କ ମଧ୍ୟରୁ ଶହେ ଶିଶୁଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖା ଦେଇଥାଏ। ପିଲାଟିର ଅସ୍ତ୍ରୋପଚାର ପାଇଁ କିନ୍ତୁ ତିନି ଲକ୍ଷ ଟଙ୍କା ଦରକାର ଥିଲା । କିନ୍ତୁ ଦିନ ମଜୁରିଆ ଭାବେ କାମ କରୁଥିବା ମୋହନଙ୍କ ପକ୍ଷରେ ଏତେ ଟଙ୍କା ଯୋଗାଡ଼ କରିବା ସମ୍ଭବ ନଥିଲା । ତେବେ ଏହି ସମୟରେ ବରଦାନ ସାଜିଥିଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ।

ସେପ୍ଟେମ୍ବର ୨୨ ତାରିଖରେ ସମ୍ ହସ୍ପିଟାଲରେ ମୋହନ ନିଜ ପୁଅକୁ ଭର୍ତ୍ତି କରିଥିଲେ। ମୋହନଙ୍କ ପାଖରେ ବିଏସ୍‌ୱାଇ ସ୍ମାର୍ଟ କାର୍ଡ ନଥିବା ସତ୍ତ୍ବେ ରାସନ କାର୍ଡ ସହାୟତାରେ ସେ ନିଜ ପୁଅକୁ ସମ୍ ହସ୍ପିଟାଲରେ ଭର୍ତି କରିପାରିଥିଲେ। ପରେ ସୋଆ କୁଳପତି ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ବରେ ପିଲାଟିର ସଫଳ ଅସ୍ତ୍ରୋପଚାର ସମ୍ପୂର୍ଣ ମାଗଣାରେ ସମ୍ଭବ ହୋଇପାରିଛି। ଦୁଇ ସପ୍ତାହ ଧରି ଚିକିତ୍ସାଧୀନ ରହିବା ପରେ ପୁଅ ସହ ଦମ୍ପରି ଘରକୁ ଫେରିଛନ୍ତି । ମୋହନ କହିଛନ୍ତି, ଏତେ ଟଙ୍କା ଖର୍ଚ୍ଚ କରିବା ମୋ ପକ୍ଷରେ ଅସମ୍ଭବ ଥିଲା। କିନ୍ତୁ ବରଦାନ ଭଳି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ଆମକୁ ସାହା ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର