ଦୁଃଖ ଶୁଣିଲେ 5T ସଚିବ : ଦିବ୍ୟାଙ୍ଗ କ୍ରିକେଟର୍‌ ଝିଲ୍ଲୀଙ୍କୁ ମିଳିଲା ୩୦ ହଜାର ଟଙ୍କା ସହାୟତା, ତୁରନ୍ତ ପ୍ରଦାନ କରାଯିବ ପାସ୍‌‌ପୋର୍ଟ

The Sakala Picture
Published On

ଛେନାପଦି/ କେନ୍ଦୁଝର : ଦିବ୍ୟାଙ୍ଗ ମହିଳା କ୍ରିକେଟର୍‌ଙ୍କ ଦୁଃଖ ବୁଝିଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌। ତୁରନ୍ତ ପ୍ରଦାନ କରାଗଲା ସହାୟତା। ଦିବ୍ୟାଙ୍ଗ ମହିଳା କ୍ରିକେଟର୍‌ ଝିଲ୍ଲୀ ବିରୁଆଙ୍କୁ ନେପାଳଠାରେ ହେବାକୁ ଥିବା ବିଶ୍ୱ ଦୃଷ୍ଟିହୀନ କ୍ରିକେଟ୍‌‌ କାଉନ୍‌‌ସିଲ୍‌‌ ପାରାଅଲମ୍ପିକ୍‌‌ ଖେଳିବାକୁ ମନୋନୀତ ହୋଇଥିଲେ। କିନ୍ତୁ ପାସ୍‌‌ପୋର୍ଟ ଏବଂ ଟଙ୍କା ଅଭାବରୁ ସେ ଖେଳିବାକୁ ଯିବାରୁ ବଞ୍ଚିତ ହେବା ପରିସ୍ଥିତି ସୃଷ୍ଟି ହୋଇଥିବା। ଯାହା ଆଜି ଦୈନିକ ଖବର କାଗଜ ‘ସକାଳ’ରେ ପ୍ରକାଶ ପାଇଥିଲା। ଏହି ଖବରଟିକୁ […]

ଛେନାପଦି/ କେନ୍ଦୁଝର : ଦିବ୍ୟାଙ୍ଗ ମହିଳା କ୍ରିକେଟର୍‌ଙ୍କ ଦୁଃଖ ବୁଝିଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌। ତୁରନ୍ତ ପ୍ରଦାନ କରାଗଲା ସହାୟତା। ଦିବ୍ୟାଙ୍ଗ ମହିଳା କ୍ରିକେଟର୍‌ ଝିଲ୍ଲୀ ବିରୁଆଙ୍କୁ ନେପାଳଠାରେ ହେବାକୁ ଥିବା ବିଶ୍ୱ ଦୃଷ୍ଟିହୀନ କ୍ରିକେଟ୍‌‌ କାଉନ୍‌‌ସିଲ୍‌‌ ପାରାଅଲମ୍ପିକ୍‌‌ ଖେଳିବାକୁ ମନୋନୀତ ହୋଇଥିଲେ। କିନ୍ତୁ ପାସ୍‌‌ପୋର୍ଟ ଏବଂ ଟଙ୍କା ଅଭାବରୁ ସେ ଖେଳିବାକୁ ଯିବାରୁ ବଞ୍ଚିତ ହେବା ପରିସ୍ଥିତି ସୃଷ୍ଟି ହୋଇଥିବା। ଯାହା ଆଜି ଦୈନିକ ଖବର କାଗଜ ‘ସକାଳ’ରେ ପ୍ରକାଶ ପାଇଥିଲା। ଏହି ଖବରଟିକୁ ସାମଜିକ ଗଣମାଧ୍ୟମରେ ସଞ୍ଜିତ ଦାଶ ନାମକ ଜଣେ ସାମାଜିକ କର୍ମୀ ପୋଷ୍ଟ କରି ତୁରନ୍ତ ସହାୟତା ପାଇଁ ନିବେଦନ କରିଥିଲେ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ଏହି ଟ୍ବିଟଟି ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ନଜରକୁ ଆସିବା ପରେ ସେ ତୁରନ୍ତ ସହାୟତା ପ୍ରଦାନ ପାଇଁ କେନ୍ଦୁଝର ଜିଲ୍ଳାପାଳଙ୍କୁ  ଓ କ୍ରୀଡା ବିଭାଗକୁ ନିର୍ଦ୍ଧେଶ ଦେଇଥିଲେ। ଏହାପରେ ଦିବ୍ୟାଙ୍ଗ ମହିଳା କ୍ରିକେଟର୍‌ ଝିଲ୍ଲୀ ବିରୁଆଙ୍କୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ସହ ପାସ୍‌‌ପୋର୍ଟ ନେଇ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି। ଏନେଇ ସାମାଜିକ ଗଣମାଧ୍ୟମରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ଙ୍କୁ ପ୍ରଶଂସା କରାଯାଉଛି।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି


ସୂଚନାଯୋଗ୍ୟ କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଢ଼େଙ୍କା ପଞ୍ଚାୟତ ଅଧୀନ ଝଣଝଣା ଗ୍ରାମର ସ୍ୱର୍ଗତଃ ସୁଦର୍ଶନ ହୋ ଓ ମା’ ମମତା ବିରୁଆଙ୍କ ଦିବ୍ୟାଙ୍ଗ ଝିଅ ଝିଲ୍ଲୀ ବିରୁଆ(୧୩) ଏପ୍ରିଲରେ ନେପାଳଠାରେ ହୋବକୁ ଥିବା ବିଶ୍ୱ ଦୃଷ୍ଟିହୀନ କ୍ରିକେଟ୍‌‌ କାଉନ୍‌‌ସିଲ୍‌‌ ପାରାଅଲମ୍ପିକ୍‌‌ କମିଟି ପକ୍ଷରୁ କ୍ରିକେଟ୍‌‌ ଖେଳିବାକୁ ମନୋନୀତ ହୋଇଛନ୍ତି। ବିଶ୍ୱସ୍ତରରେ କ୍ରିକେଟ୍‌‌ ଖେଳିବାକୁ ଝିଲ୍ଲୀଙ୍କ ଉତ୍ସାହ ଯେତିକି ବଢ଼ୁଥିଲା, ପାସପୋର୍ଟ ସମସ୍ୟା ପାଇଁ ଇଚ୍ଛା ସେତିକି ମରିଯାଉଥିଲା।

ଛୋଟବେଳୁ ଝିଲ୍ଲୀଙ୍କ ବାମପଟ ଆଖିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ୨୦୧୭ରେ ଭଦ୍ରକସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟରେ ୫ମ ଶ୍ରେଣୀରଛାତ୍ରୀ ଭାବେ ଅଧ୍ୟୟନରତ ଥିଲାବେଳେ ପ୍ରଥମଥର ପାଇଁ ରାଜ୍ୟସ୍ତରୀୟ ଭୁବନେଶ୍ୱର ହାଇଟେକ୍‌‌ ଫିଲ୍ଡରେ କ୍ରିକେଟ୍‌‌ ଖେଳିବାକୁ ମନୋନୀତ ହୋଇଥିଲେ। ପରେ ଦାରିଙ୍ଗ୍‌‌ବାଡ଼ି ଓ ଡେରାଡୁନ୍‌‌ ସହ ବାଙ୍ଗାଲୋରରେ ଦୁଇ ଦୁଇଥର କ୍ରିକେଟ୍‌‌ ମ୍ୟାଚ୍‌‌ ଖେଳି ଅନେକ ମାନପତ୍ର ସହ ପୁରସ୍କାର ପାଇଛନ୍ତି। ପିଲାବେଳୁ ସେ ମାଆଙ୍କୁ ହରାଇଥିଲାବେଳେ ୨୦୨୦ ମସିହାର ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଛି। ବୃଦ୍ଧା ୮୦ବର୍ଷିୟା ଜେଜେମାଆ ସହ ଦୁଇ ଭାଇଙ୍କୁ ନେଇ ତାଙ୍କ ପରିବାର।


ଏଭଳି ଏକ ଦୁଃଖଦ୍‌‌ ପରିସ୍ଥିତିରେ ଅର୍ଥ ବିହୀନ ହୋଇ ବାପାଙ୍କ ମୃତ୍ୟୁ ପ୍ରମାଣପତ୍ର ଯୋଗାଡ଼ କରିବାରେ ସେ ଅସମର୍ଥ ହୋଇପଡ଼ି଼ଛନ୍ତି। ପାସ୍‌‌ପୋର୍ଟ ନ ହେଲେ ସେ ବିଦେଶକୁ ଯାଇପାରିବେ ନାହିଁ। ଏଣୁ ଜିଲ୍ଲା ପ୍ରଶାସନ ତାଙ୍କ ବାପାଙ୍କ ମୃତ୍ୟୁ ପ୍ରମାଣପତ୍ର ଓ ପାସପୋର୍ଟ ଯୋଗାଡ଼ କରିବାରେ ସାହାଯ୍ୟ କରିବାକୁ ନିବେଦନ କରିଥିଲେ। ଯାହା ସାମଜିକ ଗଣମାଧ୍ୟମରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ ଜାଣିବା ପରେ ସବୁ ସମସ୍ୟାର ସମାଧାନ ପାଇଁ ଜିଲ୍ଳାପାଳଙ୍କୁ  ଓ କ୍ରୀଡା ବିଭାଗକୁ ନିର୍ଦ୍ଧେଶ ଦେଇଛନ୍ତି। ତୁରନ୍ତ ଆର୍ଥିକ ସହାୟତା ବାବଦରେ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ବାପାଙ୍କ ମୃତ୍ୟୁ ପ୍ରମାଣପତ୍ର ଏବଂ ପାସ୍‌‌ପୋର୍ଟ ତୁରନ୍ତ ପ୍ରଦାନ କରିବାକୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର