ସୁନ୍ଦରଗଡରେ ବିଭିନ୍ନ ପ୍ରକଳ୍ପ ଓ ଏନଟିପିସି ମେଡିକାଲ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ

The Sakala Picture
Published On

ସୁନ୍ଦରଗଡ: ଆଜି ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭିକେ ପାଣ୍ଡିଆନ୍ ଓ ଅନ୍ୟ ବରିଷ୍ଠ ଅଧିକାରୀ । ସୁନ୍ଦରଗଡ ଗସ୍ତ କରି ବିଭିନ୍ନ ମେଗା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ମୁଖ୍ୟ ସଚିବ ଓ ୫-ଟି ସଚିବଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ଏନଏଚଆରଏମ୍ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ନିର୍ମାଣାଧିନ ପ୍ରକଳ୍ପ ସ୍ଥଳ ଓ ଏନଟିପିସି ମେଡିକାଲ […]

ସୁନ୍ଦରଗଡ: ଆଜି ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭିକେ ପାଣ୍ଡିଆନ୍ ଓ ଅନ୍ୟ ବରିଷ୍ଠ ଅଧିକାରୀ । ସୁନ୍ଦରଗଡ ଗସ୍ତ କରି ବିଭିନ୍ନ ମେଗା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ମୁଖ୍ୟ ସଚିବ ଓ ୫-ଟି ସଚିବଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ଏନଏଚଆରଏମ୍ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ନିର୍ମାଣାଧିନ ପ୍ରକଳ୍ପ ସ୍ଥଳ ଓ ଏନଟିପିସି ମେଡିକାଲ ପରିଦର୍ଶନ କରିଛନ୍ତି । ସେମାନେ କୁଣ୍ଡ୍ରୁକେଲା ଗ୍ରୀଡ୍ ସବ୍‌ଷ୍ଟେସନ, ଭେଡାବାହାଲ କୋଲ୍ କରିଡର, ଭବାନୀପୁର ଅଙ୍ଗନବାଡି କେନ୍ଦ୍ର, କିଂଜିର୍ମା ସରକାରୀ ଉଚ୍ଚ ବିଦ୍ୟାଳୟ, ଏନଟିିପିସି ମେଡିକାଲ କଲେଜ ଓ ହସପିଟାଲ ପରିଦର୍ଶନ କରିଥିଲେ ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: RBI ପ୍ରକଳ୍ପର କରିବେ ଉଦଘାଟନ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ଏହାସହିତ ଆଜି ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ ତୃତୀୟ ଲହର ମୁକାବିଲା ନେଇ ସମୀକ୍ଷା କରାଯିବ । ଯଦି ତୃତୀୟ ଲହର ଆସେ, ତେବେ ଏହାର ମୁକାବିଲା ପାଇଁ ଜିଲ୍ଲା କିପରି ପ୍ରସ୍ତୁତ ରହିଛି, ସେନେଇ ସ୍ଥିତି ସମୀକ୍ଷା କରିବେ । ସେହିପରି ଶିକ୍ଷା ବ୍ୟବସ୍ଥା ଓ ହକି ଭିତ୍ତିଭୂମି ନେଇ ମଧ୍ୟ ଅନୁଧ୍ୟାନ କରାଯିବ । ଜିଲ୍ଲାରେ ଶିକ୍ଷା ସଂସ୍କାର କିପରି ହୋଇଛି, ତାର ଅନୁଧ୍ୟାନ କରାଯିବ ସହ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟର ମଧ୍ୟ ସମୀକ୍ଷା କରିବେ ଏହି ବରିଷ୍ଠ ଅଧିକାରୀ ।

ଆହୁରି ପଢ଼ନ୍ତୁ: ଜେନ୍‌-ଜିଙ୍କ ମନୋବଳ ବଢ଼ାଇଲେ ନବୀନ; ‘ଏକ୍ସ’ରେ ଛଅ ଧାଡ଼ିଆ ପୋଷ୍ଟକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର