5T ସଚିବଙ୍କ ୩ ଦିନିଆ ଗଞ୍ଜାମ ଗସ୍ତ: ଲୋକଙ୍କ ଅଭିଯୋଗ ଶୁଣିବା ସହ ସମାଧାନ ପାଇଁ ଦେଉଛନ୍ତି ପ୍ରତିଶୃତି

The Sakala Picture
Published On

ଗଞ୍ଜାମ: ଗଞ୍ଜାମ ଜିଲ୍ଲାକୁ ୫ଟି ସଚିବଙ୍କ ତିନିଦିନିଆ ଗସ୍ତର ଆଜି ପ୍ରଥମ ଦିନ। ପ୍ରଥମ ଦିନରେ ସେ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ବେଗୁନିଆପଡାରେ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ହଜାର ହଜାର ଲୋକଙ୍କ ଉପସ୍ଥିତିଥିଲେ। ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଛାତ୍ରଛାତ୍ରୀ, ଚାଷୀ,ସ୍ଥାନୀୟ ବାସିନ୍ଦା, ବୁଦ୍ଧିଜୀବୀ ଅଭିଯୋଗ ଶୁଣାଣୀରେ ସାମିଲ ହୋଇଛନ୍ତି। ପ୍ରାୟ ୨୦ ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଛି। ପୁଷ୍ପଗୁଛ ଓ ହୁଳହୁଳିରେ ୫ଟି ସଚିବଙ୍କୁ […]

ଗଞ୍ଜାମ: ଗଞ୍ଜାମ ଜିଲ୍ଲାକୁ ୫ଟି ସଚିବଙ୍କ ତିନିଦିନିଆ ଗସ୍ତର ଆଜି ପ୍ରଥମ ଦିନ। ପ୍ରଥମ ଦିନରେ ସେ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ବେଗୁନିଆପଡାରେ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ହଜାର ହଜାର ଲୋକଙ୍କ ଉପସ୍ଥିତିଥିଲେ। ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଛାତ୍ରଛାତ୍ରୀ, ଚାଷୀ,ସ୍ଥାନୀୟ ବାସିନ୍ଦା, ବୁଦ୍ଧିଜୀବୀ ଅଭିଯୋଗ ଶୁଣାଣୀରେ ସାମିଲ ହୋଇଛନ୍ତି। ପ୍ରାୟ ୨୦ ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଛି। ପୁଷ୍ପଗୁଛ ଓ ହୁଳହୁଳିରେ ୫ଟି ସଚିବଙ୍କୁ ସ୍ୱାଗତ କରାଯାଇଥିଲା। ସେଠାରେ ପହଞ୍ଚି ସମସ୍ତଙ୍କ ପାଖକୁ ଯାଇ ହାତ ମିଶାଇ ସେଲ୍ଫି ବି ନେଇଥିଲେ। ସମସ୍ତଙ୍କ ଅଭିଯୋଗ ଗ୍ରହଣ କରିଛନ୍ତି। ଲୋକଙ୍କ ଅଭିଯୋଗ ଶୁଣିବା ସହ ସମାଧାନ ପାଇଁ ପ୍ରତିଶୃତି ଦେଉଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍ ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

ପୁରୁଷୋତ୍ତମପୁର ବ୍ଲକର ଗୁପ୍ତେଶ୍ଵର ମନ୍ଦିର, କବିସୂର୍ଯ୍ୟନଗର ବ୍ଲକର ଆଠଗଡ଼ ଜଗନ୍ନାଥ ମନ୍ଦିର ଓ ବେଗୁନିଆ ପଡା ବ୍ଲକର ସିଦ୍ଧେଶ୍ୱର ମନ୍ଦିର ରୂପାନ୍ତର କରଣ ପ୍ରସ୍ତାବିତ ଯୋଜନାର ଅନୁଧ୍ୟାନ କରିଛନ୍ତି ୫ଟି ସଚିବ। ଏହା ସହ ସାଲିଆ ଡ୍ୟାମ ପେରିଫେରିର ବିକାଶ ସହ ମିଶନ ଶକ୍ତି କାଫେର ଯୋଜନାକୁ ମଧ୍ୟ ଦେଖିଛନ୍ତି।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର