୫ଟି ମଡେଲ କାର୍ଯ୍ୟକାରୀ ପରେ ବଦଳୁଛି ଓଡ଼ିଶା : ଶିକ୍ଷା ରୁ ସ୍ବାସ୍ଥ୍ୟ ଓ ମହିଳା ସଶକ୍ତିକରଣ ରୁ ବିପର୍ଯ୍ୟୟ ପରିଚାଳନା ସବୁ କ୍ଷେତ୍ରରେ ହେଉଛି ଆଖିଦୃଶିଆ ବିକାଶ

The Sakala Picture
Published On

ଭୁବନେଶ୍ୱର : ଶିକ୍ଷା କ୍ଷେତ୍ରରୁ ଉନ୍ନତ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା, ବିପର୍ଯ୍ୟୟ ପରିଚାଳନାଠାରୁ ଆରମ୍ଭ କରି ଉତ୍ତମ ବିତ୍ତୀୟ ପରିଚାଳନା ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ଓଡ଼ିଶାରେ ପରିବର୍ତ୍ତନ ଆଖିଦୃଶିଆ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱ ଏବଂ ସରକାରୀ କାର୍ଯ୍ୟକ୍ରମରେ ୫-ଟି ମଡେଲର ସଫଳ ଉପଯୋଗ ଯୋଗୁଁ ଏହି ରୂପାନ୍ତରଣ ସମ୍ଭବ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି. କେ ପାଣ୍ଡିଆନ କହିଛନ୍ତି। ଶୁଭଙ୍କର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୟୁଥ୍‍ ଇଣ୍ଡିଆ ଫାଉଣ୍ଡେସନର […]

ଭୁବନେଶ୍ୱର : ଶିକ୍ଷା କ୍ଷେତ୍ରରୁ ଉନ୍ନତ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା, ବିପର୍ଯ୍ୟୟ ପରିଚାଳନାଠାରୁ ଆରମ୍ଭ କରି ଉତ୍ତମ ବିତ୍ତୀୟ ପରିଚାଳନା ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ଓଡ଼ିଶାରେ ପରିବର୍ତ୍ତନ ଆଖିଦୃଶିଆ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱ ଏବଂ ସରକାରୀ କାର୍ଯ୍ୟକ୍ରମରେ ୫-ଟି ମଡେଲର ସଫଳ ଉପଯୋଗ ଯୋଗୁଁ ଏହି ରୂପାନ୍ତରଣ ସମ୍ଭବ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି. କେ ପାଣ୍ଡିଆନ କହିଛନ୍ତି। ଶୁଭଙ୍କର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୟୁଥ୍‍ ଇଣ୍ଡିଆ ଫାଉଣ୍ଡେସନର ଦ୍ୱିତୀୟ ପ୍ରତିଷ୍ଠା ଦିବସରେ ଅତିଥି ରୂପେ ଯୋଗ ଦେଇ ଶ୍ରୀ ପାଣ୍ଡିଆନ ରୂପାନ୍ତରିତ ଓଡ଼ିଶା ଉପରେ ନିଜର ବକ୍ତବ୍ୟ ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ଭର୍ଚୁଆଲ ମୋଡରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିଜ ମତ ରଖି ଶ୍ରୀ ପାଣ୍ଡିଆନ ଓଡ଼ିଶାର ବିକାଶ ଏବଂ ରୂପାନ୍ତରଣର ଜୟଯାତ୍ରା ଉପରେ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ ଏକଦା ବିପର୍ଯ୍ୟୟକୁ ସଫଳ ଭାବେ ସାମ୍ନା କରିପାରୁନଥିବା ଓଡ଼ିଶା ଆଜି ବିପର୍ଯ୍ୟୟ ପରିଚାଳନାରେ ବିଶ୍ୱ ଦରବାରରେ ପ୍ରଶଂସିତ ହେବା ସହ ବେଞ୍ଚମାର୍କ ସ୍ଥାପନ କରିପାରିଛି। ସଫଳ ବିପର୍ଯ୍ୟୟ ପରିଚାଳନା ପାଇଁ ଜାତିସଂଘ ଓଡ଼ିଶାକୁ ସମ୍ମାନିତ କରିଛି। ଏକଦା ଦାରିଦ୍ର୍ୟ ମଧ୍ୟରେ ସନ୍ତୁଳି ହେଉଥିବା ଓଡ଼ିଶା ଆଜି ଦ୍ରୁତ ଦାରିଦ୍ର୍ୟ ଦୂରୀକରଣରେ ସମଗ୍ର ଏସିଆରେ ଶ୍ରେଷ୍ଠ ଭାବେ ବିବେଚିତ ହୋଇପାରିଛି। ସେହିପରି ନିଜ ରାଜ୍ୟର ଅଧିବାସୀଙ୍କ ଖାଦ୍ୟ ସୁରକ୍ଷା ପାଇଁ ଓଡ଼ିଶା ଏକଦା ଅନ୍ୟ ରାଜ୍ୟଙ୍କ ଉପରେ ନିର୍ଭରଶୀଳ ଥିବାବେଳେ ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ବଦଳିଛି। ବର୍ତ୍ତମାନ ଦେଶର ଖାଦ୍ୟ ସୁରକ୍ଷା ଦିଗରେ ଓଡ଼ିଶା ଏକ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ବେଳେ ଆମେ ଦେଶର ବଣ୍ଟନ ବ୍ୟବସ୍ଥାକୁ ତୃତୀୟ ବଡ଼ ରାଜ୍ୟ ଭାବେ ଚାଉଳ ପ୍ରଦାନ କରୁଛୁ। ସେହିପରି ବିଗତ ୧୦ ବର୍ଷ ମଧ୍ୟରେ ଦେଶର ଏକମାତ୍ର ରାଜ୍ୟ ଭାବେ ଓଡ଼ିଶାର କୃଷକଙ୍କ ଆୟ ଦ୍ୱିଗୁଣିତ ହୋଇଥିବା ବେଳେ ରାଜ୍ୟର ସୁସ୍ଥ ବିତ୍ତୀୟ ବ୍ୟବସ୍ଥା ଉପରେ ସେ ମଧ୍ୟ ଆଲୋକପାତ କରିଛନ୍ତି। ଏକଦା ଓଡ଼ିଶା ନିଜର କର୍ମଚାରୀଙ୍କୁ ଦରମା ଦେଇପାରୁନଥିବା ବେଳେ ବର୍ତ୍ତମାନ ଦେଶର ଏକମାତ୍ର ରାଜସ୍ୱ ବଳକା ବଜେଟ ଥିବା ରାଜ୍ୟରେ ପରିଣତ ହୋଇପାରିଛି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ସେହିପରି ୫-ଟି ମଡେଲ ଉପରେ ବିସ୍ତୃତ ଭାବେ ବାଖ୍ୟା କରି ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ ୫-ଟିର ପ୍ରମୁଖ ଅଙ୍ଗ ଟ୍ରାନ୍ସଫରମେସନ ଅର୍ଥାତ୍‍ ରୂପାନ୍ତରଣ ହୋଇଥିବା ବେଳେ ଏହାର ଅନ୍ୟ ଚାରୋଟି ଅଙ୍ଗ ଯଥା ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟିମ୍‍ ୱାର୍କ ଏବଂ ଟାଇମ ଏହାକୁ ଚରିତାର୍ଥ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି। ରାଜ୍ୟରେ ବର୍ତ୍ତମାନ ଚାଲିଥିବା ହାଇସ୍କୁଲ ରୂପାନ୍ତରଣକୁ ସେ ଉଦାହରଣ ରୂପେ ଉପସ୍ଥାପନ କରିଛନ୍ତି। ରାଜ୍ୟର ୭୫ ଭାଗ ଛାତ୍ରଛାତ୍ରୀ ସରକାରୀ ବିଦ୍ୟାଳୟ ଉପରେ ନିର୍ଭର କରିଥାନ୍ତି। ତେଣୁ ତାଙ୍କୁ ଉନ୍ନତ ଏବଂ ସର୍ବଶ୍ରେଷ୍ଠ ଶିକ୍ଷା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଥିବା ବେଳେ ଏଯାବତ୍‍ ୨୦୦୦ରୁ ଅଧିକ ସ୍କୁଲର ରୂପାନ୍ତରଣ ସରିଛି। ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ସବୁ ସରକାରୀ ହାଇସ୍କୁଲର ରୂପାନ୍ତରଣ ସରିବ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ସେହିପରି ୫-ଟିର ଅନ୍ୟ ଏକ ଅଙ୍ଗ ମୋ ସରକାର ବିଷୟରେ ମଧ୍ୟ ସେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ସାଧାରଣ ଲୋକେ ହେଉଛନ୍ତି ଗଣତନ୍ତ୍ରର ଅସଲି ମାଲିକ। ଗଣତନ୍ତ୍ରର ଆତ୍ମା। ରାଜ୍ୟର ସମସ୍ତ ନାଗରିକ ଶାସନରେ ଥିବା ସରକାରଙ୍କୁ ନିଜ ସରକାର ବୋଲି ଭାବନ୍ତୁ। ଏହି ଆଭିମୁଖ୍ୟ ନେଇ ମୋ ସରକାରର ପରିକଳ୍ପନା ମୁଖ୍ୟମନ୍ତ୍ରୀ କରିଛନ୍ତି। ମୋ ସରକାର ବର୍ତ୍ତମାନ ପୁଲିସ ଥାନା ଏବଂ ସ୍ୱାସ୍ଥ୍ୟସେବା କେନ୍ଦ୍ର୍ରଗୁଡ଼ିକରେ ଉପଯୋଗ ହେଉଥିବା ଶ୍ରୀ ପାଣ୍ଡିଆନ କହିଛନ୍ତି।ରାଜ୍ୟବାସୀଙ୍କୁ ଗୁଣାତ୍ମକ ତଥା ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ମାଗଣାରେ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏବଂ ପରେ ଏହି ଯୋଜନା ଅଧିନରେ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟ ମୁଖ୍ୟମନ୍ତ୍ରୀ କରିଛନ୍ତି। ଏହହି ଯୋଜନା ଅଧିନରେ କିପରି ସାଧାରଣ ଲୋକେ ଉପକୃତ ହେଉଛନ୍ତି ସେ ବର୍ଣ୍ଣନା କରିବା ସହ ଏହି ଲୋକାଭିମୁଖୀ ଯୋଜନା ଦ୍ୱାରା ବର୍ତ୍ତମାନ ପ୍ରତିମାସରେ ପ୍ରାୟ ୫୦ ହଜାର ରୋଗୀ ଚିକିତ୍ସା ସେବା ପାଇପାରୁଥିବା ଶ୍ରୀ ପାଣ୍ଡିଆନ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଶ୍ୟାମ ପିଟ୍ରୋଡ଼ା ଅନ୍ୟତମ ଅତିଥି ରୂପେ ଯୋଗ ଦେଇଥିଲେ।

03 May 2022 By The Sakala

https://www.thesakala.in/latest-odisha-news/5t-models-led-by-the-chief-minister-have-brought-about-a-strong-change-in-odisha/article-11249
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର