ଓଡିଶା ଟ୍ରାଭେଲ ବାଜାରର ୫ମ ସଂସ୍କରଣ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ଇକୋ ରିଟ୍ରିଟ୍ କୋଣାର୍କଠାରେ ଓଡିଶା ଟ୍ରାଭେଲ ବାଜାରର ୫ମ ସଂସ୍କରଣର ଉଦଘାଟନ କରିଛନ୍ତି । ଆଜି ଏଥିରେ ୧୮ଟି ରାଜ୍ୟରୁ ୭୦ରୁ ଅଧିକ ଘରୋଇ ଟୁର ଅପରେଟର ଅଂଶଗ୍ରହଣ କରିବା ସହିତ ନିଜ ନିଜର ପର୍ଯ୍ୟଟନ ଉତ୍ପାଦ ଗୁଡିକୁ ପ୍ରଦର୍ଶିତ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ନିକଟ ଅତୀତରେ ଓଡିଶା ଅନେକ ଉତ୍କୃଷ୍ଟ ପର୍ଯ୍ୟଟନ ଅନୁଭୂତି ସୃଷ୍ଟି କରିବା ପାଇଁ ମହତ୍ୱପୂର୍ଣ୍ଣ […]

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ଇକୋ ରିଟ୍ରିଟ୍ କୋଣାର୍କଠାରେ ଓଡିଶା ଟ୍ରାଭେଲ ବାଜାରର ୫ମ ସଂସ୍କରଣର ଉଦଘାଟନ କରିଛନ୍ତି । ଆଜି ଏଥିରେ ୧୮ଟି ରାଜ୍ୟରୁ ୭୦ରୁ ଅଧିକ ଘରୋଇ ଟୁର ଅପରେଟର ଅଂଶଗ୍ରହଣ କରିବା ସହିତ ନିଜ ନିଜର ପର୍ଯ୍ୟଟନ ଉତ୍ପାଦ ଗୁଡିକୁ ପ୍ରଦର୍ଶିତ କରିଥିଲେ ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ନିକଟ ଅତୀତରେ ଓଡିଶା ଅନେକ ଉତ୍କୃଷ୍ଟ ପର୍ଯ୍ୟଟନ ଅନୁଭୂତି ସୃଷ୍ଟି କରିବା ପାଇଁ ମହତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ଆନ୍ତର୍ଜାତୀୟ ମାନକ ସମକକ୍ଷ ପ୍ରମୁଖ ପର୍ଯ୍ୟଟନ ଉତ୍ପାଦଗୁଡିକ ଉପରେ ଗୁରୁତ୍ୱାରୋପ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଓଡିଶା କେବଳ ଭ୍ରମଣ ଓ ଆତିଥେୟତା ବ୍ୟବସାୟର ଉତ୍କୃଷ୍ଟତମ ବ୍ରାଣ୍ଡଗୁଡିକୁ ଆକର୍ଷିତ କରିବାକୁ ସକ୍ଷମ ହେବନାହିଁ ବରଂ ଭ୍ରମଣ ଭିତ୍ତିକ ସ୍ୱତନ୍ତ୍ର ଅଭିଜ୍ଞତା ପର୍ଯ୍ୟଟକ ମାନଙ୍କୁ ପ୍ରଦାନ କରିବ ।”

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପର୍ଯ୍ୟଟନ କ୍ଷେତ୍ରର ହିତାଧିକାରୀମାନଙ୍କୁ ସ୍ୱାଗତ ଜଣାଇଥିଲେ ଏବଂ ରାଜ୍ୟର ପ୍ରଚାର ପ୍ରସାର କ୍ଷେତ୍ରରେ ଟୁର ପେରେଟର ମାନଙ୍କ ସକ୍ରିୟ ଯୋଗଦାନକୁ ପ୍ରଶଂସା କରିଥିଲେ ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଏହି ଅବସରରେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ରାଜ୍ୟର ପ୍ରଚାର ପ୍ରସାର ପାଇଁ ଓଡିଶା ଟୁରିଜିମର ପଦକ୍ଷେପଗୁଡିକ ଉପରେ ଏକ ଉପସ୍ଥାପନା କରିଥିଲେ । ସେ କହିଛନ୍ତି, “ରାଜ୍ୟକୁ ନୂତନ ପିଢିର ଭ୍ରମଣକାରୀମାନଙ୍କୁ ଆକର୍ଷିତ କରିବା ପାଇଁ ଓଡିଶା ଇକୋ ରିଟ୍ରିଟ୍, ବୋଟ୍ କ୍ଲବ୍, ୟାଚ୍, କାରାଭାନ, କ୍ୟାମ୍ପିଙ୍ଗ ଭଳି ନୂତନ ଓ ଅଭିନବ ଉତ୍ପାଦଗୁଡିକ ଉପରେ ଧ୍ୟାନ ଦେଉଛି । ଇକୋ ଟୁର୍ ନେଚର କ୍ୟାମ୍ପଗୁଡିକୁ ବନ ବିଭାଗ ଦ୍ୱାରା ସ୍ଥାନୀୟ ସମୁଦାୟଗୁଡିକର ଅଂଶଗ୍ରହଣ ମାଧ୍ୟମରେ ପରିଚାଳନା କରାଯାଉଛି ଯାହା ସ୍ଥାୟୀ ଓ ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନ ଉପରେ ରାଜ୍ୟର ଏକ ବ୍ୟବସ୍ଥା ଅଟେ ।”

ଏହି ଅବସରରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ର ଅଧ୍ୟକ୍ଷ ଡଃ ଲେନିନ୍ ମହାନ୍ତି ସମଗ୍ର ବିଶ୍ୱରେ ଭ୍ରମଣ ଓ ପର୍ଯ୍ୟଟନ ଶିଳ୍ପର ହିତାଧିକାରୀଙ୍କ ସହ ଯୋଗାଯୋଗ କରିବା ପାଇଁ ଏହା ଏକ ପ୍ଲାଟଫର୍ମ ପ୍ରଦାନ କରିବା ଏବଂ ସେମାନଙ୍କୁ ରାଜ୍ୟର ଟୁରିଜିମ ପ୍ରଡକ୍ଟଗୁଡିକର ଅନୁଭୂତି ପାଇବାରେ ସାହାଯ୍ୟ କରିବା କ୍ଷେତ୍ରରେ ଓଡିଶା ଟ୍ରାଭେଲ ବାଜାର୍ର ମହତ୍ୱ ସମ୍ପର୍କରେ କହିଥିଲେ । ଏହାଦ୍ୱାରା ବିଶ୍ୱରେ ଓଡିଶାର ପର୍ଯ୍ୟଟନ କ୍ଷେତ୍ର ସମ୍ପର୍କରେ ପ୍ରଚାର ପ୍ରସାର ହୋଇପାରିବ ।

ସ୍ୱସ୍ତି ଗ୍ରୁପ ସିଏମଡି ଡଃ ଜେକେ ମହାନ୍ତି ଟୁର୍ ଅପରେଟର ଓ ଟ୍ରାଭେଲ ଏଜେଂଟ୍ ସମୁଦାୟର ମହତ୍ୱ ଏବଂ କିଭଳି ଏହି କାର୍ଯ୍ୟକ୍ରମରେ ସେମାନଙ୍କର ଯୋଗଦାନ ଅନେକ ବ୍ୟବସାୟ ସୁଯୋଗକୁ ସକ୍ଷମ କରିବ ଏବଂ ଭ୍ରମଣ ସମୁଦାୟ ପାଇଁ ଉତ୍ସାହଜନକ ଜନକ ହେବ ସେ ସମ୍ପର୍କରେ କହିଥିଲେ ।

ଫିକିର ବରିଷ୍ଠ ଉପଦେଷ୍ଟା ମାନବ ମଜୁମଦାର ତାଙ୍କ ସ୍ୱାଗତ ଅଭିଭାଷଣରେ କହିଛନ୍ତି ଯେ, “ଓଡ଼ିଶା ଟ୍ରାଭେଲ ବଜାରର ଏହି ୫ମ ସଂସ୍କରଣ କେବଳ ସାରା ବିଶ୍ୱର ଭ୍ରମଣ ଏବଂ ପର୍ଯ୍ୟଟନ ଶିଳ୍ପର ଅଂଶୀଦାରମାନଙ୍କ ସହ ବାର୍ତାଳାପ କରିବା ପାଇଁ ନୁହେଁ ବରଂ ସେମାନଙ୍କୁ ଆମର ଉତ୍ପାଦକୁ ଅନୁଭବ କରାଇବା ପାଇଁ ଏକ ପ୍ଲାଟଫର୍ମ ଯାହା ଦ୍ୱାରା ସେମାନେ ଆମ ରାଜ୍ୟକୁ ଦକ୍ଷତାର ସହ ଉଦ୍ଦିଷ୍ଟ ଦର୍ଶକଙ୍କ ନିକଟରେ ମାର୍କେଟିଂ କରିପାରିବେ ।

ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ସଚିନ ଆର ଯାଦବଙ୍କ ନେତୃତ୍ୱରେ ‘ଓଡ଼ିଶାର ପର୍ଯ୍ୟଟନ ସମ୍ଭାବନାର ଉନ୍ମୋଚନ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଅଧିବେଶନରେ ଏମଆଇସିଇ, ବିଳାସପୂର୍ଣ୍ଣ କ୍ରୁଜ୍ ଏବଂ ହାଉସବୋଟ, ହେରିଟେଜ୍ ପ୍ୟାଲେସ ଏବଂ ଡିଏମସି ଭଳି କ୍ଷେତ୍ରର ପ୍ୟାନେଲିଷ୍ଟମାନେ ଯୋଗ ଦେଇଥିଲେ । ସ୍ୱସ୍ତି ଗ୍ରୁପ ସିଏମଡି ଡା. ଜେ.କେ ମହାନ୍ତି, ଆଟମୋସଫିୟର ହୋଟେଲ ଆଣ୍ଡ ରିସୋର୍ଟସର ଶ୍ରୀ ସୌଭାଗ୍ୟ ମହାପାତ୍ର, କାମତ ହୋଟେଲର ନିର୍ଦେଶକ ବିଶାଲ କାମତ, ମେଫେୟାର ହୋଟେଲ ଆଣ୍ଡ ରିସୋର୍ଟର ଅଧ୍ୟକ୍ଷ ତଥା ନିର୍ଦ୍ଦେଶକ ମନୋଜ କୁମାର ଗୌଡ଼, ଏଟି ସିଜନ୍ସ ଆଣ୍ଡ ଭେକେସନ ଟ୍ରାଭେଲ ପ୍ରାଇଭେଟ ଲିମିଟେଡର ଏମଡି ଅମରେଶ ତିୱାରୀ, ଆଇଏଟିଓ ଓଡ଼ିଶା ଚାପ୍ଟରର ଅଧ୍ୟକ୍ଷ ଗଗନ ଷଡ଼ଙ୍ଗୀ ଓ ବେଲଗଡ଼ିଆ ପ୍ୟାଲେସର ନିର୍ଦେଶିକା ମୃଣାଲିକା ଭଞ୍ଜ ଦେଓ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଆଲୋଚନାଚକ୍ର ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ଓଡ଼ିଶୀ, ଛଉ ଓ ସମ୍ବଲପୁରୀ ଲୋକନୃତ୍ୟ ଭଳି ଓଡ଼ିଶାର ପ୍ରଦର୍ଶନ କଳା ପ୍ରଦର୍ଶିତ ହୋଇଥିଲା । ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ର ଅଧ୍ୟକ୍ଷ ଡା. ଲେନିନ ମହାନ୍ତି ଓ ପର୍ଯ୍ୟଟନ ନିର୍ଦ୍ଦେଶକ ଆଇଏଏସ ସଚିନ ଆର ଯାଦବ ଇକୋ ରିଟ୍ରିଟ୍ କୋଣାର୍କ ଠାରେ ବି୨ବି ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ । ଏଥିରେ ଆସାମ, ଛତିଶଗଡ଼, ଦିଲ୍ଲୀ, ଗୋଆ, ଗୁଜରାଟ, ଜମ୍ମୁ-କଶ୍ମୀର, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ତ୍ରିପୁରା, ଉତପ୍ରଦେଶ, ଉତରାଖଣ୍ଡ, ପଶ୍ଚିମବଙ୍ଗ ଆଦି ସହରର ୭୦ ଜଣ କ୍ରେତା ଅଂଶଗ୍ରହଣ କରିଥିଲେ । ଏଥିରେ କ୍ରେତା ଏବଂ ବିକ୍ରେତାଙ୍କ ମଧ୍ୟରେ ପୂର୍ବ ନିର୍ଦ୍ଧାରିତ, ଗଠନମୂଳକ ବି୨ବି ବୈଠକ ଅନୁଷ୍ଠିତ ହୋଇଥିଲା ।

07 Feb 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର