୪୧ ଡ଼ିଗ୍ରୀ ଉପରେ ୭ ସହରର ତାପମାତ୍ରା, ୪୧.୭ ଡିଗ୍ରୀ ସହ ମାଲକାନାଗିରି ସବୁଠୁ ଉତ୍ତପ୍ତ
ଭୁବନେଶ୍ବର: ରାଜ୍ୟରେ କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଉଛି। ୭ ସହରରେ ଦିନ ତାପମାତ୍ରା ୪୧ ଡ଼ିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି । ସେହିପରି ୪୧.୭ ଡିଗ୍ରୀ ସହ ମାଲକାନାଗିରି ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପଲାଟିଛି। ୪ ରୁ ୬ ତାରିଖ ମଧ୍ୟରେ ରାଜ୍ୟରେ କିଛି କିଛି ସ୍ଥାନରେ ୨ ରୁ ୩ଡ଼ିଗ୍ରୀ ଯାଏଁ ଦିନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। […]
ଭୁବନେଶ୍ବର: ରାଜ୍ୟରେ କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଉଛି। ୭ ସହରରେ ଦିନ ତାପମାତ୍ରା ୪୧ ଡ଼ିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି । ସେହିପରି ୪୧.୭ ଡିଗ୍ରୀ ସହ ମାଲକାନାଗିରି ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପଲାଟିଛି। ୪ ରୁ ୬ ତାରିଖ ମଧ୍ୟରେ ରାଜ୍ୟରେ କିଛି କିଛି ସ୍ଥାନରେ ୨ ରୁ ୩ଡ଼ିଗ୍ରୀ ଯାଏଁ ଦିନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୮ରେ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି, ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମ
ଟିଟିଲାଗଡ଼- ୪୧.୫ ଡିଗ୍ରୀ, ବୌଦ୍ଧ -୪୧.୪ ଡିଗ୍ରୀ, ଭବାନୀପାଟଣା -୪୧.୨ ଡିଗ୍ରୀ, ନୟାଗଡ଼, ବଲାଙ୍ଗିର ଏବଂ ତାଳଚେର ୪୧ ଡିଗ୍ରୀ ରେକର୍ଡ କରାଯାଇଛି। ଅନୁଗୁଳ ୪୦.୭ ଡିଗ୍ରୀ, ଝାରସୁଗୁଡ଼ା ୪୦.୩ ଡିଗ୍ରୀ ସେଲସିୟସ ତାପମାତ୍ରା ଡିଗ୍ରୀ ରେକର୍ଡ କରାଯାଇଛି।
ଆହୁରି ପଢ଼ନ୍ତୁ: ଆଜି କୋଟିଆ ଗସ୍ତରେ ଯିବ ବିଜେଡିର ପ୍ରତିନିଧି ଦଳ, ଆନ୍ଧ୍ର ସରକାରଙ୍କ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପକୁ କରିବ ବିରୋଧ
ସେହିପରି ଭୁବନେଶ୍ବର ୩୭.୨ ଡିଗ୍ରୀ ଓ କଟକର ତାପମାତ୍ରା ୩୮.୪ ଡିଗ୍ରୀ ରେକର୍ଡ କରାଯାଇଛି।






